Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତୁଷାରପାତ ପାଇଁ ପୁନନିର୍ମାଣ କାର୍ଯ୍ୟ ବନ୍ଦ; ଯାତ୍ରା ଆୟୋଜନକୁ ନେଇ ବଢିଲା ସମସ୍ୟା

National

Char Dham Yatra Update / ତୁଷାରପାତ ପାଇଁ ପୁନନିର୍ମାଣ କାର୍ଯ୍ୟ ବନ୍ଦ; ଯାତ୍ରା ଆୟୋଜନକୁ ନେଇ ବଢିଲା ସମସ୍ୟା

Subhramjit Ray
Browse all articles by Subhramjit Ray
·1 month ago·4 min read
ତୁଷାରପାତ ପାଇଁ ପୁନନିର୍ମାଣ କାର୍ଯ୍ୟ ବନ୍ଦ; ଯାତ୍ରା ଆୟୋଜନକୁ ନେଇ ବଢିଲା ସମସ୍ୟା
Char Dham Yatra 2026

Key Points

ବର୍ତ୍ତମାନ ତୁଷାରପାତ ଜାରି ରହିଥିବାରୁ ଚାରିଧାମ ଯାତ୍ରାର ଆୟୋଜନକୁ ନେଇ ସମସ୍ୟା ବଢିବାରେ ଲାଗିଛି।
Char Dham Yatra Update: ଚଳିତ ମାସରେ ହୋଇଥିବା ବର୍ଷା ଏବଂ ତୁଷାରପାତ ଏବେ ଉତ୍ତରାଖଣ୍ଡ ଲାଗି ସମସ୍ୟା ବଢାଇ ଦେଇଛି। ଏବେ ପର୍ଯ୍ୟଟକ ତୁଷାରପାତ ଦେଖି ଖୁସି ହେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଚିନ୍ତିତ ହେବାରେ ଲାଗିଛନ୍ତି ଅନେକ ତୀର୍ଥଯାତ୍ରୀ। କାରଣ ଆସନ୍ତା ମାସ ୧୯ ତାରିଖରୁ ଚାରି ଧାମ ଯାତ୍ରା ହେବା ନେଇ ସ୍ଥିର ହୋଇସାରିଛି। ହେଲେ ବର୍ତ୍ତମାନ ହୋଇଥିବା ବର୍ଷା ଏବଂ ତୁଷାରପାତ ଚାରିଧାମ ଯାତ୍ରାର ଆୟୋଜନକୁ ନେଇ ସନ୍ଦେହ ବଢାଇଦେଇଛି।

କାରଣ ଚାରିଧାମ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ଯାତ୍ରୀ ସେମାନଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ବର୍ତ୍ତମାନ ହେଉଥିବା ତୁଷାରପାତ ସେମାନଙ୍କ ପାଇଁ ଆଗକୁ ବଡ଼ ସମସ୍ୟା ସୃଷ୍ଟି କରିପାରେ। କାରଣ ଉତ୍ତରାଖଣ୍ଡର ବହୁ ପ୍ରତୀକ୍ଷିତ ଚାରିଧାମ ଯାତ୍ରା ଯେଉଁ ସ୍ଥାନରେ ଆୟୋଜିତ ହେଉଥାଏ ସେଠାକାର ରାସ୍ତା, ବିଦ୍ୟୁତ୍, ପାଣି, ହସ୍ପିଟାଲ, ହୋଟେଲ, ରେସ୍ତୁରାଁ ଏବଂ ଢାବାର ମରାମତି କାର୍ଯ୍ୟ ପୂର୍ବରୁ କରାଯାଏ। ହେଲେ ପ୍ରବଳ ତୁଷାରପାତ କାରଣରୁ ଏହି ସମସ୍ତ କାର୍ଯ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ଯଦି ରାସ୍ତା, ବିଦ୍ୟୁତ୍ ଏବଂ ଜଳ ଯୋଗାଣ ସମ୍ବନ୍ଧୀୟ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ ନ ହୁଏ, ତାହେଲେ ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

୧୯ ଅପ୍ରେଲରୁ ଆରମ୍ଭ ହେବ ଯାତ୍ରା
ଯଦିଓ ବଦ୍ରିନାଥ ଏବଂ କେଦାରନାଥ ଧାମରେ ​​ପୁନଃନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ ସେଠାରେ ହେଉଥିବା ତୁଷାରପାତ କାରଣରୁ ଏହି କାର୍ଯ୍ୟ ସିଧାସଳଖ ପ୍ରଭାବିତ ହୋଇଛି। ପ୍ରବଳ ତୁଷାରପାତ ଯୋଗୁଁ ଗତ ସପ୍ତାହ ଧରି ସେଠାରେ କାମ ବନ୍ଦ ରହିଛି। ଚଳିତ ବର୍ଷ ଆୟୋଜିତ ହେଉଥିବା ଚାରିଧାମ ଯାତ୍ରା ଆସନ୍ତା ଅପ୍ରେଲ ୧୯ ତାରିଖରୁ ଆରମ୍ଭ ହେବ। ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଯାତ୍ରା ଆରମ୍ଭ ହେବାର ପ୍ରଥମ ଦିନରୁ ଖୋଲିବ। ଅନ୍ୟପଟେ କେଦାରନାଥ ଦ୍ୱାରା ୨୨ ଏବଂ ବଦ୍ରିନାଥ ମନ୍ଦିର ଦ୍ୱାରା ୨୩ ଅପ୍ରେଲରେ ଖୋଲିବ। ଏହା ସହିତ ହେମକୁଣ୍ଡ ସାହିବ ଦ୍ୱାର ମଧ୍ୟ ଅପ୍ରେଲ ୨୩ ତାରିଖରେ ଖୋଲିବ।

ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ଚାରି ଧାମ କୁହାଯାଉଥିବା ଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରିନାଥ, କେଦାରନାଥ ଏବଂ ହେମକୁଣ୍ଡ ସାହିବ ପରିଦର୍ଶନରେ ଆସିଥାନ୍ତି। ଏହି ଯାତ୍ରା ରାଜ୍ୟର ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ। ସ୍ଥାନୀୟ ଲୋକଙ୍କ ପାଇଁ ଏହା ସିଧାସଳଖ ସେମାନଙ୍କ ଜୀବନ ଜୀବିକା ସହିତ ଜଡି଼ତ। କାରଣ ଚାରିଧାମର ଦ୍ୱାର କେବଳ ବର୍ଷକୁ ୬ ମାସ ପାଇଁ ଖୋଲିଥାଏ। ବାକି ୬ ମାସ ଶୀତକାଳ ପାଇଁ ବନ୍ଦ ହୋଇଯାଏ। ଯେତେବେଳେ ୬ ମାସ ପାଇଁ ଦ୍ୱାର ଖୋଲିବାକୁ ଯାଉଛି ସେତେବେଳେ ସ୍ଥାନୀୟ ବ୍ୟବସାୟୀ ଏବଂ ଲୋକେ ଚାରିଧାମ ଯାତ୍ରାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ହେଲେ ତଥାପି ଚଳିତ ମାସରେ ଦୁଇ ଦୁଇଥର ପ୍ରବଳ ତୁଷାରପାତ ହୋଇସାରିଛି। ଯେଉଁଥିପାଇଁ କେବଳ ସ୍ଥାନୀୟ ବ୍ୟବସାୟୀଙ୍କୁ ନୁହେଁ ବରଂ ଜନସାଧାରଣଙ୍କୁ ମଧ୍ୟ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କାରଣ ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ, ଅନେକ ସ୍ଥାନୀୟ ବ୍ୟବସାୟୀ ସେମାନଙ୍କ ଦୋକାନ, ହୋଟେଲ, ରେସ୍ତୁରାଁ, ଢାବା ଏବଂ ରିସର୍ଟ ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ପରିବହନ କରିଥନ୍ତି। ହେଲେ ଲଗାତାର ତୁଷାରପାତ କାରଣରୁ ଚାରିଧାମକୁ ଯୋଡୁଥିବା ରାସ୍ତା ବନ୍ଦ ହୋଇଯାଇଛି। ଯେଉଁଥିପାଇଁ ସେମାନେ ସେମାନଙ୍କର ସାମଗ୍ରୀ ନେବା ଆଣିବା କରି ପାରୁନାହାଁନ୍ତି।

କେଦାରନାଥରେ ବନ୍ଦ ହୋଇଯାଇଛି ପୁନଃନିର୍ମାଣ କାର୍ଯ୍ୟ
ଅନ୍ୟପକ୍ଷରେ, କେଦାରନାଥ ଧାମରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଛି। ତୁଷାରପାତ ପୂର୍ବରୁ ସେଠାରେ ​​ପୁନଃନିର୍ମାଣ କାର୍ଯ୍ୟ ଚାଲିଥିଲା। ହେଲେ ଚଳିତ ମାସରେ ଦୁଇ ଦୁଇ ଥ ପ୍ରବଳ ତୁଷାରପାତ ହେବା କାରଣରୁ ପୁନନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ରାଜ୍ୟ ପୋଲିସ ବାହିନୀ ବରଫ ସଫା କରୁଥିବାର ନଜର ଆସିଛନ୍ତି। ତୁଷାରପାତ ଏତେ ଅଧିକ ଯେ ବର୍ତ୍ତମାନ ସେଠାରେ କାମ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ୨୦୧୩ ବିପର୍ଯ୍ୟୟ ପରଠାରୁ କେଦାରନାଥ ଧାମରେ ​​ପୁନଃନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇସାରିଛି। ହେଲେ ନିରନ୍ତର ତୁଷାରପାତ କାରଣରୁ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

କେଦାରନାଥ ଉପତ୍ୟକା ଅଞ୍ଚଳରେ ତୁଷାରପାତ ବିଦ୍ୟୁତ୍, ରାସ୍ତା, ପାନୀୟ ଜଳ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଭାବିତ କରିଛି। କେଦାରନାଥ ଧାମର ଦ୍ୱାର ୨୨ ଅପ୍ରେଲରେ ଖୋଲିବାକୁ ସ୍ଥିର ହୋଇଛି। ଯାହା ଫଳରେ ଯାତ୍ରା ପ୍ରସ୍ତୁତି ପାଇଁ ବହୁତ କମ୍ ସମୟ ବାକି ରହିଛି। ଏହି କାରଣରୁ ଆଶା କରାଯାଉଛି ଯେ ଯାତ୍ରା ପାଇଁ ପ୍ରସ୍ତୁତି ଯଥାଶୀଘ୍ର ସମାପ୍ତ ହେବ। ତୁଷାରପାତକୁ ଦୃଷ୍ଟିରେ ରଖି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ପୁନଃନିର୍ମାଣ କରିବାର ଆବଶ୍ୟକତା ରହିଛି।

ବଦ୍ରିନାଥରେ କେବେ ବନ୍ଦ ହେବ ତୁଷାରପାତ?
କେଦାରନାଥ ଭଳି ବଦ୍ରିନାଥ ଧାମରେ ​​ମଧ୍ୟ ପୁନଃନିର୍ମାଣ କାର୍ଯ୍ୟ ଚାଲୁଥିଲା। ହେଲେ ପ୍ରବଳ ତୁଷାରପାତ କାରଣରୁ ଏବେ କାମ ବନ୍ଦ ହୋଇଯାଇଛି। ବଦ୍ରିନାଥ ଧାମରେ ​​ପ୍ରାୟ ଶହେରୁ ୧୨୦ ଜଣ ଶ୍ରମିକ ଏବଂ କର୍ମଚାରୀ ଅଛନ୍ତି। ଯେଉଁମାନେ କାମ ଆରମ୍ଭ କରିବା ପାଇଁ ତୁଷାରପାତ କମିବା ପାଇଁ ଅପେକ୍ଷା କରିଥିଲେ। ହେଲେ ବର୍ତ୍ତମାନ ଚାଲିଥିବା ତୁଷାରପାତ ସେମାନଙ୍କ କାମ ବନ୍ଦ କରିଦେଇଛି।

ବଦ୍ରିନାଥ ଧାମରେ ​​ପ୍ରଥମ ପର୍ଯ୍ୟାୟର ପ୍ରାୟ ୯୦% କାର୍ଯ୍ୟ ସମାପ୍ତ ହୋଇଛି। ଧାମରେ ଦ୍ୱିତୀୟ ପର୍ଯ୍ୟାୟ କାମ ମଧ୍ୟ ଆରମ୍ଭ ହୋଇସାରିଛି। ହେଲେ ତଥାପି ନିରନ୍ତର ତୁଷାରପାତ କାରଣରୁ ନିର୍ମାଣ କାର୍ଯ୍ୟ ପ୍ରାୟତଃ ବନ୍ଦ ହୋଇଯାଇଛି। ଅଳକନନ୍ଦା ନଦୀ କୂଳରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟ ଚାଲିଛି। ବଦ୍ରିନାଥ ଧାମରେ ​​ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି। ପଦଯାତ୍ରୀ ପଥ ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ମାଷ୍ଟର ପ୍ଲାନ ଆଧାରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଚାଲିଛି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ପ୍ରାୟ ୯୮% ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାୟ ୬୦% ସମ୍ପୂର୍ଣ୍ଣ ହୋଇସାରିଛି। ଏହି କାର୍ଯ୍ୟ ସମାପ୍ତ ହେବା ସହିତ ଭକ୍ତ ବଦ୍ରିନାଥ ଧାମ ପରିଦର୍ଶନ ସମୟରେ ଚମତ୍କାର ଏବଂ ସୁନ୍ଦରବଦ୍ରି ହ୍ରଦ ଦେଖିପାରିବେ।







Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Char Dham Yatra 2026: Reconstruction Halted Due to Snowfall, Uncertainty Grows | Argus News