Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାରିଧାମ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି

National

Char Dham Yatra 2026 Health Advisory / ଚାରିଧାମ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି

Subhramjit Ray
Browse all articles by Subhramjit Ray
·1 month ago·3 min read
ଚାରିଧାମ ଆସୁଥିବା ଯାତ୍ରୀଙ୍କ ପାଇଁ  ସ୍ୱାସ୍ଥ୍ୟ ପରାମର୍ଶ ଜାରି
Char Dham Yatra 2026 Health Advisory

Key Points

ଚାରିଧାମ ଯାତ୍ରା ଆରମ୍ଭ ହୋଇସାରିଛି। ହେଲେ ଏହା ପୂର୍ବରୁ ଉତ୍ତରାଖଣ୍ଡ ସରକାର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟଗତ ପରାମର୍ଶ ଜାରି କରିଛନ୍ତି। ଯେଉଁଥିରେ ସେମାନେ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ ତାହା ଉଲ୍ଲେଖ କରାଯାଇଛି।
  • Uttarakhand Pilgrimage Medical Guidelines: ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ଆୟୋଜିତ ହେଉଥିବା ଚାରିଧାମ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଜାରି କରିଛି। ଯେଉଁଥିରେ ଏହି ତୀର୍ଥଯାତ୍ରାରେ ସାମିଲ ହେଉଥିବା ଯାତ୍ରୀ ଯାତ୍ରା ଆରମ୍ଭ କରିବା ପୂର୍ବରୁ କ'ଣ ଆବଶ୍ୟକୀୟ ପଦକ୍ଷେପ ନେବେ ସେ ନେଇ ସେମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରାଯାଇଛି। ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରାମର୍ଶ ପଠାଇଛି।


  • ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱାସ୍ଥ୍ୟ ପରାମର୍ଶ ଜାରି
    ସମୁଦ୍ର ପତ୍ତନରୁ ପ୍ରାୟ ୩୦୦୦ ମିଟର ଉଚ୍ଚରେ ଅବସ୍ଥିତ ରହିଛି ଉତ୍ତରାଖଣ୍ଡର ଚାରି ଧାମ। ଯାହା କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଆଦି ଧାମକୁ ନେଇ ଗଠିତ। ଅଧିକ ଉଚ୍ଚତା ହେତୁ ଏହି ଅଞ୍ଚଳରେ ଅମ୍ଳଜାନ ସ୍ତର ନିରନ୍ତର କମ୍ ରହିଥାଏ। ଏହି ଅଞ୍ଚଳ ବର୍ଷସାରା ପ୍ରାୟତଃ ବରଫରେ ଆଚ୍ଛାଦିତ ରହିଥାଏ। ଯେଉଁଠାରେ ବହୁତ କମ୍ କିମ୍ବା ଆଦୌ କୌଣସି ଗଛଲତା ନଥାଏ। ଏହି କାରଣରୁ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀ, ଚାରି ଧାମ ଯାତ୍ରାରେ ସାମିଲ ହେବା ସମୟରେ ପ୍ରାୟତଃ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିଥାନ୍ତି। ତଥାପି ଉତ୍ତରାଖଣ୍ଡ ରାଜ୍ୟ ସରକାର ଚାରିଧାମରେ ୧୩୫୦ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଏହା ସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ହସ୍ପିଟାଲ ଏବଂ ଟ୍ରାଞ୍ଜିଷ୍ଟର କ୍ୟାମ୍ପ ଠାରେ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି।

    ଏହା ସହ ପଢନ୍ତୁ: କେଦାରନାଥ ଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଗଲା ପ୍ରସ୍ତୁତି

    ଉତ୍ତରାଖଣ୍ଡ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ପରାମର୍ଶରେ ସେମାନେ କେଉଁ ପ୍ରକାରର ସତର୍କତା ଗ୍ରହଣ କରିବା ଆବଶ୍ୟକ ସେ ବିଷୟରେ ବର୍ଣ୍ଣନ କରାଯାଇଛି। ଚାରିଧାମ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କୁ ତୀର୍ଥଯାତ୍ରାର ୭ ଦିନ ପୂର୍ବରୁ ସକାଳ ଏବଂ ସନ୍ଧ୍ୟାରେ ୧୦ ମିନିଟ୍ ଚାଲିବାକୁ ପରାମର୍ଶ ଦିଆଯାଇଛି। ତୀର୍ଥଯାତ୍ରା ପୂର୍ବରୁ ଏକ ଡାକ୍ତରୀ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ଯାହାର ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ସେମାନେ ଜରୁରୀ ଔଷଧ ସାଙ୍ଗରେ ଆଣିବାକୁ କୁହାଯାଇଛି। ୫୫ ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତି ଯିଏ ତୀର୍ଥ ଯାତ୍ରାରେ ସାମିଲ ହେଉଛନ୍ତି, ଯଦି ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ତାହେଲେ ସେ ତୀର୍ଥଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ। ଅସୁସ୍ଥତା କିମ୍ବା ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ତୀର୍ଥଯାତ୍ରାରେ ସାମିଲ ହେବାକୁ କୁହାଯାଉଛି।

    କ’ଣ ମନେ ରଖିବା ଆବଶ୍ୟକ
    ତୀର୍ଥଯାତ୍ରୀଙ୍କୁ ସକାଳେ ଅତି କମରେ ୫ ରୁ ୧୦ ମିନିଟ୍ ବ୍ୟାୟାମ କରିବାକୁ ପରାମର୍ଶ ଦିଏ। କେଦାରନାଥ ଏବଂ ଯମୁନୋତ୍ରୀ ହେଉଛି ଅଧିକ ଉଚ୍ଚତାରେ ରହିଥିବା ସ୍ଥାନ। କେଦାରନାଥରେ ଗୌରୀକୁଣ୍ଡରୁ ଧାମ ପର୍ଯ୍ୟନ୍ତ ୨୧ କିଲୋମିଟର ଚଢ଼ିବା ସ୍ଥାନ ରହିଛି। ସେହିପରି ଯମୁନୋତ୍ରୀରେ ମଧ୍ୟ ୫ କିଲୋମିଟର ଚଢ଼ିବା ସ୍ଥାନ ରହିଛି। କେଦାରନାଥ କିମ୍ବା ଯମୁନୋତ୍ତରୀକୁ ପାଦରେ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଧିରେ ଧିରେ ଚଢ଼ିବା ଏବଂ ଅତ୍ୟଧିକ ସାମଗ୍ରୀ ବହନ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଚଢ଼ିବା ସମୟରେ ଅଳ୍ପ ଅଳ୍ପ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଯାତ୍ରା ସମୟରେ ଯାତ୍ରୀ ସେମାନଙ୍କ ସହିତ ଶୁଖିଲା ଫଳ, ବିସ୍କୁଟ ଏବଂ ପୁଷ୍ଟିକର ଖାଦ୍ୟ ସାମଗ୍ ରଖିବାକୁ କୁହାଯାଇଛି।

    ଏହା ସହ ପଢନ୍ତୁ: ତୁଷାରପାତ ବଢାଇଲା ଚିନ୍ତା; ଦ୍ୱାର ଖୋଲିବାକୁ ନେଇ ବଢିଲା ସମସ୍ୟା

    ଚାରି ଧାମ ଯାତ୍ରାରେ ସାମିଲ ହେଉଥିବା ତୀର୍ଥଯାତ୍ରୀ ଯଦି ଛାତି ଯନ୍ତ୍ରଣା, ଶ୍ୱାସକ୍ରିୟା ଜନିତ ସମସ୍ୟା, ଥଣ୍ଡା, କାଶ, ବାନ୍ତି ଭଳି ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସାମ୍ନା କରନ୍ତି ତାହେଲେ ସେମାନେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଯାଞ୍ଚ କରିବେ। ଯାତ୍ରା ସମୟରେ ମଦ୍ୟପାନ ଏବଂ ଧୂମପାନ ଠାରୁ ଦୂରେଇ ରହିବା ଏବଂ ଜଙ୍କଫୁଡ୍-ଫାଷ୍ଟଫୁଡ ଠାରୁ ଦୂରରେ ରହିବା ପାଇଁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Chardham Yatra Health Advisory 2026: Essential Do's and Don'ts for Pilgrims | Argus News