Social Media Vulgarity / 'କୋଟିଏ ଟଙ୍କା ଦେଲେ ଶୋଇବି', ନଗ୍ନତା ଏବେ ଟ୍ରେଣ୍ଡ ହୋଇଛି
·1 hour ago·2 min read

Key Points
ନଗ୍ନତା ଏବେ ଟ୍ରେଣ୍ଡରେ ପରିଣତ ହୋଇଛି
ଟିଭି ଅଭିନେତ୍ରୀ ଚାରୁଲ ମଲିକଙ୍କ ଅଭିଯୋଗ
ଓଟିଟିରେ ନଗ୍ନତା ଓ ଆପତ୍ତିଜନକ ଭାଷା ବ୍ୟବହାର ହେଉଛି

ମୁମ୍ବାଇ, ୧୪/୦୯: ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ପାଇଁ ଅଶ୍ଳୀଳତା ଓ ବିବାଦୀୟ ବୟାନର ସାହାରା ନେଉଥିବା ଲୋକଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ଟିଭି ଅଭିନେତ୍ରୀ ତଥା ନ୍ୟୁଜ୍ ଆଙ୍କର ଚାରୁଲ ମଲିକ। ଓଟିଟି କଣ୍ଟେଣ୍ଟ, ୟୁଟ୍ୟୁବ୍ କମେଡି ଶୋ’ ଏବଂ ସୋସିଆଲ ମିଡିଆରେ ବଢ଼ୁଥିବା ଅଶ୍ଳୀଳତାକୁ ନେଇ ସେ ନିଜର ଚିନ୍ତା ପ୍ରକାଶ କରିଛନ୍ତି।
ଚାରୁଲ ମଲିକ ଲୋକପ୍ରିୟ ଟିଭି ଶୋ’ ‘ଭାବୀଜୀ ଘର ପର ହୈଁ’ ଏବଂ ‘ହାପୁ କି ଉଲଟନ ପଲଟନ’ ଭଳି ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ଏକ ୟୁଟ୍ୟୁବ୍ ଚ୍ୟାନେଲର ପଡକାଷ୍ଟରେ ନିଜ କ୍ୟାରିଅର ସହ ସୋସିଆଲ ମିଡିଆର ବଦଳୁଥିବା ଟ୍ରେଣ୍ଡ ଉପରେ ଖୋଲାଖୋଲି ମତ ରଖିଛନ୍ତି ସେ।
ଚାରୁଲଙ୍କ କହିବା ଅନୁସାରେ, ଆଜିକାଲି ଅନେକ ଓଟିଟି ଶୋ’ରେ ଅତ୍ୟଧିକ ନଗ୍ନତା ଓ ଅପମାନଜନକ ଭାଷା ବ୍ୟବହାର କରାଯାଉଛି। ଏଭଳି କଣ୍ଟେଣ୍ଟ ଯୁବପିଢ଼ି ଓ ପରବର୍ତ୍ତୀ ପିଢ଼ି ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ସେ ମତ ଦେଇଛନ୍ତି। ଏପରିକି କିଛି ୟୁଟ୍ୟୁବ୍ କମେଡି ଶୋ’ରେ ଅଶ୍ଳୀଳତାର ମାତ୍ରା ଏତେ ଅଧିକ ଯେ ପରିବାର ସହ ବସି ତାହା ଦେଖିବା ମଧ୍ୟ ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି।
ପଢନ୍ତୁ ଏହି ଖବର: ‘ଏତେ ଟଙ୍କା ମିଳିଥିଲେ ଦେଶ ଛାଡ଼ି ଦେଇଥାନ୍ତି’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
‘ଟ୍ରେଣ୍ଡ ପାଇଁ ଅଶ୍ଳୀଳତା ?
ସୋସିଆଲ ମିଡିଆରେ ଭାଇରାଲ ଓ ଟ୍ରେଣ୍ଡ କରିବା ପାଇଁ ଅନେକ ଲୋକ ଜାଣିଶୁଣି ଅଶ୍ଳୀଳ ଭାଷା ଓ ବିବାଦୀୟ ବିଷୟର ବ୍ୟବହାର କରୁଥିବା ନେଇ ମଧ୍ୟ ଚାରୁଲ ଆପତ୍ତି ଉଠାଇଛନ୍ତି। ତାଙ୍କ ମତରେ, ଲୋକପ୍ରିୟ ହେବା ପାଇଁ ନିଜର ଗ୍ରେସ୍ ଓ ପ୍ରତିଭାକୁ ଆଗକୁ ଆଣିବା ଉଚିତ। କେବଳ ବିବାଦୀୟ କଥା କହି ଧ୍ୟାନ ଆକର୍ଷଣ କରିବା ଠିକ୍ ନୁହେଁ।
ପଡକାଷ୍ଟରେ ଚାରୁଲଙ୍କୁ ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ପୁରୁଣା ବିବାଦୀୟ ମନ୍ତବ୍ୟ ବିଷୟରେ ପଚରାଯାଇଥିଲା। ଉକ୍ତ ଇନ୍ଫ୍ଲୁଏନ୍ସର କହିଥିଲେ ଯେ ଅଳ୍ପ ଟଙ୍କା ପାଇଁ ସେ କାହା ସହିତ ସମ୍ପର୍କରେ ଯିବେ ନାହିଁ, କିନ୍ତୁ ୧ କୋଟି ଟଙ୍କା ଦିଆଗଲେ ସେ ଏଥିପାଇଁ ରାଜି ହୋଇପାରନ୍ତି। ହୋଷ୍ଟଙ୍କ ପ୍ରଶ୍ନରେ ଏହି ବୟାନକୁ ନେଇ ନିଜ ମତ ରଖିଥିଲେ ଚାରୁଲ।
ଚାରୁଲ କହିଥିଲେ, ଜଣେ ପବ୍ଲିକ୍ ଫିଗର ହୋଇଥିଲେ କ୍ୟାମେରା ସାମ୍ନାରେ କିମ୍ବା ସାର୍ବଜନୀନ ସ୍ଥାନରେ କହିବା ସମୟରେ ଅଧିକ ସଚେତନ ରହିବା ଦରକାର। କାରଣ ସେମାନଙ୍କ କଥାକୁ ଲକ୍ଷ ଲକ୍ଷ ଲୋକ ଦେଖନ୍ତି ଓ ଅନୁସରଣ କରନ୍ତି। ତେଣୁ କହିବା ପୂର୍ବରୁ ଚିନ୍ତା କରିବା ଜଣେ ପବ୍ଲିକ୍ ଫିଗରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।
‘ବିଗ୍ ବସ୍କୁ ଯିବା ପାଇଁ ବିବାଦ?’
ଚାରୁଲଙ୍କ ମତରେ, ଆଜିକାଲି କିଛି ଲୋକ ନିଜ ପ୍ରତିଭା ଅପେକ୍ଷା ବିବାଦୀୟ ବୟାନ ଓ ଭାଇରାଲ କଣ୍ଟେଣ୍ଟ ଜରିଆରେ ଲୋକଙ୍କ ନଜରକୁ ଆସିବାକୁ ଚାହୁଁଛନ୍ତି। ଏପରିକି କେବଳ ଚର୍ଚ୍ଚାରେ ରହିବା ଏବଂ ଶିରୋନାମା ପାଇବା ପାଇଁ ଏଭଳି କାମ କରାଯାଉଥିବା ସେ କହିଛନ୍ତି।

ଚାରୁଲ ଏହା ମଧ୍ୟ ଦାବି କରିଛନ୍ତି ଯେ ଏଭଳି ବିବାଦୀୟ ବୟାନ ଦେଇଥିବା ଯୁବତୀ ଆଗାମୀ ଦିନରେ ‘ବିଗ୍ ବସ୍’ ଭଳି ରିଆଲିଟି ଶୋ’ରେ ନଜର ଆସିପାରନ୍ତି। ତାଙ୍କ ଅନୁସାରେ, ବିବାଦ ଓ ଭାଇରାଲ ହେବା ମଧ୍ୟ ଆଜିକାଲି ଲୋକପ୍ରିୟତା ହାସଲ କରିବାର ଏକ ମାଧ୍ୟମ ପାଲଟିଛି।
ତେବେ ଚାରୁଲଙ୍କ ଏହି ମତାମତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବିବାଦୀୟ ଓ ଅଶ୍ଳୀଳ କଣ୍ଟେଣ୍ଟ ବ୍ୟବହାର କରିବା ଠିକ୍ କି ନାହିଁ, ଏହାକୁ ନେଇ ମଧ୍ୟ ମତଭେଦ ଦେଖାଦେଇପାରେ। ଆପଣ ଚାରୁଲ ମଲିକଙ୍କ ଏହି ମତ ସହ କେତେ ସହମତ?

Related Topics
Explore more stories