Akanksha Reacts / ‘ଏତେ ଟଙ୍କା ମିଳିଥିଲେ ଦେଶ ଛାଡ଼ି ଦେଇଥାନ୍ତି’
·1 hour ago·2 min read

Key Points
ପ୍ରେମ, ବିବାହ ଆଉ ତା’ପରେ ବିଚ୍ଛେଦ
ଗୌରବ ଖାନ୍ନା ଓ ଆକାଂକ୍ଷା ଚାମୋଲାଙ୍କ ସମ୍ପର୍କ ଏବେ ପୁଣି ଚର୍ଚ୍ଚାରେ
ଆକାଂକ୍ଷା ଗୌରବଙ୍କଠାରୁ ୧୦ କୋଟି ଟଙ୍କା ଭରଣପୋଷଣ ଦାବି
ଏହି ଖବରକୁ ସିଧାସଳଖ ଖଣ୍ଡନ କରିଛନ୍ତି ଆକାଂକ୍ଷା

ମୁମ୍ବାଇ,୧୩/୦୯: ପ୍ରେମ, ବିବାହ ଆଉ ତା’ପରେ ବିଚ୍ଛେଦ । ଗୌରବ ଖାନ୍ନା ଓ ଆକାଂକ୍ଷା ଚାମୋଲାଙ୍କ ସମ୍ପର୍କ ଏବେ ପୁଣି ଚର୍ଚ୍ଚାରେ। ଦୁହିଁଙ୍କ ବିବାହ ଜୀବନରେ ଦୂରତା ଆସିଥିବା ବେଳେ, ଆକାଂକ୍ଷା ଗୌରବଙ୍କଠାରୁ ୧୦ କୋଟି ଟଙ୍କା ଭରଣପୋଷଣ ଦାବି କରିଥିବା ଖବର ଚର୍ଚ୍ଚାକୁ ଆସିଥିଲା। ତେବେ ଏହି ଖବରକୁ ସିଧାସଳଖ ଖଣ୍ଡନ କରିଛନ୍ତି ଆକାଂକ୍ଷା।
ଏକ ସାକ୍ଷାତକାରରେ ଆକାଂକ୍ଷା କହିଛନ୍ତି, ଯଦି ସେ ସତରେ ୧୦ କୋଟି ଟଙ୍କା ଦାବି କରିଥାନ୍ତେ ଏବଂ ତାହା ତାଙ୍କୁ ମିଳିଯାଇଥାନ୍ତା, ତେବେ ସେ ଏବେ ଏଠାରେ ବସି ଏସବୁ କଥା କହୁନଥାନ୍ତେ। ତାଙ୍କ ପାଖରେ ଏତେ ବଡ଼ ରାଶି ଥାଆନ୍ତା ତେବେ ସେ ବହୁଦିନ ଆଗରୁ ଦେଶ ଛାଡ଼ି ବିଶ୍ୱ ଭ୍ରମଣରେ ବାହାରି ଯାଇଥାନ୍ତେ ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି।
ଆକାଂକ୍ଷାଙ୍କ ଏହି କଥାରୁ ସ୍ପଷ୍ଟ ହୋଇଛି ଯେ ୧୦ କୋଟି ଟଙ୍କା ଭରଣପୋଷଣ ଦାବି ସମ୍ପର୍କିତ ରିପୋର୍ଟକୁ ସେ ଗ୍ରହଣ କରୁନାହାନ୍ତି। ବରଂ ନିଜ ଜୀବନକୁ ନେଇ ସେ ଏବେ ନିଜ ଭାବନା ଓ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ସାମ୍ନାକୁ ଆଣୁଛନ୍ତି।
ପଢନ୍ତୁ ଏହି ଖବର: ୨୭ ଥର ଉଳଗ୍ନ କରାଯାଇଥିଲା, ଦିନକୁ ୩ ଥର ପୋଷାକ ଖୋଲି ଦିଆଯାଇଥିଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆକାଂକ୍ଷା ଓ ଗୌରବ ୨୦୧୬ ନଭେମ୍ବରରେ ବିବାହ କରିଥିଲେ। ହେଲେ ସମୟ ବଢ଼ିବା ସହ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା। ‘ଲକ୍ ଅପ୍ ୨’ରେ ଆକାଂକ୍ଷା ନିଜ ବିବାହ ଓ ବିଚ୍ଛେଦକୁ ନେଇ ମୁହଁ ଖୋଲିବା ପରେ ଏହି ସମ୍ପର୍କ ପୁଣି ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା।
ବିଚ୍ଛେଦର ଏକ ବଡ଼ କାରଣ ଭାବେ ଆକାଂକ୍ଷା ପରିବାର ଓ ସନ୍ତାନକୁ ନେଇ ଦୁହିଁଙ୍କ ଭିନ୍ନ ଚିନ୍ତାଧାରା ବିଷୟରେ କହିଥିଲେ। ସେ କହିଥିଲେ ଯେ ଗୌରବ ପରିବାର ଆରମ୍ଭ କରିବାକୁ ଚାହୁଁଥିଲେ, କିନ୍ତୁ ନିଜ ଭିତରେ ମାତୃତ୍ୱର ସେହି ଇଚ୍ଛା ଅନୁଭବ କରିନଥିଲେ। ତେଣୁ ଗୌରବଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଏକ ସମ୍ପର୍କରେ ରଖିବାକୁ ସେ ଚାହୁଁନଥିଲେ।
ଏବେ ସମ୍ପର୍କରେ ଦୂରତା ଥିଲେ ମଧ୍ୟ, ଦୁହିଁଙ୍କ ଜୀବନର ଏହି ଅଧ୍ୟାୟ ଅନେକଙ୍କ ପାଇଁ ପ୍ରେମ ଓ ସମ୍ପର୍କର ଏକ ଭିନ୍ନ କାହାଣୀ ହୋଇ ରହିଛି। କାରଣ ବେଳେବେଳେ ଭଲପାଇବାର ଅର୍ଥ ଏକାଠି ରହିବା ନୁହେଁ, ବରଂ ପରସ୍ପରର ଇଚ୍ଛାକୁ ସମ୍ମାନ ଦେଇ ନିଜ ନିଜ ରାସ୍ତା ବାଛିବା ମଧ୍ୟ ହୋଇପାରେ।
ଗୌରବଙ୍କ ସହ ବିବାହ ପରେ ଆକାଂକ୍ଷା ତାଙ୍କର ୱେବ୍ ସିରିଜ୍ "ଦିଲ୍, ଧୋଖା ଔର ଡିଜାୟାର" ରେ କିଛି ବୋଲ୍ଡ ଏବଂ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିଥିଲେ। ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ବହୁତ ହଇଚଇ ସୃଷ୍ଟି କରିଥିଲା। ଲୋକମାନେ ଏହାକୁ ସଫ୍ଟ ପର୍ଣ୍ଣ ବୋଲି କହିଥିଲେ। ଅନେକ ଲୋକ ଆକାଂକ୍ଷାଙ୍କୁ "ଭାବି ପର୍ଣ୍ଣ" ରେ ଅଭିନୟ କରିବାର ଅଭିଯୋଗ ମଧ୍ୟ କରିଥିଲେ।

Related Topics
Explore more stories