Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚତୁର୍ମାସରେ କ'ଣ ପାଇଁ  ଶୁଭ କାର୍ଯ୍ୟ ବନ୍ଦ, ଜାଣନ୍ତୁ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଚତୁର୍ମାସରେ କ'ଣ ପାଇଁ  ଶୁଭ କାର୍ଯ୍ୟ ବନ୍ଦ, ଜାଣନ୍ତୁ 

ନୂଆଦିଲ୍ଲୀ: ସନାତମ ଧର୍ମରେ ଚତୁର୍ମାସିଆ କୁ ବହୁତ ମହତ୍ୱ ଦିଆଯାଇଥାଏ।  ଏହାର ଅର୍ଥ  ୪ମାସର ପବିତ୍ର ଅବଧି।  ଧାର୍ମିକ ମାନ୍ୟତା ଅନୁସାରେ  ଏହି ସମୟ ମଧ୍ୟରେ  ଭଗବାନ ବିଷ୍ଣୁ  ଯୋଗ  ନିଦ୍ରାକୁ ଚାଲି ଯାଇଥାନ୍ତି।  ଏହି କାରଣ ଯୋଗୁ ଏହି ସମୟରେ କୌଣସି ଶୁଭ  ଏବଂ  ନୂଆ କାର୍ଯ୍ୟ କରାଯାଇନଥାଏ।  ଏହା ବ୍ୟତିତ ଆପଣ ଧାର୍ମିକ କାର୍ଯ୍ୟ ଯଥା ଦାନ ଧର୍ମ କରିବା ଉଚିତ୍‌।  କୁହାଯାଇଥାଏ ଏହି ମାସରେ  ଏପରି  କରିବା ଦ୍ୱାରା  ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା  ଏହି ୪ ମାସର ମହତ୍ୱ ବିଷୟରେ..

ଅଯୋଧ୍ୟାର ଜ୍ୟାତିଷ  କଲ୍କି ରାମ କହିଛନ୍ତି,  ହିନ୍ଦୁ ପଞ୍ଚାଙ୍ଗ  ଅନୁସାରେ ୧୭ ଜୁଲାଇରୁ ଚତୁର୍ମାସର ଆରମ୍ଭ ହୋଇଥାଏ। ଏହି ୪ ମାସ ମଧ୍ୟରେ  ମୁଣ୍ଡନ, ଗୃହ ନିର୍ମାଣ ଏବଂ ବିବାହ ସମେତ ସମସ୍ତ ଶୁଭ କାର୍ଯ୍ୟ ବନ୍ଦ  ହୋଇଥାଏ।  ସେହିପରି ଚତୁର୍ମାସ  ୧୨ ନଭେମ୍ବରରେ ଦେବଉଠନୀ ଏକାଦଶୀ ସହ ଶେଷ ହୋଇଥାଏ।  ଧାର୍ମିକ ମାନ୍ୟତା ଅନୁସାରେ  ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଫେରିଥାନ୍ତି। ଆଉ ଏହାପରେ ଆରମ୍ଭ ହୋଇଥାଏ ଧାର୍ମିକ କାର୍ଯ୍ୟ।  ସନାତନ ଧର୍ମରେ  ଚତୁର୍ମାସର ସମୟ ବହୁତ ଧାର୍ମିକ ହୋଇଥାଏ। ଏହି ସମୟରେ କିଛି ଶୁଭ କାର୍ଯ୍ୟ ହୋଇନଥାଏ  କିନ୍ତୁ  ଏହି ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ୍‌। ଏଥିସହିତ ଭଜକ-କିର୍ତ୍ତନ ମଧ୍ୟ କରିବା ଦରକାର।   

ଅଧିକ ପଢନ୍ତୁ  ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored