Videos
|
National

Shocking Fourth Night / ଚତୁର୍ଥୀ ରାତିରେ ବନ୍ଦ ନଥିଲା କବାଟ…ସକାଳୁ ଭିତର ଦୃଶ୍ୟ ଦେଖି ପରିବାର ଲୋକ ସ୍ତବ୍ଧ

Ritu Das
Browse all articles by Ritu Das
·1 hour ago·2 min read
ଚତୁର୍ଥୀ ରାତିରେ ବନ୍ଦ ନଥିଲା କବାଟ…ସକାଳୁ ଭିତର ଦୃଶ୍ୟ ଦେଖି ପରିବାର ଲୋକ ସ୍ତବ୍ଧ
India

Key Points

  • ବିବାହର କିଛି ଘଣ୍ଟା ପରେ ନବଦମ୍ପତିଙ୍କ ମୃତ୍ୟୁ, ଘରେ ଖେଳିଗଲା ଶୋକର ଛାୟା
  • ସକାଳୁ କବାଟ ଠେଲି ଖୋଲିବା ପରେ ଘର ଭିତର ଦୃଶ୍ୟ ଦେଖି ସ୍ତବ୍ଧ ପରିବାର
  • ଘରେ ଥିଲା ବାହାଘରର ମାହୋଲ। ଘର ସଜାହୋଇଛି କାରଣ ଘରକୁ ନୂଆବୋହୂ ଆସିଛି ବୋଲି ଘରେ ବନ୍ଧୁବାନ୍ଧବ ଥାଆନ୍ତି। କିନ୍ତୁ ବିବାହର କିଛି ଘଣ୍ଟା ପରେ ସବୁକିଛି ବଦଳିଯାଏ। ଘର ଖୁସି ନୁହେଁ କାନ୍ଦବୋବାଳିରେ ଫାଟିପଡ଼େ। କିନ୍ତୁ ବାହାଘର ପରଦିନ ଏମିତି ଏକ ଘଟଣା ଘଟିଲା ଯାହାକୁ ଦେଖିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଦ୍ଧାର୍ଥନଗର ଗ୍ରାମରେ ଘଟିଛି ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣ ମଧ୍ୟ ଡରିଯିବେ। ବିବାହର ପ୍ରଥମ ରାତିରେ ଦେଶରାଜ ଚୌହାନ ଏବଂ ଅନୀତାଙ୍କ ଚୌହାନଙ୍କ ମୃତଦେହ ମିଳିଥିବାରୁ ଗାଁ ଲୋକ ଭୟଭୀତ ହୋଇଯାଇଛନ୍ତି। ଚତୁର୍ଥୀ ରାତିରେ କବାଟ ବନ୍ଦ ହୋଇ ନଥିଲା। ଦୁହେଁ ସକାଳୁ ଉଠି ନଥିବାରୁ ପରିବାର ଲୋକ ଉଭୟ ଦମ୍ପତିଙ୍କୁ ଡାକିଥିଲେ। କିନ୍ତୁ ଘର ଭିତରୁ କୌଣସି ଉତ୍ତର ଆସି ନଥିଲା। ପୁନର୍ବାର ଲୋକ ଉଭୟଙ୍କୁ ଡାକିଥିଲେ କେହି ନଶୁଣିବାରୁ କବାଟକୁ ହାଲକା ଧକ୍କା ଦେଇଥିଲେ। ଆଉ ଭିତର ଦୃଶ୍ୟ ଦେଖିବାପରେ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ। ଦେଶରାଜ ଫାଶୀ ଦେଇଥିବାବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା।

    ଏହାସହ ପଢ଼ନ୍ତୁ: ସ୍ତ୍ରୀ, ପୁଅ ସହ ୨ ପୂଜାରୀଙ୍କୁ ହତ୍ୟା…୮ ଘଣ୍ଟା ବନ୍ଧକ ନାଟକ ପରେ ଏନକାଉଣ୍ଟରରେ ମୃତ ଅରବିନ୍ଦ

    ପରିବାର ଲୋକଙ୍କ କହିବା ଅନୁଯାୟୀ, ସୋମବାର ଦିନ ଦେଶରାଜ ଏବଂ ଅନିତାର ବିବାହ ହୋଇଥିଲା। ବିବାହ ପରେ, ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଖାଇସାରିବା ପରେ, ପରିବାରର ଅଧିକାଂଶ ସଦସ୍ୟ ଶୋଇବାକୁ ଯାଇଥିଲେ। ଗରମ ହେତୁ, ଅନେକ ଛାତ ଉପରେ ଶୋଇଥିଲେ। ପରିବାର ରାତିରେ କୌଣସି ବିବାଦ କିମ୍ବା ଶବ୍ଦ ବିଷୟରେ ଜଣାଇ ନଥିଲେ। ସକାଳେ, ପରିବାର ଉଠିବା ପରେ, ବରର ମାଉସୀ ନବବିବାହିତ ଦମ୍ପତିଙ୍କୁ ଉଠାଇବା ପାଇଁ ସେମାନଙ୍କ କୋଠରୀକୁ ଯାଇଥିଲେ। ସେ ଭିତରୁ ଡାକିଲେ, କିନ୍ତୁ କୌଣସି ଉତ୍ତର ପାଇଲେ ନାହିଁ। ମୀନାକ୍ଷୀଙ୍କ ଅନୁସାରେ, କୌଣସି ଉତ୍ତର ନ ମିଳିବାରୁ, ସେ ହାଲୁକା ଭାବରେ ଦ୍ୱାର ଠେଲି ଦେଲେ, ଏବଂ ତାହା ଖୋଲିଗଲା। ସେ ଭିତରେ ଯାହା ଦେଖିଲେ ତାହା ପରିବାର ମଧ୍ୟରେ ହଇଚଇ ସୃଷ୍ଟି କଲା। ମାଉସୀ କହିଥିଲେ ଯେ ଦେଶରାଜ ଫାଶୀରେ ଝୁଲି ରହିଥିଲେ, ଏବଂ ଅନିତା ବିଛଣାରେ ଶୋଇଥିଲେ। ସେ କହିଥିଲେ ଯେ ସେ ରାତିରେ କୌଣସି ଝଗଡ଼ା, କଳହ ଶୁଣି ନଥିଲେ। ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ। ଯଦି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥାଆନ୍ତା ତେବେ ବାହାରକୁ କିଛି ତ ଶୁଭିଥାଆନ୍ତା। କାରଣ କବାଟ ତ ଖୋଲାଥିଲା।

    ସେପଟେ ଅନୀତାଙ୍କ ଭଉଣୀ କହିଛନ୍ତି ଉଭୟ ପରିବାର ସହମତିରେ ଏହି ବିବାହ ହୋଇଛି। ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ଉଭୟ ପରିବାରର ସହମତିରେ ଏହି ବିବାହ ହୋଇଥିଲା। କିନ୍ତତୁ ବିବାହର କିଛି ଘଣ୍ଟା ପରେ ଏଭଳି ଉଭୟ ନବଦମ୍ପତିଙ୍କ ମୃତ୍ୟୁ ଶାଶୁଘର ଏବଂ ବାପଘର ଲୋକଙ୍କୁ ଚିନ୍ତାରେ ପକାଇଛି। ଭଉୟ ଦୁହିଁଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    ପୋଲିସ କହିଛି ଯେ, ସେପ୍ଟେମ୍ବର ୨୨ ତାରିଖ ସକାଳୁ ଆମକୁ ଖବର ମିଳିଥିଲା ଯେ, ଜଣେ ନବଦମ୍ପତିଙ୍କ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ମାମଲାର ଯାଞ୍ଚ କରିଥିଲା। ଘଟଣାସ୍ଥଳରୁ ଦୁଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା। ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ପୋଲିସ ମୃତ୍ୟୁର ସଠିକ କାରଣ ଏଯାଏ ସ୍ପଷ୍ଟ କରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।