Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟନେଲ୍ ମଝିରେ ହଠାତ୍ ଅଟକିଗଲା ମେଟ୍ରୋ, ଚାରିଆଡ଼ ହୋଇଗଲା ଅନ୍ଧାର; ଯାତ୍ରୀ ହେଲେ ହଟହଟା

National

Metro Stuck in Tunnel / ଟନେଲ୍ ମଝିରେ ହଠାତ୍ ଅଟକିଗଲା ମେଟ୍ରୋ, ଚାରିଆଡ଼ ହୋଇଗଲା ଅନ୍ଧାର; ଯାତ୍ରୀ ହେଲେ ହଟହଟା

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଟନେଲ୍ ମଝିରେ ହଠାତ୍ ଅଟକିଗଲା ମେଟ୍ରୋ, ଚାରିଆଡ଼ ହୋଇଗଲା ଅନ୍ଧାର; ଯାତ୍ରୀ ହେଲେ ହଟହଟା
Metro in Chennai stops inside tunnel

Key Points

ହଠାତ୍ ଟନେଲ୍ ମଝିରେ ମେଟ୍ରୋ ଅଟକିବାକୁ ନେଇ ଯାତ୍ରୀ ଆତଙ୍କିତ ହୋଇ ପଡ଼ିଥିଲେ । ମାଟି ତଳ ଟନେଲ୍‌ରେ ମେଟ୍ରୋ କାହିଁକି ଛିଡ଼ା ହେଲା ? କିଏ ଅଟକାଇ ଦେଲା କି ?
ଚେନ୍ନାଇ: ମଙ୍ଗଳବାର ସକାଳ, ସବୁଦିନ ପରି ମେଟ୍ରୋରେ ଥିଲା ଗହଳି । କିଏ କର୍ମ କ୍ଷେତ୍ରକୁ ତ ଆଉ କିଏ ରାତି ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଆଉ କିଏ ବଜାର କରିବାକୁ ବାହାରିଥିଲା ମେଟ୍ରୋରେ । ହେଲେ ମାଟି ତଳେ ଗଡ଼ୁଥିବା ମେଟ୍ରୋ ଯେ ଧୋକା ଦେବ, କେହି ବି ଭାବି ନଥିଲେ ।

ମେଟ୍ରୋ ଟେନ୍‌ରେ ଯାନ୍ତ୍ରିକ ତ୍ରୁଟି ପାଇଁ ହଟହଟା ହୋଇଛନ୍ତି ଯାତ୍ରୀ । ଘନ ଅନ୍ଧାର ଭିତରେ ଯାତ୍ରୀ ୨୦ ମିନିଟ୍‌ରୁ ଅଧିକ ସମୟ କାଟିଛନ୍ତି । ଆଉ ଶେଷରେ ଟନେଲ୍‌ରେ ପଡ଼ିଥିବା ମେଟ୍ରୋ ଟ୍ରାକ୍‌ରେ ଚାଲି ଚାଲି ବାହାରକୁ ଆସିଛନ୍ତି ।

ଏଥିସହ ପଢ଼ନ୍ତୁ: ଇମ୍ରାନ ଜୀବିତ ନା ମୃତ ? ଅନେକ ଚର୍ଚ୍ଚାର ୨ ସପ୍ତାହ ପରେ ଜେଲ୍‌ରେ ଭେଟିବାକୁ ଗଲେ ଭଉଣୀ

ଏ ଅଘଟଣ ଘଟିଛି ଚେନ୍ନାଇ ମେଟ୍ରୋର ଗ୍ରୀନ୍ ଲାଇନରେ । ଚେନ୍ନାଇ ସେଣ୍ଟ୍ରାଲ୍ ଏବଂ ହାଇକୋର୍ଟ ମେଟ୍ରୋ ଷ୍ଟେସନ ମଝିରେ ଥିବା ଟନେଲ୍‌ରେ ମଙ୍ଗଳବାର ସକାଳ ହଠାତ୍ ଅଟକି ଯାଇଥିଲା ଏକ ମେଟ୍ରୋ । ଫଳରେ ଯାତ୍ରୀ ଅନ୍ଧାର ଭିତରେ ୨୦ ମିନିଟ୍‌ରୁ ଅଧିକ ସମୟ ରହିଥିଲେ ।


ହଠାତ ଟନେଲ୍ ମଝିରେ ମେଟ୍ରୋ ଅଟକିବାକୁ ନେଇ ଯାତ୍ରୀ ଆତଙ୍କିତ ହୋଇ ପଡ଼ିଥିଲେ । ମାଟି ତଳ ଟନେଲ୍‌ରେ ମେଟ୍ରୋ କାହିଁକି ଛିଡ଼ା ହେଲା ? କିଏ ଅଟକାଇ ଦେଲା କି ? ଏମିତି ଚିନ୍ତା ଯାତ୍ରୀଙ୍କୁ ଘାରିଥିଲା । ତେବେ ମେଟ୍ରୋ ଟ୍ରେନ୍‌ର ଯାନ୍ତ୍ରିକ ତ୍ରୁଟି ପାଇଁ ଟ୍ରେନ୍‌ଟି ଟନେଲ୍ ମଝିରେ ଅଟକିଥିବା କହିଛି ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ୍ (CMRL) ।

ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, "ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଆମର ବୈଷୟିକ ଟିମ୍ ତୁରନ୍ତ ସମସ୍ୟାର ସମାଧାନ କରିଛି । ତ୍ରୁଟିର ୨୦ ମିନିଟ୍‌ ପରେ ମେଟ୍ରୋ ଟ୍ରେନ୍ ତାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି । ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ଗୁରୁତ୍ଵପୂର୍ଣ୍ଣ ଏବଂ ସମସ୍ତ ପ୍ରୋଟୋକଲ୍ ପାଳନ କରାଯାଉଛି ।"

ଏଥିସହ ପଢ଼ନ୍ତୁ: ୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ

ଟନେଲ୍‌ରେ ମେଟ୍ରୋ ଅଟକିବା ଯୋଗୁଁ ଅନ୍ୟ ମେଟ୍ରୋ ବିଳମ୍ବ ହୋଇଥିଲା । ତେବେ ସବ୍ ୱରେ ଅଟକି ରହିଥିବା ମେଟ୍ରୋ ଛାଡ଼ିବା ପରେ ସ୍ଵାଭାବିକ ହୋଇଥିଲା ସେବା । ମଟ୍ରୋ ଅଟକି ରହିବା ଭିତରେ ଅନେକ ଯାତ୍ରୀ ଟନେଲ୍‌ରେ ପଡ଼ିଥିବା ଟ୍ରାକ୍‌ରେ ଚାଲି ଚାଲି ବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଛି ।

ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅନୁସାରେ, "ପ୍ରାୟ ୧୦ ମିନିଟ୍ ଅନ୍ଧାରେ ଟନେଲ୍‌ ଭିତରେ ମେଟ୍ରୋରେ ଫସି ରହିଥିଲୁ । ଏହାପରେ ନିକଟସ୍ଥ ହାଇକୋର୍ଟ ମେଟ୍ରୋ ପ୍ରାୟ ୫୦୦ ମିଟର ଚାଲିକରି ଯିବା ଲାଗି ବାଧ୍ୟ କରାଯାଇଥିଲା ।" ଭାଇରାଲ୍ ଭିଡିଓରେ ମଧ୍ୟ ଦେଖା ଯାଉଛି କିଛି ଯାତ୍ରୀ ଟନେଲ୍‌ରେ ଅନ୍ଧାରରେ ମୋବାଇଲ୍ ଫ୍ଲାଶଲାଇଟ୍‌ରେ ଚାଲିକରି ଯାଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chennai Metro Stuck in Tunnel After Power Cut; Passengers Panic | Argus News | Argus News