|
logo
Live
Argus News App
GET APP

Argus News - ୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ

Sports

Vaibhav Suryavanshi / ୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ
Vaibhav Suryavanshi Scores Historic 108 Off 61 Balls

Key Points

ଟି-ଟ୍ଵେଣ୍ଟିରେ ମାତ୍ର ୧୬ଟି ମ୍ୟାଚ୍ ଖେଳିଥିବା ବୈଭବ ମାରିଛନ୍ତି ତୃତୀୟ ଶତକ । ବାମହାତୀ ବ୍ୟାଟ୍ସମ୍ୟାନ୍ ବୈଭବ ୭ଟି ଛକା ସହ ୭ଟି ଚଉକାରେ ହାସଲ କରିଛନ୍ତି ଶତକ ।
କୋଲକାତା: ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ । ୧୪ ବର୍ଷୀୟ ବୈଭବ ବିହାର ପାଇଁ ଖେଳୁଥିବା ବେଳେ ମହାରାଷ୍ଟ୍ର ବିପକ୍ଷରେ ୬୧ ବଲ୍‌ରେ ୧୦୮ ରନ୍ କରିଛନ୍ତି ।

ଟି-ଟ୍ଵେଣ୍ଟିରେ ମାତ୍ର ୧୬ଟି ମ୍ୟାଚ୍ ଖେଳିଥିବା ବୈଭବ ମାରିଛନ୍ତି ତୃତୀୟ ଶତକ । ବାମହାତୀ ବ୍ୟାଟ୍ସମ୍ୟାନ୍ ବୈଭବ ୭ଟି ଛକା ସହ ୭ଟି ଚଉକାରେ ହାସଲ କରିଛନ୍ତି ଶତକ । ଆଉ ବୈଭବଙ୍କ ଦମଦାର୍ ଶତକ ବଳରେ ବିହାର ଇଡେନ୍ ଗାର୍ଡେନରେ ୧୭୬ ରନ୍‌ କରିବାରେ ସକ୍ଷମ ହୋଇଛି ।

ଏଥିସହ ପଢ଼ନ୍ତୁ: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ଦାୟିତ୍ବ, ରଣଜୀ ଟ୍ରଫିରେ ହେଲେ ଉପଅଧିନାୟକ

ବୈଭବ ସୂର୍ଯ୍ୟବଂଶୀ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ପ୍ରଥମ ଯୁବ ବ୍ୟାଟର ଭାବେ ଶତକ ହାସଲ କରିଛନ୍ତି । ଇଡେନ୍‌ରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ବୈଭବ କେବଳ ସେଞ୍ଚୁରି ମାରି ନାହାନ୍ତି ଖରାପ ସ୍ଥିତିରେ କିଭଳି ବ୍ୟାଟିଂ କରାଯାଏ ଅଭିଜ୍ଞ ଭଳି ଦର୍ଶାଇଛନ୍ତି ।

ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନଟ୍ ଆଉଟ୍ ରହି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ । ଏହା ପୂର୍ବରୁ ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୫ରେ ବୈଭବଙ୍କ ବ୍ୟାଟ୍‌ର ଯାଦୁ ଦେଖିବାକୁ ମିଳିଥିଲା । ୟୁଏଇ ବିପକ୍ଷରେ ବୈଭବ ମାତ୍ର ୪୨ ବଲ୍‌ରେ ୧୪୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ ।

୧୪ ବର୍ଷୀୟ ବୈଭବ ଆଇପିଏଲ୍ ୨୦୨୫ରେ ରାଜସ୍ଥାନ ରୟାଲ୍ସ (RR) ପକ୍ଷରୁ ଖେଳି ଟି-ଟ୍ଵେଣ୍ଟିରେ ପ୍ରଥମ ଶତକ ହାସଲ କରିଥିଲେ । ମାତ୍ର ୩୫ ବଲ୍‌ରେ ବୈଭବ ଗୁଜରାଟ ଟାଇଟନ୍ସ (GT) ବିପକ୍ଷରେ ହାସଲ କରିଥିଲେ ସେଞ୍ଚୁରି । ଏଥିସହ ବୈଭବ ଆଇପିଏଲ୍‌ରେ ସବୁଠୁ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଥିଲେ ।

ଏଥିସହ ପଢ଼ନ୍ତୁ: ଅନୁଗୁଳରେ ସ୍ଥିତି ଗମ୍ଭୀର ! ବିନା ମାସ୍କରେ ବାହାରକୁ ବାହାରି ହେଉନି...

ବିହାର କ୍ରିକେଟ୍ ଆସୋସିଏସନ୍ ରଣଜୀ ଟ୍ରଫି ପୂର୍ବରୁ ୧୫ ଜଣିଆ ଦଳ ଘୋଷଣା କରିଥିଲା । ଏହି ୧୫ ଜଣିଆ ଦଳରେ ନା କେବଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି ବରଂ ତାଙ୍କୁ ବିହାର ଦଳର ଉପ-ଅଧିନାୟକ ଦାୟିତ୍ଵ ଦିଆଯାଇଥିଲା ।

ବୈଭବ ସୂର୍ଯ୍ୟବଂଶୀ ବିହାର ପାଇଁ ପାଞ୍ଚଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ସେ ୧୦ ଇନିଂସରେ ୧୦୦ ରନ କରିଛନ୍ତି । ଏହି ୧୦ଟି ଇନିଂସରେ ସେ ୧୮ ଚୌକା ଏବଂ ଗୋଟିଏ ଛକା ମାରିଛନ୍ତି । ବିହାର ଦଳ ଅକ୍ଟୋବର ୧୫ ତାରିଖରେ ୨୦୨୫ ରଣଜୀ ଟ୍ରଫିରେ ଏହାର ପ୍ରଥମ ମ୍ୟାଚ୍ ଖେଳିବ । ବିହାରର ପ୍ରଥମ ମ୍ୟାଚ୍ ପାଟନାର ମୋଇନ-ଉଲ-ହକ୍ ଷ୍ଟାଡିୟମରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଅନୁଷ୍ଠିତ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Suryavanshi: ୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ | Argus News