Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Chennai Street Sweeper / ରାସ୍ତା ସଫା କରୁଥିଲେ: ମିଳିଲା ବ୍ୟାଗ୍‌, ଖୋଲିଲା ବେଳକୁ ସୁନା ଗହଣା ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·6 months ago·2 min read
ରାସ୍ତା ସଫା କରୁଥିଲେ: ମିଳିଲା ବ୍ୟାଗ୍‌, ଖୋଲିଲା ବେଳକୁ ସୁନା ଗହଣା ଭର୍ତ୍ତି
Chennai Street Sweeper

Key Points

ଛୋଟିଆ ଚାକିରି ହେଲେ ବି ନାହିଁ ଲୋଭ
ଏତେ ଗୁଡାଏ ସୁନାଗହଣା ପାଇପୋଲିସକୁ ଫେରେଇ ଦେଲେ
କୁହାଯାଏ ମଣିଷ କେତେ ଧନୀ କେତେ ଗରିବ ତା ସମ୍ପତ୍ତିରୁ ନୁହେଁ ବରଂ ତା ମହାନ ଗୁଣରୁ ଜଣାପଡ଼ିଥାଏ। ଠିକ ଏମିତି କିଛି ମହାନ୍‌ କାର୍ଯ୍ୟ କରିଛନ୍ତି ଜଣେ ମହିଳା। ଯାହା ଶୁଣିବା ପରେ ଆପଣ ନିଶ୍ଚୟ ସେହି ମହିଳାଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ। ମହିଳା ଜଣଙ୍କ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପାଖାପାଖି ୪୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଫେରେଇ ଦେଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଜିର ସମୟରେ ସୁନାର ଅମୂଲ ମୂଲ । ସୁନାରେ ହାତ ମାରି ହେଉନି । ଯଦି ରାସ୍ତାରେ ସୁନାର ମୁଦି କି ଅନ୍ୟ କିଛି ଅଳଙ୍କାର ମିଳେ ତାହାଲେ କେହି ଛାଡିବେନି । ଘରକୁ ନେଇଯିବେ । ପୋଲିସକୁ ଦେବା ପରିବର୍ତ୍ତେ ନିଜ ଘରେ ସାଇତି ରଖିବାକୁ ପସନ୍ଦ କରିବେ । କିନ୍ତୁ ଚେନ୍ନାଇର ସେହି ମହିଳା ଜଣଙ୍କ ଏମିତି କିଛି କରିଛନ୍ତି।

ମହିଳା ହେଉଛନ୍ତି ପେଶାରେ ଜଣେ ସଫେଇ କର୍ମଚାରୀ । ଚେନ୍ନାଇର ତ୍ରିପ୍ରିକେନରେ ରୁହନ୍ତି ୪୫ବର୍ଷୀୟା ଏସ୍ ପଦ୍ମା । କିନ୍ତୁ ଏତେ ଗରିବ ହୋଇବି ନା ତାଙ୍କର ଅଛି ଲୋଭ ନା ରହିଛି କିଛି ବଡ଼ ପାଇବାର ଆଶା। ସହରବଜାରର ରାସ୍ତାକୁ ସଫା କରିବା ତାଙ୍କର କାମ । ବାସ୍‌ ଯେଉଁଠା ଠିକ ସେହି କାର୍ଯ୍ୟ କରିଛନ୍ତି। ଜଣେ ସଫେଇ କର୍ମଚାରୀ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସେ ପାଇଥିବା ୪୫ଲକ୍ଷ ଟଙ୍କାର ସୁନା ଗହଣାକୁ ଫେରାଇ ଦେଇଛନ୍ତି ।ପଦ୍ମାଙ୍କ କାହାଣୀ ସାମ୍ନାକୁ ଆସିବା ପରେ ସମସ୍ତେ ପ୍ରଶଂସା କରୁଛନ୍ତି । ନେଟିଜେନ୍ସ ସଫେଇ କର୍ମଚାରୀଙ୍କ ସାଧୁବାଦ ପାଇଁ ଧନ୍ୟବାଦ ଦେବା ସହ ଆଜି ବି ମଣିଷପଣିଆ ବଞ୍ଚିଥିବା କହୁଛନ୍ତି ।ସବୁ ଦିନ ଭଳି ରବିବାର ମଧ୍ୟ ସେ ସକାଳୁ ସକାଳୁ ନିଜ କାମରେ ବାହାରିଯାଇଥିଲେ ।

ରାସ୍ତା ସଫା କରିବା ସମୟରେ ପାଇଥିଲେ ଏକ ବ୍ୟାଗ । ବ୍ୟାଗ ଭିତରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଯାହାକୁ ସେ ନିଜ ପାଖରେ ନରଖି ପୋଲିସକୁ ଦେଇଥିଲେ । ଏ ସମସ୍ତ ଘଟଣା ବାବଦରେ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି ଶ୍ରୀକାନ୍ତ ନାମକ ଜଣେ ୟୁଜର । ଶ୍ରୀକାନ୍ତଙ୍କ କହିବା କଥା ହେଲା, ସ୍ଥାନୀୟ ଜଣେ ଗହଣା ବେପାରୀ ଟି.ନଗରରେ ନିଜ ସାଙ୍ଗ ମାନଙ୍କ ସହ କଥା ହେଉଥିଲେ । କଥାବାର୍ତ୍ତାରେ ସେ ଏତେ ମସଗୁଲ ଥିଲେ ଯେ ଗହଣା ଭର୍ତ୍ତି ବ୍ୟାଗକୁପାଖରେ ଥିବାଠେଲାଗାଡିରେ ଥୋଇ ଦେଇଥିଲେ ।ଏହାପରେ ସେଠାରୁ ଚାଲିଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଜାମ୍ମୁ-କାଶ୍ମୀର ଚୀନର ବୋଲି ଦାବି, ଭାରତ କହିଲା ଅନେଇଲେ ତମ ଆଖିକୁ...

କିଛି ସମୟ ପରେ ପଦ୍ମାଙ୍କ ନଜର ବ୍ୟାଗ୍ ଉପରେ ପଡିଥିଲା । ବ୍ୟାଗ୍ ଖୋଲିବା ପରେ ତାହା ମଧ୍ୟରେ ଅନେକ ପ୍ରକାରର ସୁନା ଗହଣା ଥିବା ସେ ଦେଖିଥିଲେ । ସିଧା ବ୍ୟାଗ୍ ନେଇ ପଣ୍ଡି ବଜାର ସ୍ଥିତ ଥାନାରେ ପହଁଚିଥିଲେ । ସେ ପୋଲିସକୁ ସମସ୍ତ କଥା କହି ବ୍ୟାଗ୍ ଦେଇଥିଲେ । ​​​​ପୋଲିସ ବ୍ୟାଗ୍ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ଯାହା ଏକ ବ୍ୟବସାୟୀଙ୍କର ବୋଲି ଜଣାପଡିଥିଲା । ତେବେ ସମସ୍ତ ଗହଣାର ଦାମ୍ ଲକ୍ଷ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଜାଣିବାକୁ ପାଇଥିଲେ । ଏହାସହ ପଦ୍ମାଙ୍କ ସଚ୍ଚୋଟତାକୁ ପ୍ରଶଂସା ମଧ୍ୟ କରିଥିଲେ। ପରେ ଗହଣା ଦୋକାନୀଙ୍କୁ ଡକାଯାଇ ବ୍ୟାଗ୍ ଫେରସ୍ତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chennai Street Sweeper | Chennai Street Sweeper Finds Bag of Gold Worth Rs 45 Lakh | Argus News | Argus News