Videos
|
National

Maoist Cash Seized / ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ମାଟି ତଳୁ ମିଳିଲା ମାଓବାଦୀଙ୍କ ୪୦ ଲକ୍ଷ ଟଙ୍କା !

Bikash Mohanty
Browse all articles by Bikash Mohanty
·1 hour ago·1 min read
ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ମାଟି ତଳୁ ମିଳିଲା ମାଓବାଦୀଙ୍କ ୪୦ ଲକ୍ଷ  ଟଙ୍କା !
Maoist

Key Points

ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା
ମାଓ ଡମ୍ପରୁ ୪୦ ଲକ୍ଷ ଟଙ୍କା ଜବତ
ମାଟିତଳୁ ମିଳିଲା ମାଓବାଦୀଙ୍କ ଟଙ୍କା
ମାଲକାନଗିରି: ନକ୍ସଲଙ୍କ ଆର୍ଥିକ ନେଟୱର୍କକୁ ବଡ଼ ଝଟକା। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଏକ ଗୁପ୍ତ ମାଟିତଳ ଡମ୍ପରୁ ଜବତ ହୋଇଛି ୩୯ ଲକ୍ଷ ୭୭ ହଜାର ଟଙ୍କା। ଏହା ସହ ଓଡ଼ିଶା ରାଜ୍ୟ କମିଟି ଅଧୀନରେ ସକ୍ରିୟ ଥିବା ଦୁଇଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ନଭେମ୍ବର ୨୪ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲା ଭୈରମଗଡ଼ ଥାନା ଅନ୍ତର୍ଗତ ବଡ଼େପାଲ୍ଲୀ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ଡିଆରଜି, ଭୈରମଗଡ଼ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳର ମିଳିତ ଅଭିଯାନରେ ମାଟି ତଳେ ପୋତାଯାଇଥିବା ଏକ ଡମ୍ପ ଠାବ ହୋଇଥିଲା। ଏହି ଡମ୍ପରୁ ଏକ ବସ୍ତା ଓ ଷ୍ଟିଲ୍ ଢାଙ୍କୁଣି ଭିତରେ ଲୁଚାଇ ରଖାଯାଇଥିବା ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିଲା। ଗଣତି ପରେ ମୋଟ ୩୯ ଲକ୍ଷ ୭୭ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏନେଇ ବିଜାପୁର ଏସପି ଉମେଶ ପ୍ରସାଦ ଗୁପ୍ତା ସୂଚନା ଦେଇଛନ୍ତି।

ପଢନ୍ତୁ ଏହି ଖବର: ମନ୍ଦିର ଚୋର ଅଶଫାକ୍ ଗିରଫ, ୪ଟି ମନ୍ଦିରରୁ ଚୋରି କରିଥିବା ତ୍ରିଶୂଳ ଓ କଳସ ଜବତ

ଅନ୍ୟପଟେ, ସେହିଦିନ ଦୁଇଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନାଗମଣି କୁଡମେ ଓରଫ୍ ଶୀଲା ଏବଂ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଗଙ୍ଗା ସୋଢ଼ି ଓରଫ୍ ସୋନୁ। ଉଭୟ ଓଡ଼ିଶା ରାଜ୍ୟ କମିଟି ଅଧୀନରେ ସକ୍ରିୟ ଥିଲେ। ସୁରକ୍ଷାକର୍ମୀଙ୍କ ଏହି ଅଭିଯାନକୁ ନକ୍ସଲ ବିରୋଧୀ ଲଢ଼େଇରେ ବଡ଼ ସଫଳତା ଭାବେ ଦେଖାଯାଉଛି। ସୂଚନା ଅନୁସାରେ, ବିଜାପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ମାଓବାଦୀଙ୍କ ବିଭିନ୍ନ ଡମ୍ପରୁ ମୋଟ ୭ କୋଟି ୬୦ ଲକ୍ଷ ଟଙ୍କା ନଗଦ ଏବଂ ୫.୮ କିଲୋଗ୍ରାମରୁ ଅଧିକ ସୁନା ଜବତ ହୋଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: