Temple Theft Arrested / ମନ୍ଦିର ଚୋର ଅଶଫାକ୍ ଗିରଫ, ୪ଟି ମନ୍ଦିରରୁ ଚୋରି କରିଥିବା ତ୍ରିଶୂଳ ଓ କଳସ ଜବତ
·54 mins ago·2 min read

Key Points
ମନ୍ଦିର ଚୋର ଅଶଫାକ୍ ଗିରଫ
୪ଟି ମନ୍ଦିରରୁ ଚୋରି କରିଥିବା ତ୍ରିଶୂଳ ଓ କଳସ ଜବତ
ଉତ୍ତରପ୍ରଦେଶର ଦେଓରିଆ ଅଞ୍ଚଳର ମନ୍ଦିରରୁ ଚୋରି କରୁଥିବା ଅଭିଯୋଗ

ଦେଓରିଆ: ରାତିରେ ମନ୍ଦିରରେ ପଶୁଥିଲା, ଠାକୁରଙ୍କ ଆସବାବପତ୍ର ଓ ପୂଜା ସାମଗ୍ରୀ ଚୋରି କରି ମାରୁଥିଲା ଚମ୍ପଟ। ଗୋଟିଏ କି ଦୁଇଟି ନୁହେଁ, ଦେଓରିଆ ଜିଲ୍ଲାର ୪ଟି ମନ୍ଦିରକୁ ଟାର୍ଗେଟ୍ କରିଥିଲା ଏହି ଚୋର ଅଶଫାକ। ଶେଷରେ ପୋଲିସ ଜାଲରେ ପଡ଼ିଛି ଅଭିଯୁକ୍ତ। ତା' ନିକଟରୁ ତ୍ରିଶୂଳ, ପିତ୍ତଳ ଘଣ୍ଟି, ତମ୍ବା ଓ ପିତ୍ତଳ କଳସ ସମେତ ଚୋରି ସାମଗ୍ରୀ ଜବତ କରିଛି ଦେଓରିଆ ପୋଲିସ୍।
ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ବିଭିନ୍ନ ମନ୍ଦିରରୁ ଚୋରିର ଅଭିଯୋଗ ଆସୁଥିଲା। ଏହି ମନ୍ଦିର ଚୋରି ଘଟଣାକୁ ନେଇ ତଦନ୍ତ ଚାଲିଥିଲା। ଅକ୍ଟୋବର ୧୩ ତାରିଖରେ ବଢ଼ୟା ଫୁଲୱାରିଆସ୍ଥିତ ଶିବ ମନ୍ଦିରରୁ ଚୋରି ନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ମୁଖବିରଙ୍କ ସୂଚନା ଆଧାରରେ ୨୬ ବର୍ଷୀୟ ଅଭିଯୁକ୍ତ ଅଶଫାକକୁ ଗିରଫ କରିଛି ଭଲୁଆନି ପୋଲିସ।
ପଢନ୍ତୁ ଏହି ଖବର: ACF ସୌମ୍ୟ ରଞ୍ଜନ ମହାପାତ୍ର ଘଟଣା, ହାଇକୋର୍ଟର ଦ୍ବାରସ୍ଥ ହେଲେ ବିଦ୍ୟାଭାରତୀ
ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ୪ଟି ମନ୍ଦିରରୁ ଚୋରି କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ସେଥିମଧ୍ୟରେ ବନକଟା ଥାନା ଅଞ୍ଚଳର ସୋହନପୁର ରାମଜାନକୀ ମନ୍ଦିର, ରାମପୁର ବୁଜୁର୍ଗର ହନୁମାନ ମନ୍ଦିର, ଲାର ଥାନା ଅଞ୍ଚଳର ଦେବାମଠ ଶିବ ମନ୍ଦିର ଏବଂ ଭଲୁଆନି ଥାନା ଅଞ୍ଚଳର ବଢ଼ୟା ଫୁଲୱାରିଆ ଶିବ ମନ୍ଦିର ରହିଛି।
ଅଭିଯୁକ୍ତ ନିକଟରୁ ଚୋରି ସାମଗ୍ରୀ ସହ ଏକ ମୋଟରସାଇକେଲ ମଧ୍ୟ ଜବତ ହୋଇଛି। ଏଥିସହ ଚୋରିରେ ବ୍ୟବହୃତ ହାତୁଡ଼ି, ଛେଣି, ରେଞ୍ଚି ଓ କଟର ଭଳି ଉପକରଣ ମଧ୍ୟ ପୋଲିସ ଜବତ କରିଛି। ବରିଷ୍ଠ ପୋଲିସ୍ ଅଧିକାରୀ ରଞ୍ଜନା ସଚାନଙ୍କ ସୂଚନା ଅନୁସାରେ, ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନ ସମୟରେ ଭଲୁଆନି ପୋଲିସ ଏହି ସଫଳତା ପାଇଛି। ଅଭିଯୁକ୍ତ ବିରୋଧରେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories