Family Tragedy / 'ସେ ଆମ ଦୁନିଆ ଥିଲା': ଗାଁକୁ କନ୍ଦାଇ ଦେଲା ସ୍ଵାମୀ, ସ୍ତ୍ରୀଙ୍କ ଶେଷ ଭିଡିଓ
·4 months ago·3 min read

Key Points
ସକାଳୁ ସକାଳୁ ଝୁଲୁଥିଲା ସ୍ଵାମୀ, ସ୍ତ୍ରୀ ମୃତଦେହ । ଯାହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ଗାଁରେ ଚହଳ ପଡ଼ିଗଲା । ଦମ୍ପତିଙ୍କ ମୃତଦେହ ନିକଟରୁ ଏକ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ସହ ଏକ ବିଡିଓ ବାର୍ତ୍ତା ମିଳିଛି ।
ରାୟପୁର: ମାଟିର ଚାଳ ଛପର ଘର, ଘର ପଛରେ ବଡ଼ ନିମ୍ବ ଗଛ । ସକାଳୁ ସକାଳୁ ଝୁଲୁଥିଲା ସ୍ଵାମୀ, ସ୍ତ୍ରୀ ମୃତଦେହ । ଯାହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ଗାଁରେ ଚହଳ ପଡ଼ିଗଲା । ଗୋଟିଏ ଶାଢ଼ୀରେ ନିମ୍ବ ଗଛରେ ଝୁଲୁଥିଲା ଦମ୍ପତିଙ୍କ ମରଶରୀର ।
ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାର ଶିଭ୍ରିନାରାୟଣ ପୋଲିସ ଷ୍ଟେସନ ଅନ୍ତର୍ଗତ ଧର୍ଦେଇ ଗାଁରେ କ୍ରୀଷ୍ଣା ପଟେଲ ଓ ତାଙ୍କ ସ୍ତ୍ରୀ ରାମା ବାଈ ଏକାଠି ଆତ୍ମହତ୍ୟା କରିଛନ୍ତି । ଯାହା ସାରା ଗାଁକୁ ଦୋହଲାଇ ଦେଇଛି । ସକାଳୁ ଗଛରେ ଉଭୟଙ୍କ ଝୁଲନ୍ତା ଦେହ ଦେଖିଥିଲେ ଗ୍ରାମବାସୀ ।
ଏଥିସହ ପଢ଼ନ୍ତୁ: ଦୁଇ ମହିଳାଙ୍କୁ ଦୁଷ୍କର୍ମ, ଜଣେ ଓଡିଆଙ୍କୁ ହତ୍ୟା... ତିନି ପିଶାଚଙ୍କୁ ଫାଶୀ ଦଣ୍ଡ
ଦମ୍ପତିଙ୍କ ମୃତଦେହ ନିକଟରୁ ଏକ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ସହ ଏକ ବିଡିଓ ବାର୍ତ୍ତା ମିଳିଛି । ସ୍ଵାମୀ, ସ୍ତ୍ରୀ ମୃତ୍ୟୁ ପୂର୍ବରୁ ଦେଇ ଯାଇଥିବା ବାର୍ତ୍ତା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । କାରଣ କ୍ରୀଷ୍ଣା ଓ ରାମାଙ୍କ ଏକମାତ୍ର ପୁଅ ୨୧ ବର୍ଷୀୟ ଆଦିତ୍ୟ ପଟେଲ ୨୦୨୪ରେ ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲା ।
୪୮ ବର୍ଷୀୟ କ୍ରୀଷ୍ଣା ପେସାରେ ଜଣେ ପଥର କାରିଗର, ମାଆ ରାମା ବାଈ ଥିଲେ ଗୃହିଣୀ । କ୍ରୀଷ୍ଣା ଓ ରାମା ବାଈଙ୍କ ପାଇ ଆଦିତ୍ୟ ଥିଲେ ଦୁନିଆ । ସୁଇସାଇଡ୍ ନୋଟ୍ରେ ଦମ୍ପତି ଲେଖିଛନ୍ତି, "ଆଦିତ୍ୟ ଆମ ଜୀବନ ଥିଲା, ଆମ ପାଇଁ ସବୁକିଛି ଥିଲା । ସେ କେବଳ ଆମର ଆଜ୍ଞାଧୀନ ପୁଅ ନୁହେଁ ବନ୍ଧୁ ବି ଥିଲା ।"
କିନ୍ତୁ ଦୁର୍ଘଟଣାରେ ଆଦିତ୍ୟର ମୃତ୍ୟୁ ଆମ ଘରକୁ ଶୂନ୍ୟତାରେ ଭରି ଦେଇଥିଲା । କ୍ରୀଷ୍ଣ ଲେଖିଛନ୍ତି, "ଗାଁର ଜଣେ ପୂଜକଙ୍କ ସହ ମନ୍ଦିରରେ ଯଜ୍ଞ କାର୍ଯ୍ୟ ପାଇଁ ଆଦିତ୍ୟ ଯାଇଥିଲା । ପୁଅର ଅନିଚ୍ଛା ସତ୍ତ୍ଵେ ମୁଁ ଭଗବାନଙ୍କ କାମ ପାଇଁ ପଠାଇଥିଲି । ଯାହାକି ମୋ ଜୀବନର ସବୁଠୁ ବଡ଼ ଭୁଲ୍ ଥିଲା ।"
ପୋଲିସ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ଗଛ ପାଖରେ ଥିବା ପାଚେରୀ ଦେଇ ଦମ୍ପତି ଗଛକୁ ଚଢ଼ି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସର ସୂଚନା ଅନୁସାରେ, "ଘଟଣାସ୍ଥଳକୁ ସୁଇସାଇଡ୍ ନୋଟ୍ ମିଳିଛି । ଯେଉଁଥିରେ ଦମ୍ପତି ପୁଅ ମୃତ୍ୟୁର କଷ୍ଟ ସହି ନପାରି ଏଭଳି ପଦକ୍ଷେପ ନେଇଥିବା ଲେଖିଛନ୍ତି ।"
ସେହିଭଳି ଗ୍ରାମବାସୀଙ୍କ ଅନୁସାରେ, "ଏକମାତ୍ର ପୁଅର ମୃତ୍ୟୁ ପରେ ଦମ୍ପତି ସେତେଟା ପଦାକୁ ଆସୁ ନଥିଲେ । ସେମାନଙ୍କ ମୁହଁରେ ହସ ନଥିଲା । ଅତି କଷ୍ଟର ସହ ହୃଦୟରେ ଯନ୍ତ୍ରଣାକୁ ଜାବୁଡ଼ି କ୍ରୀଷ୍ଣା ଓ ତାଙ୍କ ସ୍ତ୍ରୀ ରାମା ଦିନ କାଟୁଥିଲେ ।"
ଏଥିସହ ପଢ଼ନ୍ତୁ: ଫଟୋସୁଟ୍ କରୁଥିଲେ ଗର୍ଭବତୀ ମାଆ; ପାଣିରେ ବୁଡ଼ିଗଲା ୩ ବର୍ଷର ପୁଅ
ଦମ୍ପତି ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି । ଯେଉଁଥିରେ ସେ ନିବେଦନ କରିଛନ୍ତି, "ପୁଅର ମୃତ୍ୟୁ ପରେ ମିଳିଥିବା ଅନୁକମ୍ପା ରାଶିକୁ ତାଙ୍କ ବଡ଼ ଭାଇ କୁଲଭରା ପଟେଲ ଓ ଜଳଭରା ପଟେଲଙ୍କୁ ଟ୍ରାନ୍ସଫର କରାଯାଉ । ଆମ ୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ।"
ହେଲ୍ପଲାଇନ୍
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories