Crime News / ଦୁଇ ମହିଳାଙ୍କୁ ଦୁଷ୍କର୍ମ, ଜଣେ ଓଡିଆଙ୍କୁ ହତ୍ୟା... ତିନି ପିଶାଚଙ୍କୁ ଫାଶୀ ଦଣ୍ଡ

Key Points
ମହିଳାଙ୍କୁ ଗଣ ଦୁଷ୍କର୍ମ ଓଡ଼ିଆଙ୍କୁ ହତ୍ୟା । ୩ ଜଣଙ୍କୁ ମୃତ୍ୟୁଦଣ୍ଡ । ଦୁଇ ମହିଳାଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ କରିଲେ ।
ଦୁଇ ମହିଳାଙ୍କୁ ଘୋଷାଡ଼ି ନେଇ ଦୁଷ୍କର୍ମ କରିଲେ ୩ ଜଣ ଯୁବକ । ଜଣଙ୍କ ପରେ ଜଣେ ମହିଳାଙ୍କୁ କରିଥିଲେ ଦୁଷ୍କର୍ମ । ଜଣେ ଓଡ଼ିଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲେ । ଏବେ ମିଳିବ ୩ ଜଣଙ୍କୁ ମୃତ୍ୟୁଦଣ୍ଡ । ଫାଶୀ ଖୁଣ୍ଟରେ ଝୁଲିବେ ୩ ଜଣ । ଓଡ଼ିଆଙ୍କୁ ହତ୍ୟା ସହ ୨ ଜଣ ମହିଳାଙ୍କୁ କରିଥିଲେ ଗଣ ଦୁଷ୍କର୍ମ । କୋର୍ଟ ଦେଲେ ମୃତ୍ୟୁଦଣ୍ଡର ରାୟ । କାଳ କୋଠରୀ ଭିତରେ ଏବେ ମୃତ୍ୟୁକୁ ନେଇ ଦିନ ଗଣୁଛନ୍ତି ୩ ପିଶାଚ ।
ଏକା ସାଙ୍ଗରେ ୩ ଜଣ ଫାଶୀ ଖୁଣ୍ଟରେ ଝୁଲିବେ । କାହାକୁ ଆଉ କ୍ଷମା ମିଳିବ ନାହିଁ । ରାଷ୍ଟ୍ରପତି ମଧ୍ୟ କ୍ଷମା ଦେବେ ନାହିଁ ଏମିତି ଦୋଷୀ ମାନଙ୍କୁ । ଏମାନେ ହେଉଛନ୍ତି ଗୋଟିଏ ଗୋଟିଏ ପିଶାଚ । ୨ ଜଣ ମହିଳାଙ୍କୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ । ଜଣେ ଓଡ଼ିଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଏମାନେ । ଦୋଷୀମାନେ ହେଉଛନ୍ତି ମଲ୍ଲେଶ ଓରଫ ହଣ୍ଡିମଲ୍ଲ, ଚୈତନ୍ୟ ସାଇ ଓ ଶରଣବସବା ।
୩ ଜଣ ହେଉଛି କୁଖ୍ୟାତ ଅପରାଧୀ । ଦୁଷ୍କର୍ମ ଠାରୁ ହତ୍ୟା ସବୁଥିରେ ଏମାନେ ରହିଛନ୍ତି ସାମିଲ । ଅପରାଧ କରିବା ଏମାନଙ୍କ ରକ୍ତରେ ବୋହୁଛି । ସେଥିପାଇଁ ଆଉ କ୍ଷମା ନାହିଁ ଏକା ସାଙ୍ଗରେ ୩ ଜଣଙ୍କୁ ମିଳିବ ଫାଶୀ ଦଣ୍ଡ । ସୂଚନା ମୁତାବକ ହମ୍ପି ନିକଟସ୍ଥ ସନପୁରରେ ତୁଙ୍ଗଭଦ୍ରା ବାମପାର୍ଶ୍ବ କେନାଲ ନିକଟରେ ଘଟିଥିବା ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ।
ପଢ଼ନ୍ତୁ ଏହି ଖବର: ମାଓ ସଂଗଠନକୁ ବଡ଼ ଝଟକା, ଗରିଆବନ୍ଦରେ ଠାବ ହେଲା ମାଓ କ୍ୟାମ୍ପ
ପୋଲିସର ରିପୋର୍ଟ ଅନୁଯାୟୀ ୨୦୨୫ ମାର୍ଚ୍ଚ ୬ ତାରିଖରେ ଏହି ୩ ଦୋଷୀ ଜଣେ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ଭାରତୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ୫ ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ବାଟରେ ଏହି ୩ ପିଶାଚ ମାରଣାସ୍ତ୍ର ସହ ଏମାନଙ୍କୁ ଜଗି ରହିଥିଲେ । ପ୍ରଥମେ ୨ ମହିଳା ପୀଡ଼ିତା ଏବଂ ଅନ୍ୟ ୩ ପୁରୁଷବନ୍ଧୁ ତଥା ମହାରାଷ୍ଟ୍ରର ପଙ୍କଜ, ଓଡ଼ିଶାର ବିଭାସ କୁମାର ଓ ଆମେରିକାର ଡାନିଏଲଙ୍କଠାରୁ ଟଙ୍କା ଦାବି କରିଥିଲେ ।
କିନ୍ତୁ କେହି ଟଙ୍କା ଦେଇନଥିଲେ। ଯାହାପରେ ୩ ଅପରାଧୀ ପ୍ରଥମେ ୩ ପୁରୁଷ ବନ୍ଧୁଙ୍କୁ କେନାଲକୁ ଠେଲି ଦେଇଥିଲେ। ଏହାପରେ ୨ ମହିଳାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ଗଣଦୁଷ୍କର୍ମ କରିଥିଲେ । ୨ ଜଣ ବ୍ୟକ୍ତି କେନାଲରୁ ପହଁରି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ଓଡ଼ିଆ ପର୍ଯ୍ୟଟକ ବିଭାସ କୁମାରଙ୍କର ମୃତ୍ୟୁ ହୋଇଥିଲା ।
ଏ ନେଇ ଥାନାରେ ଅଭିଯୋଗ କରିଥିଲେ ୨ ଜଣ ପିଡ଼ିତା ଏବଂ ବଞ୍ଚିଯାଇଥିବା ୨ ପୁରୁଷ ବନ୍ଧୁ । ଏହା ପରେ ଅଭିଯୋଗ ମୁତାବକ ୩ ଜଣ ଅପରାଧୀଙ୍କୁ ଗିରଫ କରିଥିଲା ପୋଲିସ । ଆଉ ଏବେ ଗଙ୍ଗାବତୀ ସେସନ୍ସ କୋର୍ଟ ବିଚାରପତି ସଦାନନ୍ଦ ନାଗପ୍ପା ନାଏକ ବିଏନ୍ଏସ୍ର ଧାରା ୧୦୩ ଅଧୀନରେ ୩ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।
📱 Get Argus News App
✨Related Topics
Explore more stories