Naxal surrender policy / ମାଓ ସଂଗଠନକୁ ବଡ଼ ଝଟକା, ଗରିଆବନ୍ଦରେ ଠାବ ହେଲା ମାଓ କ୍ୟାମ୍ପ
·6 months ago·2 min read

Key Points
ଛତିଶଗଡ଼ ପୋଲିସକୁ ବଡ଼ ସଫଳତା
ପଣ୍ଡ ହେଲା ବଡ଼ ଧରଣର ମାଓ ହମଲା
ଛତିଶଗଡ଼ର ଗରିଆବନ୍ଦରେ ମାଓ କ୍ୟାମ୍ପ ଠାବ
ପଣ୍ଡ ହେଲା ବଡ଼ ଧରଣର ମାଓ ହମଲା
ଛତିଶଗଡ଼ର ଗରିଆବନ୍ଦରେ ମାଓ କ୍ୟାମ୍ପ ଠାବ
ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଛତିଶଗଡ଼ ମୈନପୁର ଥାନା ସାତାମାରି ପାହାଡ଼ ଅଞ୍ଚଳରେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛି ପୁଲିସ। ସେଠାରୁ ୨ଟି ଏସ.ଏଲ.ଆର, ଗୋଟିଏ ଇନସାସ୍ ଏବଂ ଗୋଟିଏ ୧୨ ବୋର୍ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜିଲ୍ଲା ପୋଲିସ ବାହିନୀ, ଗରିଆବନ୍ଧର ଇ-ଥାର୍ଟି ଅପରେସନ୍ ଟିମ୍ ଦ୍ୱାରା କାର୍ଯ୍ୟାନୁଷ୍ଠାନ ହୋଇଛି । ଫଳରେ ଗରିଆବନ୍ଧ ଅଞ୍ଚଳରେ ନକ୍ସଲ ହିଂସାର ସମ୍ଭାବନାକୁ ପଣ୍ଡ କରାଯାଇପାରିଛି ।
ଗତ ମାସରେ ଗରିଆବନ୍ଦରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯାଇଥିଲା । ଏହାପରେ ସୂଚନା ମିଳିଛି ଯେ, ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ)ର ଓଡ଼ିଶା ରାଜ୍ୟ କମିଟି ଶୀର୍ଷ ନେତୃତ୍ୱ ମୈନପୁର ଥାନା ଅନ୍ତର୍ଗତ ସାତାମାରି ପାହାଡ଼ ଅଞ୍ଚଳରେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ପକାଇଛନ୍ତି । ଏହି ସୂଚନା ଆଧାରରେ, ପୁଲିସ ମାଓ କ୍ୟାମ୍ପ ଗୁଡ଼ିକୁ ଚିହ୍ନଟ କରିଥିଲା । ସେପଟେ ନକଲି ମାଓ ପୋଷ୍ଟର ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିଥିବା ଘଟଣାରେ ରାୟଗଡ଼ା ପୋଲିସ ୱେବ ସାମ୍ବାଦିକ ଅନୁବ୍ରତ ବାରା ଓ ବଳି ମାଝିଙ୍କୁ ଗିରଫ କରିଥିଲା ।
ପଢ଼ନ୍ତୁ ଏହି ଖବର: ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍, ମୁଣ୍ଡଜାମିନ ପୁରସ୍କାର ରାଶି ଅତ୍ୟଧିକ ବୃଦ୍ଧି
ଏହି ଘଟଣାର ଅଧିକ ତଦନ୍ତ କରି ସେମାନଙ୍କ ଆଉ ଜଣେ ସାଥୀ ସୀମାଂଚଳ କୁଟ୍ରୁକା ଏବଂ ଆପନା ମାଣ୍ଡାଙ୍ଗି ଓରଫ୍ ମାଣ୍ଡିକାଙ୍କୁ ଗିରଫ କରିଛି । ରାୟଗଡ଼ା ଏସପି ସ୍ୱାତୀ ଏସ. କୁମାର ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ଏସପିଙ୍କ ସୂଚନା ଅନୁସାରେ, ଏହି ମାମଲାର ମୁଖ୍ୟ କାର୍ପଟଦାର ସାଜିଥିଲେ ୱେବ ସାମ୍ବାଦିକ ଅନୁବ୍ରତ ବାରା। ଶୁକ୍ରବାର ସକାଳେ ରାୟଗଡ଼ା ସହର, ଶେଷଖାଲ ଥାନା, ଚାନ୍ଦିଲି ଥାନା ଏବଂ କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହି ମାଓ ପୋଷ୍ଟର ଜବତ ପରେ ରାୟଗଡ଼ା ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତରୁ ସାମ୍ବାଦିକ ଅନୁବ୍ରତ ବାରା ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ମିଳିବା ପରେ ପୁଲିସ ଗିରଫ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛତିଶଗଡ଼ର ସୁକମା ଏବଂ ପଡ଼ୋଶୀ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇଟି ପୃଥକ ଏନକାଉଣ୍ଟରରେ 14 ମାଓବାଦୀ ନିହତ ହୋଇଛନ୍ତି। ୧୪ ମାଓବାଦୀଙ୍କ ମଧ୍ୟରୁ ସୁକମାରେ ୧୨ ଜଣ ଏବଂ ବିଜାପୁରରେ ଦୁଇଜଣ ନିହତ ହୋଇଛନ୍ତି। ଗତ ବର୍ଷ, ରାଜ୍ୟରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ମୋଟ 285 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
Related Topics
Explore more stories