Plane Crash Panic / ଛତିଶଗଡ଼ରେ ୩୦ ଫୁଟ୍ ଉପରକୁ ଉଠିବା ପରେ ପାହାଡ଼ରେ ପ୍ଲେନ୍ କ୍ରାସ୍ ! ଜିଲ୍ଲାପାଳ କହିଲେ...
·4 months ago·2 min read

Key Points
ପାହାଡ଼ରେ ପ୍ଲେନ୍ କ୍ରାସ୍ର ସତ କ'ଣ ? ଗଛରେ ବିମାନ ପିଟି ହୋଇ ତଳକୁ ଖସିଲା ନା ଜଙ୍ଗଲରେ ଲାଗିଥିବା ନିଆଁର ଧୂଆଁ ବିମାନ କ୍ରାସ୍ର ଭ୍ରମ ସୃଷ୍ଟି କଲା ?
ରାୟପୁର: ଜଙ୍ଗଲରେ ବଡ଼ ଧରଣର ବିମାନ ଦୁର୍ଘଟଣା । ପାହାଡ଼ ଉପରେ ଉଡ଼ୁଥିବା ବେଳେ କ୍ରାସ୍ ହେଲା ପ୍ଲେନ୍ । ଛତିଶଗଡ଼ର ଜଶପୁର ଜିଲ୍ଲାରେ ଏକ ଘରୋଇ ବିମାନ କ୍ରାସ୍ ହୋଇଥିବା ଖବର ଆସୁଛି ।
ନାରାୟଣପୁର ରତନପହଲି ଜଙ୍ଗଲରେ ଘରୋଇ ଚାର୍ଟର ପ୍ଲେନ୍ ଖସି ପଡ଼ିଥିବା ଖବର ଆସୁଛି । ସୂଚନା ଅନୁସାରେ, ଘରୋଇ ବିମାନଟି ଭୂମି ଠାରୁ ମାତ୍ର ୩୦ ଫୁଟ୍ ଉଚ୍ଚତାରେ ଉଡ଼ାଣ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୦୦ ଫୁଟ ତଳକୁ ଏମିତି ଖସିଲା ବସ୍: ଚାଲିଗଲା ୧୬ ଜଣଙ୍କ ଜୀବନ, ଏବେବି ଅନେକ...
ବିମାନଟି ସୋମବାର ମଧ୍ୟାହ୍ନରେ ପାହାଡ଼ ଉପର ଦେଇ ଉଡ଼ୁଥିବା ବେଳେ ହଠାତ୍ ସୁଉଚ୍ଚ ଗଛର ଉପରି ଭାଗରେ ମାଡ଼ ହୋଇ କ୍ରାସ୍ ହୋଇଥିଲା । ଯାହା ପରେ ଜଙ୍ଗଲ ଭିତରୁ ନିଆଁ ଓ ଧୂଆଁ ଦୂର ପର୍ଯ୍ୟନ୍ତ ଦେଖା ଯାଉଥିବା କହିଛନ୍ତି ଗ୍ରାମବାସୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘରୋଇ ବିମାନଟି ଗୋଟିଏ ଇଞ୍ଜିନ୍ ବିଶିଷ୍ଟ ପ୍ରପେଲର ଏୟାରକ୍ରାଫ୍ଟ ବୋଲି ସୂଚନା ରହିଛି । ତେବେ ଘରୋଇ ବିମାନଟି କେଉଁ କମ୍ପାନୀର, କେଉଁଠାରୁ କେଉଁଠିକୁ ଉଡ଼ାଣ ଭରୁଥିଲା ସ୍ପଷ୍ଟ ହୋଇ ନାହିଁ । ବିମାନରେ ପାଇଲଟ୍ଙ୍କ ସହ କେତେ ଜଣ ଥିଲେ ସେନେଇ ସୂଚନା ମିଳିନାହିଁ ।
ଜାତୀୟ ଗଣମାଧ୍ୟମରେ ବିମାନ କ୍ରାସ୍ ସମ୍ପର୍କିତ ଖବର ପରେ ପୋଲିସ ଜଙ୍ଗଲରେ ପହଞ୍ଚିଛି । ଏସଏସପି ଲାଲ ଉମେଦ ସିଂହ କହିଛନ୍ତି, "ଜଙ୍ଗଲରୁ ଆମକୁ ବିମାନର କୌଣସି ଧ୍ଵଂସାବେଶଷ ମିଳିନାହିଁ । ବରଂ ଜଙ୍ଗଲରେ ନିଆଁ ଲାଗିଥିବାରୁ ଗ୍ରାମବାସୀ ଭାବି ନେଇଥିଲେ ବିମାନଟି ଖସି ପଡ଼ିଛି ।"
ପ୍ଲେନ୍ କ୍ରାସ୍ ନେଇ ସୂଚନା ମିଳିବା ପରେ ଜିଲ୍ଲାପାଳ ଓ SSP ଲାଲ ଉମେଦ ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ ବିମାନର ଧ୍ଵଂସାବେଶଷ ମିଳି ନଥିଲା । ଯାହା ପରେ ପ୍ରଶାସନ ଘଟଣାକୁ ଅସ୍ଵୀକାର କରିଛି ।
ଏଥିସହ ପଢ଼ନ୍ତୁ: ସଡ଼କ ନିର୍ମାଣରେ ହୋଇଛି କେତେ ଖର୍ଚ୍ଚ? ସାମ୍ନାକୁ ଆସିଲା ତଥ୍ୟ
ଜିଲ୍ଲାପାଳ ରୋହିତ ବ୍ୟାସ କହିଛନ୍ତି, "ପ୍ଲେନ୍ କ୍ରାସ୍ ଖବର ଆସିବା ପରେ ଆମେ ଝାଡ଼ଖଣ୍ଡ ଓ ଓଡ଼ିଶା ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲର୍ ସହ କଥା ହୋଇଥିଲୁ । ତେବେ ଦୁଇ ରାଜ୍ୟର ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ସେଭଳି କୌଣସି ବିମାନ ଉକ୍ତ ଅଞ୍ଚଳରେ ଉଡ଼ୁଥିବା କିମ୍ବା ସମ୍ପର୍କ ବାଧିତ ହୋଇଥିବା ମନା କରିଥିଲେ ।"
ଧୂଆଁ ଦେଖି ଲାଗିଲା ବିମାନ ଦୁର୍ଘଟଣା

ଗ୍ରାମବାସୀଙ୍କ ଅନୁସାରେ, ଜଶପୁରର ଚାରଭାଠି ଅଞ୍ଚଳରେ ଏକ ଚାର୍ଟର ପ୍ଲେନ୍ ଉଡ଼ୁଥିଲା । କିଛି ସମୟ ପରେ ପାହାଡ଼ରୁ ଧୂଆଁ ଆକାଶକୁ ଉଠୁଥିବା ଦେଖିଥିଲେ ଗ୍ରାମବାସୀ । ଯାହା ପରେ ବିମାନ କ୍ରାସ୍ ହୋଇଥିବା ଖବର ବ୍ୟାପି ଯାଇଥିଲା । ପ୍ରକୃତରେ ଏହା ଜଙ୍ଗଲରେ ଲାଗିଥିବା ନିଆଁରୁ ଉଠୁଥିଲା, ବିମାନ ଦୁର୍ଘଟଣା ପାଇଁ ନୁହେଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।
Related Topics
Explore more stories