Modi Govt Highway Spending / ସଡ଼କ ନିର୍ମାଣରେ ହୋଇଛି କେତେ ଖର୍ଚ୍ଚ? ସାମ୍ନାକୁ ଆସିଲା ତଥ୍ୟ
·4 months ago·2 min read

Key Points
ମୋଦି ସରକାରଙ୍କ ଅଧିନରେ ସଡ଼କ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଜାତୀୟ ରାଜପଥ ଏବେ ଦୁଇଗୁଣ ଗତିରେ ନିର୍ମାଣ ହେଉଛି। ସରକାର ସଡ଼କ ନେଟୱାର୍କ ବିସ୍ତାର କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
Modi Govt Break Records in Road Construction: ସଡ଼କ ନିର୍ମାଣ କରିବା କ୍ଷେତ୍ରରେ ବିଗତ ୧୨ ବର୍ଷରେ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର। ଏକ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଦେଶରେ ସଡ଼କ ନେଟୱାର୍କ ଦ୍ରୁତ ଗତିରେ ବିସ୍ତାର ହୋଇଛି। ଯେଉଁଥିରେ ସରକାର ପ୍ରଚୁର ନିବେଶ କରିଛନ୍ତି। ଆଜିର ଦିନରେ ଭାରତରେ ୬୩.୭୩ ଲକ୍ଷ କିଲୋମିଟରରୁ ଲମ୍ବା ବିଶାଳ ସଡ଼କ ନେଟୱାର୍କ ରହିଛି। ସମଗ୍ର ବିଶ୍ୱରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ ରହିଥିବା ଦେଶ।
ଦେଶର କୋଣ ଅନୁକୋଣରେ ସଡ଼କ ନେଟୱାର୍କ ବିଛାଇବା ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୩-୧୪ ଆର୍ଥିକ ବର୍ଷରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବଜେଟ ୩୧ ହଜାର କୋଟି ଟଙ୍କା ରହିଥିଲା। ଯାହାର ପରିମାଣ ଏବେ ୩ ଲକ୍ଷ କୋଟିରୁ ଅଧିକ ହୋଇସାରିଛି।
ଏହା ସହ ପଢନ୍ତୁ: ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ
କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରତିବର୍ଷ ହାରାହାରି ୪୧୭୪ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଥିଲା। ୨୦୧୪ ରୁ ୨୦୨୫ ମଧ୍ୟରେ ଯାହା ବାର୍ଷିକ ୯୭୦୪ କିଲୋମିଟରକୁ ବୃଦ୍ଧି ପାଇଛି। ଯାହାର ଅର୍ଥ ହେଉଛି ଯେ ଏବେକାର ସମୟରେ ଦେଶରେ ଜାତୀୟ ରାଜପଥ ଦୁଇ ଗୁଣା ବେଗରେ ନିର୍ମାଣ କରାଯାଉଛି। ଏହା ବ୍ୟତୀତ ୨୦୧୪-୧୫ ସୁଦ୍ଧା ସାରା ଦେଶରେ ୫୫୦ କିଲୋମିଟର ହାଇ-ସ୍ପୀଡ୍ କରିଡର କିମ୍ବା ଏକ୍ସପ୍ରେସୱେ ରହିଥିଲା। ଯେଉଁଥିରେ ରାଜ୍ୟ ରାଜପଥ ଅନ୍ତର୍ଭୁକ୍ତ ରହିଛି। ଡିସେମ୍ବର ୨୦୨୫ ସୁଦ୍ଧା ଏହା ୫୩୬୪ କିଲୋମିଟରକୁ ବୃଦ୍ଧି ପାଇଛି। ଏହା ମଧ୍ୟରୁ ୩୦୫୨ କିଲୋମିଟର ଜାତୀୟ ରାଜପଥ ଏବଂ ୨୩୧୨ କିଲୋମିଟର ରାଜ୍ୟ ରାଜପଥ ସାମିଲ ରହିଛି।
ଏହା ସହ ପଢନ୍ତୁ: ହାଇୱେ-ଟୋଲ୍ ଦେଇ କରୁଛନ୍ତି କି ଯାତ୍ରା? ଜାଣିରଖନ୍ତୁ ୫ FASTag ନିୟମ
ଏହା ବ୍ୟତୀତ "Act East Policy" ରଣନୀତି ଅନୁଯାୟୀ ଦେଶର ପୂର୍ବୋତ୍ତର ରାଜ୍ୟରେ ବ୍ୟାପକ ଭାବରେ ରାସ୍ତା ନିର୍ମାଣ କରାଯାଉଛି। ୨୦୧୪ ମସିହାରୁ ଉତ୍ତର-ପୂର୍ବ ରାଜ୍ୟରେ ୧୦,୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପରେ ୧.୦୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବର୍ତ୍ତମାନ ଆହୁରି ୫୦୦୦ କିଲୋମିଟର ଦୂରତାରେ ରାସ୍ତା ନିର୍ମାଣ କାମ ଚାଲିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬-୨୭ ଆର୍ଥିକ ବର୍ଷରେ ସଡ଼କ ପରିବହନ ମନ୍ତ୍ରଣାଳୟ ପାଇଁ ୩.୦୯ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟିତ ହୋଇଛି। ଏହା ମଧ୍ୟରୁ ୧.୮୧ ଲକ୍ଷ କୋଟି ଟଙ୍କା ଜାତୀୟ ରାଜପଥ ପାଇଁ ରହିଛି। ରାସ୍ତା ଏବଂ ସେତୁ ନିର୍ମାଣ ପାଇଁ ୧.୨୨ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ଆହୁରି ୪୦୦ କୋଟି ଟଙ୍କା ସଡ଼କ ସୁରକ୍ଷା ପାଇଁ ବ୍ୟୟ କରାଯିବ। ସରକାର ଦାବି କରିଛନ୍ତି ଯେ ଜାତୀୟ ରାଜପଥରେ ଖର୍ଚ୍ଚ ହେଉଥିବା ପ୍ରତ୍ୟେକ ଗୋଟିଏ ଗୋଟିଏ ଟଙ୍କା ଦେଶର ଜିଡିପିରେ ତିନି ଗୁଣ ଯୋଗଦାନ କରିଥାଏ।
ଏହା ସହ ପଢନ୍ତୁ: ଅପ୍ରେଲ ପହିଲାରୁ ବଢିବ ଟୋଲ୍ ଦର; ମହଙ୍ଗା ହେବ ଯାତ୍ରା
ଗତ ୨୦୧୭ ରେ କେନ୍ଦ୍ର ସରକାର ଭାରତମାଳା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ଅଧିନରେ ସମଗ୍ର ଦେଶରେ ୩୪,୮୦୦ କିଲୋମିଟର ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାର ମୋଟ୍ ବଜେଟ୍ ୫.୩୫ ଲକ୍ଷ କୋଟି ରହିଥିଲା। ଫେବୃଆରୀ ୨୦୨୬ ସୁଦ୍ଧା ଏହି ପ୍ରକଳ୍ପ ଅଧିନରେ ୨୨,୨୨୩ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

Related Topics
Explore more stories