Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘଟଣାକୁ ନେଇ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଘଟଣାକୁ ନେଇ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଛତିଶଗଡର ଦୁର୍ଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡକୁ ବସ ଓଲଟି ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ରାୟପୁର ଏମସକୁ ସ୍ଥାନାନ୍ତର କରାଯାଇଛି ।  ଦୁର୍ଘଟଣାଗ୍ରସ୍ତ ବସରେ ୪୦ରୁ ଅଧିକ ଶ୍ରମିକ ଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ସେମାନେ ଏକ କଂପାନୀରେ କାମ କରିବାକୁ ଯାଉଥିବା ବେଳେ ବସଟି ଅଚାନକ ଏକ ମୋରମ ଖାଦାନକୁ ଖସି ପଡିଥିଲା । ଦୁର୍ଘଟଣାର କାରଣ ଜଣାପଡିନାହିଁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chhattisgarh road accident | Argus News