Child Safety Warning / ଆପଣଙ୍କ ଛୁଆ କଣ ସ୍କୁଲ ଅଟୋରେ ଯାଉଛି କି? ତେବେ ହୋଇଯାଆନ୍ତୁ ସାବଧାନ!
·7 months ago·2 min read

Key Points
ପିଲାଙ୍କୁ ଅଟୋରେ ସ୍କୁଲ ପଠାଉଥିଲେ ସାବଧାନ!
ଭିଡିଓ ଦେଖିଲେ ଆପଣଙ୍କ ନିଦ ହଜିଯିବ
ଅଳ୍ପକେ ବର୍ତ୍ତିଲା ଶିଶୁ କନ୍ୟା
ଭିଡିଓ ଦେଖିଲେ ଆପଣଙ୍କ ନିଦ ହଜିଯିବ
ଅଳ୍ପକେ ବର୍ତ୍ତିଲା ଶିଶୁ କନ୍ୟା
ଯଦି ଆପଣ ଆପଣଙ୍କ ଛୁଆକୁ ସ୍କୁଲକୁ ଯିବାପାଇଁ ପ୍ରତିଦିନ ଅଟୋରେ ପଠାଉଛନ୍ତି ତାହେଲେ ତୁରନ୍ତ ସାବଧାନ ହୋଇଯାଆନ୍ତୁ। କାରଣ ଏକ ଏଭଳି ଘଟଣା ଘଟିଛି ଯାହା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ବାପା ମା' ପିଲାଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବେ ବୋଲି ବହୁ କଷ୍ଟ ସହିଥାନ୍ତି। ଛୁଆଙ୍କୁ ସକାଳୁ ଉଠାଇ ନିତ୍ୟକର୍ମ ସାରି ସ୍କୁଲକୁ ପଠାଇଥାଆନ୍ତି। କିନ୍ତୁ ଟିକେ ଟିକେ ଅବହେଳା କାରଣରୁ ଆପଣଙ୍କ ଛୁଆର ଜୀବନ ଯାଇପାରେ। ସେଥିପାଇଁ ସତର୍କ ରୁହନ୍ତୁ।
କିନ୍ତୁ ଯଦି ଆପଣଙ୍କ ଛୁଆ ସବୁବେଳେ ଅଟୋରେ ଯିବାଆସିବା କରୁଛି ତେବେ ଆପଣଙ୍କର ନିହାତି ଜାଣିବା ଦରକାର ଅଟୋ ଡ୍ରାଇଭର ଠିକ ଭାବେ ଗାଡ଼ି ଚଲାଉଛି ତ? ପ୍ରାୟତଃ ଅଟୋ ଡ୍ରାଇଭର ଗାଡ଼ିରେ ପିଲା ଭର୍ତ୍ତି କରି ନେବାକୁ ଚିନ୍ତା କରିଥାଆନ୍ତି। କେବଳ ପଇସା ଅଧିକ ରୋଜଗାର ପାଇଁ। ଆଉ ସବୁବେଳେ ଗାଡ଼ି ମଧ୍ୟ ଦ୍ରୂତ ଗତିରେ ଚଲାଇଥାଆନ୍ତି। ଆସିବାବେଳେ ଟ୍ରାଫିକ ଜାମ କାରଣରୁ ଛୁଆଙ୍କୁ ବହୁ ସ୍ପିଡରେ ଆଣୁଥିବାର ଅନେକ ଖବର ଆମ ନଜରକୁ ଆସିଛି। କିନ୍ତୁ କେବେ ଭାବିଛନ୍ତି ଏହା ଆପଣଙ୍କ ଛୁଆ ପାଇଁ କେତେ ଘାତକ ସାଜିପାରେ। ଚାଲନ୍ତୁ ଦେଖିବା ଏକ ଭିଡିଓ ଯେଉଁଥରେ ଜଣେ ଅଟୋ ଡ୍ରାଇଭର ଛୁଆମାନଙ୍କୁ କେମିତି ନେଉଛନ୍ତି।
ଗାଡ଼ିର ବେଗ ଅଧିକ ଥିବାରୁ ରାସ୍ତାରେ ଖସିପଡ଼ିଲା ଛୁଆ
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ତାମିଲନାଡ଼ୁର ଏକ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଦ୍ରୂତ ଗତିରେ ଆସୁଥିବା ଅଟୋରୁ ଛୁଆଟି ହଠାତ ଖସିପଡ଼ୁଛି। ଅଟୋର ବେଗ ଏତେ ଦ୍ରୂତ ଅଛି ଯେ, ଏକ ବାଙ୍କ ମୋଡ଼ିବାରୁ ଛୁଆଟି ସିଧା ତଳେ ଖସିପଡ଼ିଛି। କିନ୍ତୁ ଭାଗ୍ୟ ଭଲ ଯେ, ତାର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଛଆଟି ଯେମିତି ପଡ଼ିଛି ସାଙ୍ଗେ ସାଙ୍ଗେ ଉଠିପଡ଼ିଛି। ସେଠାରେ ଥିବା ସ୍ଥାନୀୟ ଲୋକ ଛୁଆଟିକୁ ତୁରନ୍ତ ଉଠାଇନେଇଛନ୍ତି।
ଏହାସହ ପଢ଼ନ୍ତୁ: ବିବାହର ୨ ଘଣ୍ଟା ପୂର୍ବରୁ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବାର ଭିଡିଓ ଭାଇରାଲ
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ @Mahamud313 ନାମରେ ଜଣେ ୟୁଜର୍ସ ଏହାକୁ ପୋଷ୍ଟ କରିଛନ୍ତି। ୟୁଜର୍ସ ଭାଇରାଲ ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି, "ଆଜିର ଏହି ସିସିଟିଭି ଫୁଟେଜ ଏକ ଦୁର୍ଘଟଣା ନୁହେଁ ପିତାମାତାଙ୍କୁ ଏହା ଏକ ଚେତାବନୀ ଯେ, ନିଜ ଛୁଆଙ୍କୁ ଯେଉଁ ଅଟୋରେ ପଠାଉଛନ୍ତି ସେ ଠିକ ଭାବେ ଯାଉଛି କି ନାହିଁ ତଦାରଖ କରନ୍ତୁ।" ଆଉ ଡ୍ରାଇଭରଙ୍କୁ କଡ଼ା ଚେତବାନୀ ଦିଅନ୍ତୁ ଯେ, ଗାଡ଼ି ସାବଧାନ ଭାବ ଚଲାଇବେ। ଦ୍ରୂତ ଗତିରେ ଚଲାଇବେ ନାହିଁ। ଆଉ ସବୁଦିନ ଛୁଆଙ୍କୁ ପଚାରନ୍ତୁ ଡାଇଭର ଗାଡ଼ି ଧୀରେ ଚଲାଉଛନ୍ତି କି ନାହିଁ।
ଗାଡ଼ିରେ ବସିବାକୁ ଡର ଲାଗୁଛି କି ନାହିଁ?
ଏହି ପୋଷ୍ଟକୁ ଡିସେମ୍ବର ୮ ତାରିଖରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଖବର ଲେଖା ଯିବ ସୁଦ୍ଧା ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଛନ୍ତି। ଭିଡିଓ ଦେଖିବାପରେ ବହୁ ଲୋକ ରାଗିଯାଇଛନ୍ତି। ଡ୍ରାଇଭରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ଜଣେ ୟୁଜର୍ସ ଲେଖିଛନ୍ତି, "ମା' ବାପା କେତେ ଭରସାରେ ନିଜ ଛୁଆଙ୍କୁ ସ୍କୁଲକୁ ଛାଡ଼ୁଛନ୍ତି। ଆଉ କିଛି ଲୋକ ଏହାକୁ ଅବହେଳା କରୁଛନ୍ତି। ଆଉ ଏହି ଛୋଟ ଛୋଟ ଅବହେଳା ଯୋଗୁ ବହୁ ଦୁର୍ଘଟଣା ମଧ୍ୟ ଘଟୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories