Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୌରୀ ତାଙ୍କ ପିଲାଦିନର ସାଙ୍ଗ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଭାରି ଖୁସି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଗୌରୀ ତାଙ୍କ ପିଲାଦିନର ସାଙ୍ଗ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଭାରି ଖୁସି 

ଖୋର୍ଦ୍ଧା: ସାଙ୍ଗକୁ ଭେଟିବାର ଦୀର୍ଘ ଦିନର ଆଶା ପୂରଣ ହେଲା । ପିଲା ଦିନର ସାଙ୍ଗ ଯିଏ ଏବେ ଭାରତର ସର୍ବୋଚ୍ଚ ପଦରେ ଅଛନ୍ତି, କିଭଳି ତାଙ୍କୁ ଭେଟିବେ । ତାକୁ ଚାହିଁ ବସିଥିଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମର ଗୌରୀ ମଲିକ । କୁଷ୍ଣ ସୁଦାମ ପରି ଦୁଇ ସାଙ୍ଗ ପାଠପଢା ସହ ନାଚଗୀତର ଅତୁଟ ସମ୍ପର୍କରେ ଅର୍ଗସ ନ୍ୟୁଜରେ ଆମେ ପୂ୍ର୍ବରୁ ଖବର ପ୍ରକାଶ କରିଥିଲୁ । ଆଉ ଶେଷରେ ଗତକାଲି ରବିବାର ଓଡ଼ିଶା ରାଜଭବନ ପରିସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ପିଲା ଦିନର ସାଙ୍ଗ ଗୌରୀ ମଲ୍ଲିକ ।

ବେଗୁନିଆ ବିଡ଼ିଓ ନିଜ ଗାଡ଼ିରେ ଗୌରୀଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ରାଜଭବନ ପରିସରରେ ଭେଟ କରାଇଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଭାବବିହ୍ଵଳ ହୋଇପଡିଥିଲେ ଗୌରୀ । ପୁନର୍ବାର ମହାମହିମ ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇଥିବା ଗୌରୀ କହିଛନ୍ତି । ସେହିପରି ଫେରିବାବେଳେ ଗୌରୀଙ୍କୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ବନ୍ଧେଇ ହୋଇଥିବା ବଡ଼ ପଟ୍ଟଚିତ୍ର ସହ ଦାମୀ ଶାଢ଼ୀ ଉପହାର ଦେଇଥିବା ଗୌରୀ କହିଛନ୍ତି । ସେହିପରି ଏହି ଭେଟଘାଟ ପାଇଁ ଗଣମାଧ୍ୟମ ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ଗୌରୀ ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Childhood friend Gauri Mallik met Her Excellency President Draupadi Murmu at Odisha Raj Bhawan yesterday Sunday. | Argus News