Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India China / ୫ ବର୍ଷ ପରେ ପୁଣି ଚୀନ୍‌କୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍‌

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
୫ ବର୍ଷ ପରେ ପୁଣି ଚୀନ୍‌କୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍‌

Key Points

ଇଣ୍ଡିଗୋ ୫ ବର୍ଷରୁ ଅଧିକ ସମୟ ବିରତି ପରେ ଅକ୍ଟୋବର ୨୬ରୁ ଦକ୍ଷିଣ ଚୀନର କୋଲକାତା ଏବଂ ଗୁଆଙ୍ଗଝୁ ମଧ୍ୟରେ ପ୍ରଥମ ସେବା ଆରମ୍ଭ କରିବ ।

ନଭେମ୍ବର ୯ରୁ ସାଂଘାଇ-ଦିଲ୍ଲୀ ବିମାନ ସେବା ପୁନଃ ଆରମ୍ଭ । ଚୀନ୍ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ବିମାନ ସେବା ପୁନଃ ଆରମ୍ଭ ତାରିଖ ଘୋଷଣା କରିଛି। ବିଜ୍ଞପ୍ତି ଅନୁସାରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ସପ୍ତାହକୁ ତିନିଥର, ବୁଧବାର, ଶନିବାର ଏବଂ ରବିବାର ଏୟାରବସ୍ A330-200 ଦିଲ୍ଲୀ ଯାତ୍ରା କରିବ ।

ପୂର୍ବରୁ ଭାରତର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ ଚୀନ୍‌ ବିମାନ କମ୍ପାନୀ ପକ୍ଷରୁ ସେବା ପୁନଃ ଆରମ୍ଭ ଘୋଷଣା ହୋଇଛି । ସାଂଘାଇ ଓ ଦିଲ୍ଲୀକୁ ସଂଯୋଗ କରୁଥିବା ରୁଟ୍ ଦୁଇ ଦେଶ ମଧ୍ୟରେ ସବୁଠାରୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିମାନ କରିଡର ମଧ୍ୟରୁ ଗୋଟିଏ।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ଭାରତର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ଭାବରେ, ଦିଲ୍ଲୀ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ଚୀନ୍ ସହିତ ଘନିଷ୍ଠ ଭାବରେ ସହଯୋଗ କରୁଥିବା ବିଜ୍ଞପ୍ତିରେ କୁହାଯାଇଛି । ଇଣ୍ଡିଗୋ ୫ ବର୍ଷରୁ ଅଧିକ ସମୟ ବିରତି ପରେ ଅକ୍ଟୋବର ୨୬ରୁ ଦକ୍ଷିଣ ଚୀନର କୋଲକାତା ଏବଂ ଗୁଆଙ୍ଗଝୁ ମଧ୍ୟରେ ପ୍ରଥମ ସେବା ଆରମ୍ଭ କରିବ ।

ଅନ୍ୟପଟେ ଭାରତ ସହ ହାତ ମେଳାଇଥିବା ଆଫଗାନିସ୍ତାନକୁ ବି ସମର୍ଥନ କରିବା ଆରମ୍ଭ କରିଛି ଚୀନ୍ । କାନ୍ଧାର ସୀମାରେ ଚାଲିଥିବା ସଂଘର୍ଷ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଥିବା ତିକ୍ତତାକୁ ଅଧିକ ଜଟିଳ କରିଥିବା ବେଳେ ବୁଧବାର ସକାଳେ ଦୁଇ ଦେଶ ସୀମାରେ ହୋଇଥିବା ଗୁଳି ବିନିମୟରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଚୀନ୍‌ର ଆଭିମୁଖ୍ୟ ଅନ୍ତର୍ଜାତୀୟ ସମୂଦାୟକୁ ଚକିତ କରିଛି। ପାକିସ୍ତାନ ବିରୋଧରେ ଯାଇ ଚୀନ୍ ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ସମର୍ଥନ କରିଛି। ଏହି ଘଟଣା ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ କୁଟନୈତିକ ଦୃଢ଼ତା ଦେଇଛି। ତେବେ ଏହା ପାକିସ୍ତାନ ବିଦେଶ ନୀତିର ବଡ଼ ପରାୟଜ ବୋଲି କୁହାଯାଉଛି।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ବେଜିଂ ବୁଧବାର ଏକ ଅପ୍ରତ୍ୟାସିତ ବୟାନରେ କହିଛି ଯେ ସେ ‘ଆଫଗାନିସ୍ତାନର ସାର୍ବଭୌମତା ଓ କ୍ଷେତ୍ରିୟ ଅଖଣ୍ଡତାକୁ ସ୍ୱୀକାର କରୁଛି’। ଏହି ବୟାନ ଠିକ୍ ସେତିକି ବେଳେ ଆସିଥିଲା ଯେତେବେଳେ ପାକିସ୍ତାନ ସେନା କାନ୍ଧାର ପ୍ରାନ୍ତର ସ୍ପିନ ବୋଲଦକ ଓ ଶୋରାବକ ଅଞ୍ଚଳର ଆଫଗାନ ଟାର୍ଗେଟ ଉପରେ ଆକ୍ରମଣ କରୁଥିଲେ। ଆଫଗାନ ଉପବିଦେଶମନ୍ତ୍ରୀ ମହମ୍ମଦ ନଈମ ଚୀନ୍ ରାଜଦୂତ ଝାଓ ଜିଙ୍ଗଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇଥିଲେ। ଏଥିରେ ଆଫଗାନ ପକ୍ଷ ସ୍ପଷ୍ଟ ରୂପେ କହିଥିଲେ ପାକିସ୍ତାନର ଏପରି ଆକ୍ରମଣ ‘ମନବୀୟ ଓ ଇସ୍ଲାମ ମୂଲ୍ୟର ଉଲ୍ଲଂଘନ’।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India China | China Eastern Airlines to resume flights to India after five-year freeze | Argus News