ଅରୁଣାଚଳ ପ୍ରଦେଶର ୩୦ ଅଞ୍ଚଳର କଲା ନାମକରଣ

ଅର୍ଗସ ବ୍ୟୁରୋ : ପୁଣି ଚୀନର ଦାଦାଗିରି । ଅରୁଣାଚଳ ପ୍ରଦେଶ ଉପରେ ଯାରି କଲା ନିଜର ଆଧିପତ୍ୟ । ରତର ଆପତ୍ତି ସତ୍ତ୍ବେ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସରକାର ଅରୁଣାଚଳ ପ୍ରଦେଶ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାର ଅପଚେଷ୍ଟା କରୁଛନ୍ତି । ଅରୁଣାଚଳ ପ୍ରଦେଶର ୩୦ ଟି ସ୍ଥାନକୁ ନିଜର ବୋଲି କହିଛି ଏବଂ ଏହାକୁ ଚାଇନିଜ୍ ନାମରେ ନାମିତ କରିଛି ।
ଚୀନ୍ ପୂର୍ବରୁ ଦାବି କରିଆସୁଛି ଯେ ଅରୁଣାଚଳ ପ୍ରଦେଶ ଏହାର ଅଂଶ, ଜାହା ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ପ୍ରତିକ୍ରିୟା ଦେଇ କହିଛି ଯେ ଅରୁଣାଚଳ ପ୍ରଦେଶ ଆମର ଅଂଶ ଥିଲା ଓ ଅଛି ଏବଂ ରହିବ । ଅରୁଣାଚଳ ପ୍ରଦେଶରେ ସେ ତାହାର ଦାବି କ୍ରମାଗତ ଭାବରେ ବିସ୍ତାର କରି ଚାଲିଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଚୀନ୍ର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହି ସ୍ଥାନଗୁଡିକର ନାମ ଏବଂ ଜିଓ-ଲୋକେସନ ସେୟାର କରିଛି । ଅରୁଣାଚଳ ପ୍ରଦେଶର ୩୦ ଟି ସ୍ଥାନ ଉପରେ ଚୀନ୍ ଅବୈଧ ଦାବି କରିଛି । ସେଠାରେ ୧୧ ଟି ଆବାସିକ ଅଞ୍ଚଳ, ୧୨ ଟି ପର୍ବତ, ଚାରି ନଦୀ, ଗୋଟିଏ ହ୍ରଦ, ଗୋଟିଏ ପାସ୍ ଅଛି । ଆଉ ଏକ ଖାଲି ଜମି ଅଛି ।