Videos
|
National

ଦୁନିଆର ସବୁଠୁ ଉଚ୍ଚା ରେଲୱେ ବ୍ରିଜ୍‌

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁନିଆର ସବୁଠୁ ଉଚ୍ଚା ରେଲୱେ ବ୍ରିଜ୍‌

ନୂଆଦିଲ୍ଲୀ: ଦୁନିଆର ସୁବଠୁ ଉଚ୍ଚ ରେଳ ବ୍ରିଜ। ଏହି ଉଚ୍ଚ ରେଳ ବ୍ରିଜର ୯ଟି ବିଶେଷତ୍ୱ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।  ଚିନାବ ନଦୀ ଉପରେ ନିର୍ମିତ  ବ୍ରିଜ  ଚିନାବ ନଦୀରୁ  ୩୫୯ ମିଟର ଉଚ୍ଚତାରେ ରହିଛି।  ଯାହା ଏଫିଲ ଟାଓ୍ୱାରରୁ ଅଧିକ ।  ୧.୩ କିଲୋମିଟର   ଲମ୍ବା ଏହି  ବ୍ରିଜ  ୨୬୬ କିମି ଲମ୍ବ ର ରେଳମାର୍ଗ ସହିତ  ଏକମାତ୍ର କନେକ୍ସନ ଅଟେ।  ଏହାର ନିର୍ମାଣରେ ୧୩୦୦ କାରିଗର ଏବଂ ୩୦୦ ଇଂଜିନିୟର ନିୟୋଜିତ ଥିଲେ।

ଏହାକୁ ନିର୍ମାଣ କରିବାକୁ ଉତ୍ତର ଭାରତୀୟ  ରେଲଓ୍ୱେକୁ  ୧,୪୮୬ କୋଟି  ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।  ଏହାର ନିର୍ମାଣ କାର୍ଯ୍ୟ ୨୦୦୨ ରେ ଆରମ୍ଭ ହୋଇଥିଲା ଏବଂ ୨୦୨୪ରେ  ଅର୍ଥାତ ୨୨ ବର୍ଷ  ପରେ ଏହା ପ୍ରସ୍ତୁତ ହୋଇଛି।  ଏହି ବ୍ରିଜ୍‌ ନିକଟରେ ୨୬୬କିମି  ବେଗରେ  ପବନ ବହିଥାଏ।  ତାହା ବାତ୍ୟା ଠାରୁ ବି ଅଧିକ । ଏହି ବ୍ରିଜ୍‌  କୌଣସି ପ୍ରକାର ଭୂକମ୍ପ ଏବଂ ଖରାପ ପାଗ କୁ ସହିବାର କ୍ଷମତା ରଖିଛି।  ଏହି ବ୍ରିଜ ଉପରେ ୧୦୦ ସ୍ପିଡ୍‌ ରେ ଟ୍ରେନ ଗତି କରିପାରିବ।  ତେବେ ଆଶ୍ଚର୍ଯ୍ୟକର କଥା ଯେ ଏହି ବ୍ରିଜ୍‌ର ସ୍ଥାୟୀତ୍ୱ  ପାଖାପାଖି  ୧୨୦ ବର୍ଷ  ବୋଲି କୁହାଯାଉଛି। 

ଅଧିକ ପଢନ୍ତୁ ବିଦେଶ  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The bridge has been designed with a life span of 120 years. | Argus News