Ladakh Protesters / ଭୟଙ୍କର ସ୍ଥିତି ! ସରକାରୀ ଦପ୍ତରକୁ ପଥର ମାଡ଼, ପୋଲିସ ଗାଡ଼ି ପୋଡ଼ା ଜଳା..୪ ମୃତ

Key Points
ଆନ୍ଦୋଳନକାରୀଙ୍କ ମଧ୍ୟରୁ ଆଞ୍ଚୁକ୍ ଏବଂ ଆଞ୍ଚୁକ୍ ଡୋଲମା, ଦୁଇ ଜଣ ଯାକ ବିକ୍ଷୋଭ ସମୟରେ ଅଚେତ ହୋଇଗଲେ ।
ତାପରେ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା।
ଏହି ଘଟଣା ପାଇଁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ଲଦାଖରେ ବୁଗିଡ଼ୁଛି ସ୍ଥିତି । ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକେ । ସରକାରଙ୍କ ବିରୋଧରେ ନାରା ଦେଲେ । ବିଜେପି ପାର୍ଟି ଅଫିସ ଭଙ୍ଗାରୁଜା କଲେ । ତାପରେ ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯାଉ ବୋଲି ଦାବିକୁ ତୀବ୍ର କଲେ ।
ଏହି ଅନ୍ଦୋଳନ ଆଉ ପୋଡ଼ାଜଳା ମଧ୍ୟରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି । ଅନ୍ୟପଟେ ଏଥିରେ ଗୁରୁତର ହୋଇ ଅନେକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯଦି ଏମିତି ହଙ୍ଗାମା ଆଗକୁ ଜାରି ରୁହେ, ତେବେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
📱 Get Argus News App
✨ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ଚାଲିଥିବା ଆନ୍ଦୋଳନ, ବୁଧବାର ହିଂସାତ୍ମକ ରୂପ ନେଇଛି। ଲେହରେ ଦୁଇଜଣ ମହିଳା ଆନ୍ଦୋଳନକାରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଲଦାଖରେ ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା, ଛାତ୍ରମାନେ CRPF ଗାଡ଼ି ପୋଡ଼ି ଦେଇଛନ୍ତି । ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରୁଥିବା ଛାତ୍ରମାନେ ହିଂସାତ୍ମକ ହେବା ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।
ଆନ୍ଦୋଳନକାରୀଙ୍କ ମଧ୍ୟରୁ ଆଞ୍ଚୁକ୍ ଏବଂ ଆଞ୍ଚୁକ୍ ଡୋଲମା, ଦୁଇ ଜଣ ଯାକ ବିକ୍ଷୋଭ ସମୟରେ ଅଚେତ ହୋଇଗଲେ । ତାପରେ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା। ଏହି ଘଟଣା ପାଇଁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହାଫଳରେ ଲେହ ହିଲ୍ କାଉନସିଲ୍ ବିଲ୍ଡିଂକୁ ଲୋକେ ପଥରମାଡ଼ କରିଥିଲେ ।
ବିଜେପି କାର୍ଯ୍ୟାଳୟ ଉପରେ ଆକ୍ରମଣ
ଶତାଧିକ ଛାତ୍ର ବିଜେପି କାର୍ଯ୍ୟାଳୟ ବାହାରେ ଏକାଠି ହୋଇ ପଥରମାଡ଼ ଆରମ୍ଭ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା, ଏହାଦେଖି ଛାତ୍ରମାନେ ଅଧିକ ହିଂସାତ୍ମକ ହୋଇ ଉଠିଥିଲେ।
ସିଆରପିଏଫ୍ ଗାଡ଼ି ପୋଡ଼ି ଦେଲେ
ପୋଲିସ୍, ସିଆରପିଏଫ୍ ଏବଂ ଛାତ୍ରଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। କିଛି ଛାତ୍ର ସେଠାରେ ଥିବା ଏକ ସିଆରପିଏଫ୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ, ଯାହା ଫଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିଲା। ସୁରକ୍ଷା ବାହିନୀ ପ୍ରତିବାଦକାରୀଙ୍କୁ ଘଉଡ଼ାଇ ଦେଇଥିଲେ। ଘଟଣାସ୍ଥଳକୁ ଅଧିକ ଫୋର୍ସ ଡକାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ରହିଛି କିନ୍ତୁ ପ୍ରତିବାଦକାରୀ ଏବେ ନିୟନ୍ତ୍ରଣରେ ଅଛନ୍ତି ।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ଲଦାଖର ଲୋକମାନେ ଏହି ପ୍ରତିବାଦର ନେତୃତ୍ୱ ନେଉଛନ୍ତି । ଯେଉଁମାନେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ସୂଚୀ ସୁରକ୍ଷା ଦାବି କରୁଛନ୍ତି। ଆୟୋଜକମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଷ୍ପତ୍ତି ପାଇଁ ଅକ୍ଟୋବର ୬ ତାରିଖ ଧାର୍ଯ୍ୟ କରିଛନ୍ତି, କିନ୍ତୁ ଆନ୍ଦୋଳନକାରୀ ଶୀଘ୍ର ଦାବି ପୂରଣ ପାଇଁ ଦାବି କରୁଛନ୍ତି ।
Related Topics
Explore more stories