ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ
·2 years ago

ଅର୍ଗସ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି । ପ୍ଲାଷ୍ଟିକର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ପରିବେଶକୁ ପ୍ରଭାବିତ କରିବା ସହ ଅନେକ ପ୍ରାକୃତିକ ବିପର୍ଯ୍ୟୟର କାରଣ ମଧ୍ୟ ପାଲଟିଛି। ତେଣୁ ଏହାର ମୁକାବିଲା କରିବା ସହ ଏକ ସୁସ୍ଥ ଏବଂ ସୁନ୍ଦର ଭବିଷ୍ୟତ ପାଇଁ ଏବେଠୁ ଉଦ୍ୟମ କରାଯିବାର ଆବଶ୍ୟକ ରହିଛି। ପୃଥିବୀକୁ ସୁସ୍ଥ ଓ ସବୁଜ ରଖିବା ବାର୍ତ୍ତା ନେଇ ଆଜି ବୁଦ୍ଧ ପାର୍କରେ ସେଭେନ୍ଥ ଆଭିନ୍ୟୁ ଓ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ୱାକାଥନ ଓ ସାଇକଲଥନ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ପୃଥିବୀକୁ ସୁସ୍ଥ ଓ ସବୁଜ ରଖିବା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: