Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଅର ଚେହେରା ସ୍ବାମୀ ସହ ମିଶୁଥିଲା ବୋଲି ପୁଅକୁ ମାରିଦେଲା ମା'

National

ପୁଅର ଚେହେରା ସ୍ବାମୀ ସହ ମିଶୁଥିଲା ବୋଲି ପୁଅକୁ ମାରିଦେଲା ମା'

Jitendra Dash
Browse all articles by Jitendra Dash
·2 years ago·1 min read
ପୁଅର ଚେହେରା ସ୍ବାମୀ ସହ ମିଶୁଥିଲା ବୋଲି ପୁଅକୁ ମାରିଦେଲା ମା'

ଅର୍ଗସ ବ୍ୟୁରୋ : ପୁଅର ଚେହେରା ସ୍ବାମୀ ସହ ମିଶୁଥିଲା ବୋଲି ପୁଅକୁ ମାରିଦେଲା ମାଆ । ପୁଅ ସ୍ବାମୀ ଭଳି ଦେଖାଯାଉଥିବାରୁ ନିଜ ଜନ୍ମ କଲା ପୁଅକୁ ହତ୍ୟା କଲେ ସୂଚନା ସେଠ । ବହୁ ଚର୍ଚ୍ଚିତ ଗୋଆ ହତ୍ୟାକାଣ୍ଡର କାରଣ ସାମ୍ନାକୁ ଆସିଛି । ଆଉ କାରଣ ଶୁଣିବାପରେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ସମସ୍ତେ । ବେଙ୍ଗାଳୁରୁର ଏକ AI କମ୍ପାନୀର CEO ସୂଚନା ସେଠ ନିଜେ ତାଙ୍କ ପୁଅର ହତ୍ୟା କରିଥିବା ସ୍ବୀକାର କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଗୋଆର ଏକ ଆପର୍ଟମେଣ୍ଟରେ ତାଙ୍କ ପୁଅକୁ ହତ୍ୟା କରିଥିଲେ ସୂଚନା । ସ୍ବାମୀ ଭେଙ୍କଟରମନଙ୍କୁ ସେ ଘୃଣା କରୁଥିଲେ । ପୋଲିସର ସୂଚନା ଅନୁସାରେ, ସୂଚନା ତାଙ୍କ ପୁଅକୁ ଦେଖିଲେ ସ୍ବାମୀଙ୍କ କଥା ମନେ ପଡ଼ୁଥିଲା । ଭାଙ୍ଗି ଯାଇଥିବା ସମ୍ପର୍କ ମନକୁ ବରମ୍ବାର ଆଘାତ ଦେଉଥିଲା ସେହିପରି ପ୍ରତି ରବିବାର ବାପା-ପୁଅର ଭେଟଘାଟକୁ କୋର୍ଟ ଅନୁମତି ମିଳିସାରିଥିଲା ଯାହା ଚାହୁଁନଥିଲେ ସୂଚନା । କର୍ଣ୍ଣାଟକରୁ ଗିରଫ ହେବା ପରେ ସୂଚନା ନିଜ ପୁଅକୁ ହତ୍ୟା କରିନଥିବା କହୁଥିଲା । ହେଲେ ପୋଲିସର ଜେରା ପରେ ସବୁ ସତ ଓଗାଳିଥିଲା ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Clues Bengaluru CEO Accused Of Killing Son Left Behind In Goa | Argus News