Videos
|
National

CM Yogi Emotional / ମାଆଙ୍କୁ ଶେଷ ବିଦାୟ ବେଳେ ନିଜକୁ ସମ୍ଭାଳି ପାରିଲେନି CM ଯୋଗୀ, କାନ୍ଦି ପକାଇଲେ

Debashree Debasmita Sahoo
Browse all articles by Debashree Debasmita Sahoo
·31 mins ago·2 min read
ମାଆଙ୍କୁ ଶେଷ ବିଦାୟ ବେଳେ ନିଜକୁ ସମ୍ଭାଳି ପାରିଲେନି CM ଯୋଗୀ, କାନ୍ଦି ପକାଇଲେ
CM Yogi Adityanath Mother Last Rites

Key Points

ଭାବପ୍ରବଣ ହେଲେ CM ଯୋଗୀ
ମାଆଙ୍କୁ ଅନ୍ତିମ ବିଦାୟ ଦେଲେ
କାଲି ହୋଇଥିଲା ମାଆଙ୍କ ମୃତ୍ୟୁ
(ପଞ୍ଚୁର)ଉତ୍ତରାଖଣ୍ଡ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡର ପଞ୍ଚୁରରେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ମାଆଙ୍କ ଶେଷ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଭାବପ୍ରବଣ ହୋଇପଡ଼ିଥିଲେ ଏବଂ ତାଙ୍କ ଆଖିରେ ଲୁହକୁ ଅଟକାଇପାରିନଥିଲେ । ସେ ତାଙ୍କ ମାତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ମାଆଙ୍କ ଅନ୍ତିମ ସଂସ୍କାର ହରିଦ୍ଵାରରେ କରାଯିବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମାଆଙ୍କ ଦେହାନ୍ତରେ ଗଭୀର ମର୍ମାହତ ହୋଇପଡ଼ିଥିଲେ । ଶୁକ୍ରବାର ଶେଷ ବିଦାୟ ସମୟରେ ସେ କାନ୍ଦି ପକାଇଥିଲେ । ସାବିତ୍ରୀ ଦେବୀଙ୍କ ଶରୀରକୁ ପଞ୍ଚୁରରୁ ହରିଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି ଏବଂ ତାଙ୍କୁ ହରିଦ୍ଵାର ଚଣ୍ଡିଘାଟରେ ଆଜି ପୂର୍ବାହ୍ନ ୧୧.୩୦ଟାରେ ଅନ୍ତିମ ସଂସ୍କାର କରାଯିବ । ମାଆଙ୍କ ଅନ୍ତିମ ସଂସ୍କାର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଫେରିବେ । ଅଧିକାରୀଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅପରାହ୍ନ ୨.୧୫ଟା ପର୍ଯ୍ୟନ୍ଥ ଉତ୍ତରାଖଣ୍ଡରେ ରହିବେ । ଏହାପରେ ଲକ୍ଷ୍ନୌ ଅଭିମୁଖେ ବାହାରିବେ । ଲକ୍ଷ୍ନୌରେ ସନ୍ଧ୍ୟା ୫.୩୦ଟାରୁ ୬.୪୫ଟା ପର୍ଯ୍ଯନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ଯୋଗେଦେବେ ।

  • ଯୋଗୀଙ୍କୁ ଏମିତି ମିଳିଥିଲା ମାଆଙ୍କ ମୃତ୍ୟୁ ଖବର
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଗୋରଖପୁରରେ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ତାଙ୍କୁ ମାଆଙ୍କ ନିଧନ ଖବର ମିଳିଥିଲା । ସେତେବେଳଏ ସେ ଚମ୍ପା ଦେବୀ ପାର୍କରେ ଟାବଲେଟ୍ ବିତରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାରରୁ ଅଧିକ ହିତାଧିକାରୀଙ୍କୁ ଟାବଲେଟ୍ ପ୍ରଦାନ କରାଯାଇଥିଲା । ସର୍ବପ୍ରଥମେ ବିଜେପି ସାଂସଦ ରବି କିଶନଙ୍କ ନିକଟରେ ଏହି ଦୁଃଖଦ ଖବର ମିଳିଥିଲା । ଏହାପରେ ସେ ଉତ୍ତର ପ୍ରଦେଶ ସରକାର ଓ ପୂର୍ବ ଆଇଏଏସ ଅଧିକାରୀ ଅବନୀଶ ଅବସ୍ଥିଙ୍କୁ ସୂଚିତ କରିଥିଲେ । ପ୍ରାୟ ୬୧ ମିନିଟ୍ ଭାଷଣ ଦେବାପରେ ଯେତେବେଳେ ଯୋଗୀଙ୍କୁ ଏହି ଖବର ଦିଆଯାଇଥିଲା, ସେତେବେଳେ ସେ ଭାବପ୍ରବଣ ହୋଇପଡ଼ିଥିଲେ ।

ପଢନ୍ତୁ ଏହି ଖବର: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘରେ ଶୋକର ଛାୟା, ଚାଲିଗଲେ...

  • ୯୧ ବର୍ଷରେ ସାବିତ୍ରୀ ଦେବୀଙ୍କ ମୃତ୍ୟୁ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାଆ ସାବିତ୍ରୀ ଦେବୀ ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ପୌରି ଗଢୱାଲ ଜିଲ୍ଲାର ପଞ୍ଚୁର ଗାଁରେ ପୈତୃକ ଘରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଗ୍ରାମବାସୀଙ୍କ କହିବାନୁସାରେ, ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଶୁକ୍ରବାର ସକାଳ ୧୦.୪୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଗତକାଲି ନିଜ ପୈତୃକ ଗାଁରେ ପହଞ୍ଚି ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: