Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରଦ୍ଧାଳୁଙ୍କୁ ୟୁପି ସିଏମ୍‌ ଯୋଗୀଙ୍କ ଅପିଲ, ସଂଗମକୁ ନ ଯାଇ ନିକଟସ୍ଥ ଘାଟରେ କରନ୍ତୁ ସ୍ନାନ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଶ୍ରଦ୍ଧାଳୁଙ୍କୁ ୟୁପି ସିଏମ୍‌ ଯୋଗୀଙ୍କ ଅପିଲ, ସଂଗମକୁ ନ ଯାଇ ନିକଟସ୍ଥ ଘାଟରେ କରନ୍ତୁ ସ୍ନାନ

ଅର୍ଗସ ବ୍ୟୁରୋ: ମହାକୁମ୍ଭରେ ଦଳଚକଟା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଧିତ୍ୟନାଥ । ସେ କହିଛନ୍ତି, ପ୍ରୟାଗରାଜରେ ଏବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିଛି । ଅମୃତ ସ୍ନାନ ଲାଗି ୮ରୁ ୧୦ କୋଟି ଶ୍ରଦ୍ଧାଳୁ ଆସିଛନ୍ତି । ସଂଗମ ସହ ଆଖାଡା ମାର୍ଗ ଓ ନାଗ ବାସୁକୀ ମାର୍ଗରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେଉଛି ।


ରାତି ଗୋଟାଏରୁ ୨ଟା ମଧ୍ୟରେ ଆଖାଡା ମାର୍ଗରେ ଲାଗିଥିବା ବ୍ୟାରିକେଡ୍ ଡେଇଁ ଆସିବା ବେଳେ କିଛି ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶ୍ରଦ୍ଧାଳୁଙ୍କର ଯେପରି କୌଣସି ଅସୁବିଧା ନ ହେବେ ସେଥିପାଇଁ ପ୍ରଶାସନ ତତ୍ପର ରହିଛି ବୋଲି କହିଛନ୍ତି ଆଦିତ୍ୟନାଥ କହିଛନ୍ତି । କେବଳ ସଂଗମକୁ ନ ଆସି ନିକଟରେ ଥିବା ଯେ କୌଣସି ଘାଟକୁ ଯାଇ ସ୍ନାନ ରିବାକୁ ଯୋଗୀ ଅନୁରୋଧ କରିଛନ୍ତି । ଏହାସହିତ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ଵାସ ନ କରି ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ।

Sponsored
CM Yogi says some devotees seriously injured in Mahakumbh stampede | Argus News