Videos
|
National

CNG Cylinder Bursts / CNG ସିଲିଣ୍ଡର ଫାଟି ଡିଭାଇଡରରେ ପିଟିହେଲା କାର୍; SUVରେ ଥିବା ୨ ବିଧାୟକଙ୍କ ସହ ୬ ଆହତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
CNG ସିଲିଣ୍ଡର ଫାଟି ଡିଭାଇଡରରେ ପିଟିହେଲା କାର୍; SUVରେ ଥିବା ୨ ବିଧାୟକଙ୍କ ସହ ୬ ଆହତ
Delhi CNG Car Accident

Key Points

ଦ୍ରୁତ ଗତିରେ ଯାଉଥିବା ଏକ Swift କାରର CNG ସିଲିଣ୍ଡର ଫାଟିଯିବା ପରେ ଡ୍ରାଇଭର୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । PWD ଅଫିସ୍ ନିକଟ ଡିଭାଇଡରକୁ ଧକ୍କା ଦେଇଥିଲା ।
ନୂଆଦିଲ୍ଲୀ: ଦିଲ୍ଲୀରେ ଦୁର୍ଘଟଣା । ବ୍ୟସ୍ତ ବହୁଳ ରାସ୍ତାରେ ଫାଟିଲା କାରର ସିଏନଜି ସିଲିଣ୍ଡର । ଡିଭାଇଡରରେ ପିଟି ହୋଇ SUVକୁ ଧକ୍କା ଦେଲା । ଏହି ଦୁର୍ଘଟଣାରେ ୨ ଜଣ ବିଧାୟକଙ୍କ ସହ ୬ ଜଣ ଆହତ ହୋଇଛନ୍ତି । ଶନିବାର ରାତିରେ ଆଇଟିଓ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ଦିଲ୍ଲୀ ପୋଲିସ ଅନୁସାରେ, ଦିଲ୍ଲୀ କିରାରିର ବିଧାୟକ ଅନୀଲ ଝା, କର୍ଣ୍ଣାଟକ ବିଧାୟକ ଅଭୟ ପଟେଲଙ୍କ ସହ ଏହି ଦୁର୍ଘଟଣାରେ ମୋଟ ୬ ଜଣ ଆହତ ହୋଇଛନ୍ତି । ରାତି ସାଢ଼େ ୯ଟା ସମୟରେ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ବିଧାୟକ ଯାଉଥିବା SUVକୁ ଧକ୍କା ଦେଇଥିଲା ।

ଏଥିସହ ପଢ଼ନ୍ତୁ: ହସ୍ପିଟାଲ୍‌ର NICU ଭେଣ୍ଟିଲେଟର ବିସ୍ଫୋରଣରୁ ଅଗ୍ନିକାଣ୍ଡ, ୩ ନବଜାତ ମୃତ 

କେମିତି ଘଟିଲା ଦୁର୍ଘଟଣା ?

ଦ୍ରୁତ ଗତିରେ ଯାଉଥିବା ଏକ Swift କାରର CNG ସିଲିଣ୍ଡର ଫାଟିଯିବା ପରେ ଡ୍ରାଇଭର୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । PWD ଅଫିସ୍ ନିକଟ ଡିଭାଇଡରକୁ ଧକ୍କା ଦେଇଥିଲା । ଏହା ପରେ କାରଟି ଯାଇ ବିଧାୟକ ବିପରୀତ ଦିଗରୁ ଆସୁଥିବା SUV ସହ ପିଟି ହୋଇଥିଲା ।

ସୂଚନା ଅନୁସାରେ, ସ୍ଵିଫ୍ଟ କାରଟି ୩୨ ବର୍ଷୀୟ ଆଶୁତୋଷ ପାଣ୍ଡେ ଚଲାଉଥିଲେ । ଆଶୁତୋଷ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହ ଯାଉଥିଲେ । ଯେତେବେଳେ କି ଇନୋଭାରେ କର୍ଣ୍ଣାଟକ ସରକାର ଲେଖା ରହିଥିବା ବେଳେ ସେଥିରେ ବିଧାୟକ ଅନୀଲ ଝା, ଅଭୟ ପଟେଲ ଥିଲେ ।

ଦୁର୍ଘଟଣାରେ ଆହତ ସମସ୍ତ ୬ ଜଣଙ୍କୁ LNJP ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର ସୂଚନା ଦେଇଛନ୍ତି । ଆଶୁତୋଷ ପରିବାର ସହ ଲକ୍ଷ୍ମୀ ନଗରରୁ ITO ଆଡ଼କୁ ଆସୁଥିଲେ । ଦୁର୍ଘଟଣାରେ ଇନୋଭାର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।

ଏଥିସହ ପଢ଼ନ୍ତୁ: ଦିଲ୍ଲୀରୁ ୧୬୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏୟାର ଇଣ୍ଡିଆର ବିମାନକୁ ଧକ୍କା ଦେଲା ପକ୍ଷୀ 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ । ପୋଲିସ ଦୁଇଟି ଯାକ କାରକୁ ଜବତ କରିଛି । ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ଦୁଇଟି କାରକୁ ହଟାଇବା ପରେ ରାସ୍ତା ଦେଇ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା ।

ତେବେ କେଉଁ ପରିସ୍ଥିତିରେ ସିଏନଜି ସିଲିଣ୍ଡର ବିସ୍ଫୋରଣ ହୋଇ ଦୁର୍ଘଟଣା ଘଟିଲା ପୋଲିସ ସେ ଦିଗରେ ତଦନ୍ତ କରୁଛି । ବିସ୍ଫୋରଣ ବେଳେ ଗାଡ଼ିର ବେଗ କେତେ ଥିଲା ଓ ଅନ୍ୟ ସମ୍ଭାବ୍ୟ କାରଣ ଖୋଜୁଛନ୍ତି ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: