Videos
|
National

CNG Price Hike / ପୁଣି ବଢ଼ିଲା CNG ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପୁଣି ବଢ଼ିଲା CNG ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ମୂଲ୍ୟ...
CNG Price Hike

Key Points

ପକେଟ୍‌ ଉପରେ ଆଉ ଏକ ବୋଝ
ୟୁପିରେ ବଢ଼ିଲା CNG ଦର
ଲକ୍ଷ୍ନୌ-ଅଯୋଧ୍ୟାରେ ୨ରୁ ୩ ଟଙ୍କା ବୃଦ୍ଧି
ଉତ୍ତରପ୍ରଦେଶବାସୀଙ୍କୁ ଆଉ ଏକ ଝଟକା । ଲୋକଙ୍କ ପକେଟ୍‌ ଉପରେ ପୁଣି ବଢ଼ିବାକୁ ଯାଉଛି ଆର୍ଥିକ ବୋଝ । ରାଜ୍ୟର ବିଭିନ୍ନ ସହରରେ ପୁଣିଥରେ ବଢ଼ିଛି କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍‌ ବା CNG ଦର । ତେବେ ବିଭିନ୍ନ ସହର ଅନୁସାରେ CNG ଦର ବୃଦ୍ଧି ମଧ୍ୟ ଭିନ୍ନ ଭିନ୍ନ ରହିଛି ।  ଲକ୍ଷ୍ନୌରେ ଶନିବାରଠାରୁ CNG ଦର କିଲୋଗ୍ରାମ୍‌ ପିଛା ୨ ଟଙ୍କା ବଢ଼ିଛି । ଏହାପରେ ଏଠାରେ CNGର ଦର ୧୦୫ ଟଙ୍କାରୁ ବଢ଼ି ୧୦୭ ଟଙ୍କା ପ୍ରତି କିଲୋଗ୍ରାମ୍‌ ହୋଇଛି ।

ଉନ୍ନାଓରେ ମଧ୍ୟ ବଢ଼ିଲା ଦର

ଲକ୍ଷ୍ନୌ ଭଳି ଉନ୍ନାଓରେ ମଧ୍ୟ CNG ଦରରେ ୨ ଟଙ୍କା ବୃଦ୍ଧି ହୋଇଛି । ଏଠାରେ CNGର ମୂଲ୍ୟ ୧୦୧.୭୫ ଟଙ୍କାରୁ ବଢ଼ି ୧୦୩.୭୫ ଟଙ୍କା ପ୍ରତି କିଲୋଗ୍ରାମ୍‌ରେ ପହଞ୍ଚିଛି । ଲକ୍ଷ୍ନୌ ଓ ଉନ୍ନାଓରେ ଏହି ନୂଆ ଦର ଅକ୍ଟୋବର ୩ ତାରିଖରୁ ଲାଗୁ ହୋଇଛି । ସେହିପରି ଆଗ୍ରାରେ ଅକ୍ଟୋବର ୪ ତାରିଖରୁ CNG ଦର ବଢ଼ିବ । ଏଠାରେ କିଲୋଗ୍ରାମ୍‌ ପିଛା ୧୦୫ ଟଙ୍କା ଥିବା CNG ଦର ବଢ଼ି ୧୦୭ ଟଙ୍କା ହେବ ।

ଅଯୋଧ୍ୟା ଓ ସୁଲତାନପୁରରେ ସର୍ବାଧିକ ବୃଦ୍ଧି

ଅଯୋଧ୍ୟା ଓ ସୁଲତାନପୁରରେ CNG ଦରରେ ସବୁଠାରୁ ଅଧିକ ବୃଦ୍ଧି ହୋଇଛି । ଉଭୟ ସହରରେ କିଲୋଗ୍ରାମ୍‌ ପିଛା ୩.୨୫ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ CNG ଦର ୧୦୧.୭୫ ଟଙ୍କାରୁ ବଢ଼ି ୧୦୫ ଟଙ୍କା ପ୍ରତି କିଲୋଗ୍ରାମ୍‌ ହୋଇଛି ।

କାହିଁକି ବଢ଼ିଲା CNG ଦର ?

ସୂଚନା ଅନୁସାରେ, ଗ୍ୟାସ୍‌ କିଣିବା ଖର୍ଚ୍ଚ ବଢ଼ିବା ଯୋଗୁଁ CNG ଦର ବୃଦ୍ଧି କରିବା ଆବଶ୍ୟକ ହୋଇଥିଲା । ସ୍ପଟ୍‌ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ସହିତ କରେନ୍ସି ଏକ୍ସଚେଞ୍ଜ୍‌ ରେଟ୍‌ରେ ହେଉଥିବା ପରିବର୍ତ୍ତନ ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । CNG ଦର ବଢ଼ିବା ପରେ ଏହାର ସିଧାସଳଖ ପ୍ରଭାବ CNGରେ ଚାଲୁଥିବା ବ୍ୟକ୍ତିଗତ ଗାଡ଼ି, ଟ୍ୟାକ୍ସି, ଅଟୋ-ରିକ୍ସା ଏବଂ ବାଣିଜ୍ୟିକ ଯାନ ଚାଳକଙ୍କ ଉପରେ ପଡ଼ିପାରେ । ଇନ୍ଧନ ଖର୍ଚ୍ଚ ବଢ଼ିବାରୁ ଏହି ସମସ୍ତ ପରିବହନ କ୍ଷେତ୍ରର ଅପରେଟିଂ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: