Car Blast / କାରରେ CNG ଭରିବା ବେଳେ ସାବଧାନ, ହେଉଛି ଭୟଙ୍କର ବିସ୍ଫୋରଣ
·1 hour ago·2 min read

Key Points
ବିସ୍ଫୋରଣରେ ଉଡ଼ିଲା କାର
ସିଏନଜି ଭରିବା ବେଳେ କାରରେ ବଡ଼ ବିସ୍ଫୋରଣ
ଗୁଜରାଟର କରଜନରୁ ଆସିଛି ଏଭଳି ଭୟଙ୍କର ଚିତ୍ର
ବିସ୍ଫୋରଣରେ ପାଖରେ ଥିବା ଅନ୍ୟ ଦୁଇ ଗାଡ଼ି କ୍ଷତିଗ୍ରସ୍ତ

କରଜନ,୦୩/୧୦: କାରରେ ସିଏନଜି ଭରିବା ବେଳେ ହେଲା ବଡ଼ ବିସ୍ଫୋରଣ । ଗୁଜରାଟର କରଜନରୁ ଆସିଛି ଏଭଳି ଭୟଙ୍କର ଚିତ୍ର । କାରରେ ସିଏନଜି ଭରୁଥିବା ସମୟରେ ବିସ୍ଫୋରଣ ହେବାରୁ ସଂପୂର୍ଣ୍ଣ ଗାଡ଼ି ନଷ୍ଟ ହୋଇଯାଇଛି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ କାରଟି ଖଣ୍ଡଖଣ୍ଡ ହୋଇଯାଇଥିଲା । ଗୁଜୁରାଟର କରଜନ ଜାତୀୟ ରାଜପଥ-୪୮ ନିକଟସ୍ଥ ଏକ ସିଏନଜି ପମ୍ପରେଏହି ବଡ଼ଧରଣର ଅଘଟଣ ହୋଇଛି ।
ସୂଚନା ଅନୁସାରେ, କରଜନ ଜାତୀୟ ରାଜପଥ-୪୮ ନିକଟରେ ଥିବା ଏକ CNG ପମ୍ପରେ ଅକ୍ଟୋବର ୧ ତାରିଖରେ ଏହି ଅଘଟଣ ଘଟିଥିଲା। ଏକ କାରରେ CNG ଭରାଯାଉଥିବା ସମୟରେ ହଠାତ୍ ଗାଡ଼ିରେ ଜୋରଦାର ବିସ୍ଫୋରଣ ହୋଇଥିଲା।
ହଠାତ୍ ହେଲା ବିସ୍ଫୋରଣ
CNG ଭରିବା ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ କାରରୁ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ମୁହୂର୍ତ୍ତକ ମଧ୍ୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରର ପଛ ଅଂଶ ସମ୍ପୂର୍ଣ୍ଣ ଭାବେ ଛିନ୍ନଭିନ୍ନ ହୋଇଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ନାବାଳକ ନିଖୋଜ ! ଧାରଣାରେ ବସିଲେ ପରିବାର ଲୋକେ
ପ୍ରାଥମିକ ସୂଚନା ଅନୁସାରେ, କାରର CNG ଟାଙ୍କି ଫାଟିଯିବା କାରଣରୁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାର ପ୍ରକୃତ କାରଣ କ’ଣ, ତାହା ନେଇ ତଦନ୍ତ ପରେ ଅଧିକ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିପାରେ।
ଅଳ୍ପକେ ବର୍ତ୍ତିଲା ବଡ଼ ଅଘଟଣ
ଏହି ଦୁର୍ଘଟଣାର ସବୁଠାରୁ ବଡ଼ ଦିଗ ହେଉଛି, ବିସ୍ଫୋରଣ ସମୟରେ କାର ଭିତରେ କେହି ନଥିଲେ। ଫଳରେ ଏକ ବଡ଼ଧରଣର ଜୀବନହାନି ଟଳିଯାଇଥିଲା। ବିସ୍ଫୋରଣ ପରେ କାରର ଭଙ୍ଗା ଅଂଶ ଏବଂ କାଚ ଚାରିଆଡ଼େ ଛିଟିକି ପଡ଼ିଥିଲା। କିଛି ଭଙ୍ଗା ଅଂଶ ଘଟଣାସ୍ଥଳରୁ କିଛି ମିଟର ଦୂରକୁ ଯାଇ ପଡ଼ିଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ପାଖରେ ପାର୍କିଂ ହୋଇଥିବା ଅନ୍ୟ ଦୁଇଟି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ
ବିସ୍ଫୋରଣର ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ପମ୍ପ ପରିସରକୁ ଯାଞ୍ଚ କରାଯିବା ସହ ଆବଶ୍ୟକୀୟ ନିରାପତ୍ତା ପଦକ୍ଷେପ ନିଆଯାଇଥିଲା। ଏହି ଘଟଣା ପରେ CNG ଯାନରେ ଗ୍ୟାସ ଭରିବା ସମୟରେ ସୁରକ୍ଷା ନିୟମ ପାଳନ ଏବଂ CNG ଟାଙ୍କିର ଯାଞ୍ଚ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏବଂ କାରର CNG ସିଷ୍ଟମରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ସିଏନଜି ଗାଡ଼ି ଚାଳକଙ୍କ ପାଇଁ ସୁରକ୍ଷା ସୂଚନା
ସିଏନଜି ଗ୍ୟାସ୍ ଅତ୍ୟଧିକ ଚାପ (High Pressure) ରେ ସିଲିଣ୍ଡରରେ ଭର୍ତ୍ତି କରାଯାଉଥିବାରୁ, ଗ୍ୟାସ ଭରିବା ସମୟରେ ସବୁବେଳେ ଗାଡ଼ିରୁ ବାହାରକୁ ଆସି ଠିଆ ହେବା ଉଚିତ। ଏହା ସହିତ ସିଏନଜି କିଟ୍ର ନିୟମିତ ଯାଞ୍ଚ କରିବା ଏବଂ କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ କେନ୍ଦ୍ରରୁ ହିଁ ସିଲିଣ୍ଡର ଟେଷ୍ଟିଂ କରାଇବା ଆବଶ୍ୟକ

Related Topics
Explore more stories