Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Patna School / ପ୍ରବଳ ଥଣ୍ଡା ପାଇଁ ବଦଳିଲା ସମୟ, ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ଯିବା ବନ୍ଦ

Banajyotshna Ray
Browse all articles by Banajyotshna Ray
·6 months ago·2 min read
ପ୍ରବଳ ଥଣ୍ଡା ପାଇଁ ବଦଳିଲା ସମୟ, ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ଯିବା ବନ୍ଦ
School

Key Points

ସ୍କୁଲ ଖୋଲିବା ସମୟ ବଦଳିଲା
ଶୀତ ଓ କୁହୁଡ଼ିର ପ୍ରଭାବ
ରାଜ୍ୟ ତଥା ଦେଶରେ ପ୍ରବଳ ଶୀତ ଅନୁଭୂତ ହେଉଛି। ସକାଳୁ ସକାଳୁ କୁହୁଡ଼ି ଚାଦରରେ ସଜେଇ ହୋଇରହିଛି ଦେଶର ଅନେକ ରାଜ୍ୟ। ଥଣ୍ଡା ଏତେ ପଡୁଛି ଯେ ବାହାରକୁ ବାହାରିବା ମୁସ୍କିଲ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜିଲ୍ଲାରେ ଶୀତ ପ୍ରକୋପ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିହାରରେ ସ୍କୁଲ ସମୟରେ ବଡ଼ ପରିବର୍ତ୍ତନ କରାଯାଇଛି । ବିହାରରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ି ଯୋଗୁଁ ପାଗ ଖରାପ ହୋଇଛି। ଯାହା ରାଜ୍ୟର ଅନେକ ଜିଲ୍ଲାରେ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି। ପାଣିପାଗ ବିଭାଗ ଏକ ସତର୍କତା ଜାରି କରିଛି ।

ଯେଉଁଥିରେ ଭିଜିବିଲିଟି ଏବଂ ପ୍ରବଳ ଥଣ୍ଡାର ଚେତାବନୀ ଦେଆଯାଇଛି । ପାଟନା ପାଣିପାଗ ସତର୍କତା ଅନୁଯାୟୀ, ତାପମାତ୍ରା 5-17°C ମଧ୍ୟରେ ରହିବ ଏବଂ ସକାଳେ ସମଗ୍ର ଅଞ୍ଚଳରେ ଘନ କୁହୁଡ଼ି ରହିବ, ଯାହା ଫଳରେ ଅନେକ ଅଞ୍ଚଳରେ ଭିଜିବିଲିଟି 50 ମିଟରରୁ କମ୍ ହୋଇଯିବ। ଅନେକ ପିଲାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଥିବା ଦେଖିବାକୁ ମିଳିଛି।ଶୀତ ଲହରୀ ଯୋଗୁଁ ପାଟଣାର ସମସ୍ତ ସ୍କୁଲ ଖୋଲିବା ସମୟ ପରିବର୍ତ୍ତନ କରାଯାଇଛି। ପାଟନାର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଜିଲ୍ଲାର ସମସ୍ତ ସ୍କୁଲ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ତାପମାତ୍ରା ହ୍ରାସ ହେତୁ, ସ୍କୁଲଗୁଡ଼ିକ ସକାଳ 9 ଟାରୁ ଅପରାହ୍ନ 4:30 ଟା ପର୍ଯ୍ୟନ୍ତ ଖୋଲା ରହିବ। ଯେଉଁମାନଙ୍କର ପ୍ରି-ବୋର୍ଡ/ବୋର୍ଡ ପରୀକ୍ଷା ଅଛି, ସେମାନେ ସାଧାରଣ ସମୟ ଅନୁସାରେ ସ୍କୁଲ ଆସିବେ। ଏହି ନିର୍ଦ୍ଦେଶ ଡିସେମ୍ବର 19 ରୁ 25 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।ଏବେ କିଛି ଦିନ ହେବ ପାରଦ ଖସିବା ସହିତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ତ ଥଣ୍ଡା, ତା ଉପରେ କୁହୁଡ଼ି ଯୋଗୁଁ ଯାତାୟାତ ବହୁତ ବାଧାପ୍ରାପ୍ତ ହେଉଛି । ଫଳରେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସ୍କୁଲ ଯାଉଥିବା ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। 

ଏଥିସହ ପଢ଼ନ୍ତୁ: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ମ୍ୟାଚ ପାଇଁ ସବୁ ପ୍ରସ୍ତୁତ

ଛପ୍ରାରେ ପ୍ରବଳ ଥଣ୍ଡା ଯୋଗୁଁ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଡିସେମ୍ବର 21 ପର୍ଯ୍ୟନ୍ତ ବନ୍ଦ ରହିବ। ଶୀତ ଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିଏମ୍ ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପାଠପଢ଼ା ସକାଳ 10 ରୁ ଅପରାହ୍ନ 4:30 ପର୍ଯ୍ୟନ୍ତ ଚାଲିବ।

ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଡିସେମ୍ବର ୧୮ ରୁ ୨୨ ମଧ୍ୟରେ ଦକ୍ଷିଣ ଭାରତରୁ ଉତ୍ତର ଏବଂ ପାହାଡ଼ିଆ ଅଞ୍ଚଳ ପର୍ଯ୍ୟନ୍ତ ବର୍ଷା, ପ୍ରବଳ ପବନ, କୁହୁଡ଼ି, ଥଣ୍ଡା ଲହରୀ ଏବଂ ତୁଷାରପାତ ଅନୁଭୂତ ହୋଇପାରେ ବୋଲି ସୂଚନା ରହିଛି।

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Patna School | during cold the Patna District Magistrate often issues orders for schools to open later | Argus News | Argus News