India vs South Africa / ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ମ୍ୟାଚ ପାଇଁ ସବୁ ପ୍ରସ୍ତୁତ
·8 months ago·2 min read

Key Points
ଆଜି ଶେଷ ମ୍ୟାଚ
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଆଜି ଟ୍ରଫି ହାତେଇବ ଟିମ୍ ଇଣ୍ଡିଆ ! ଆଜିର ମ୍ୟାଚ ହେବ ଧୁଆଁଦାର। ପିଚ୍ ବି ପ୍ରସ୍ତୁତ ଖେଳାଳି ବି ପ୍ରସ୍ତୁତ। ଯଦି ଆଜିର ପାଗ ଠିକ ରୁହେ, ତେବେ ମ୍ୟାଚ ନିଶ୍ଚୟ ଖେଳା ଯିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଶେଷ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଟିମ୍ ଇଣ୍ଡିଆ ସିରିଜରେ ୨-୧ରେ ଆଗୁଆ ରହିଛି । ସିରିଜ୍ ଜିତିବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍ ଜିତିବାକୁ ହେବ । ଯଦି ଦକ୍ଷିଣ ଆଫ୍ରିକା ମୁକାବିଲାରେ ବିଜୟୀ ହୁଏ ତାହାଲେ ସିରିଜ୍ ଡ୍ର ରହିବ । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ଚତୁର୍ଥ ମ୍ୟାଚ୍ ବାତିଲ ହୋଇଯାଇଥିଲା ।
ଲକ୍ଷ୍ମୌରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଫଳରେ ଠିକ୍ ଭାବେ କିଛି ଦେଖାଯାଉ ନଥିଲା । ତେଣୁ ମୁକାବିଲାକୁ ବାତିଲ କରିବାକୁ ପଡିଥିଲା । ପଳରେ ସିରିଜ୍ ୪ ମ୍ୟାଚ୍ ବିଶିଷ୍ଟ ହୋଇଯାଇଛି । ଏଥିରେ ଭାରତ ଆଗୁଆ ଥିଲେ ବି ଆଜିର ମୁକାବିଲା ସିରିଜ୍ ଜିତିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚରେ ସବୁଠୁ ଅଧିକ ନଜର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଉପରେ ରହିବ । କାରଣ ସେ ଲଗାତାର ବିଫଳ ହେଉଛନ୍ତି । ତାଙ୍କ ବ୍ୟାଟରୁ ଫ୍ୟାନ୍ସ ବଡ ରନ୍ ଆଶା କରୁଛନ୍ତି । ଟି୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟ ଫର୍ମକୁ ଫେରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଏଥିସହ ପଢ଼ନ୍ତୁ: ବିରାଟଙ୍କ ଉପରେ ପ୍ରବଳ ବର୍ଷିଲେ ଫ୍ୟାନ୍ସ, କହିଲେ କିଛି ବି ଠିକ୍ କଲନି
ଶେଷ ତଥା ୫ମ ଟି୨୦ ଫାଇଟ୍ ଅହମ୍ମଦାବାଦରେ ହେବ । ଅହମ୍ମଦାବାଦରେ କୁହୁଡି ସମ୍ଭାବନା କମ୍ ରହିଛି । ଲକ୍ଷ୍ନୌ ଉତ୍ତର ଭାରତରେ ଅବସ୍ଥିତ ଥିବାରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ସହ ବିଷାକ୍ତ ଧୂଆଁ ସେଠାକାର ପରିବେଶକୁ ବିଷମ କରିଦେଇଥିଲା । କିନ୍ତୁ ଅହମ୍ମଦାବାଦରେ ସେପରି ପରିସ୍ଥିତି ଉପୁଜିବ ନାହିଁ । ସେପଟେ କର ବା ମର ସ୍ଥିତିରେ ରହିଛି ଦକ୍ଷିଣ ଆଫ୍ରିକା । ଯେମିତି ହେଲେ ଦଳ ବିଜୟୀ ହେବାକୁ ପ୍ରୟାସ କରିବ । ନହେଲେ ହାତରୁ ସିରିଜ୍ ଖସିଯିବ । ଶେଷ ମୁକାବିଲାରେ ଭାରତୀୟ ବ୍ୟାଟର ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ଶୁଭମନ୍ ଗିଲଙ୍କ ଜାଗାରେ ସେ ବ୍ୟାଟିଂ କରିପାରନ୍ତି । ଦଳ ତାଙ୍କୁ ଓପନିଂରେ ପଠାଇପାରେ । ଯଦି ସଞ୍ଜୁଙ୍କୁ ସୁଯୋଗ ମିଳେ ତାହାଲେ ସେ ଅଭିଷେକ ଶର୍ମାଙ୍କ ସହ ଓପନିଂ କରୁଥିବା ନଜର ଆସିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories