Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Colonel Shrikant Purohit / କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ମିଳିବ ପଦୋନ୍ନତି; ଅବସର ଉପରେ ରୋକ ଲଗାଇଥିଲେ AFT

Subhramjit Ray
Browse all articles by Subhramjit Ray
·3 months ago·2 min read
କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ମିଳିବ ପଦୋନ୍ନତି; ଅବସର ଉପରେ ରୋକ ଲଗାଇଥିଲେ AFT
Colonel Shrikant Purohit

Key Points

ଦୀର୍ଘ ଦିନର ଆଇନଗତ ଲଢେଇ ପରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ ମିଳିଛି ଆଶ୍ୱସ୍ତି। ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ୍ (AFT) ବର୍ତ୍ତମାନ ତାଙ୍କ ଅବସର ଉପରେ ରୋକ ଲଗାଇଛନ୍ତି। ଯାହା ପରେ ସେ କର୍ଣ୍ଣେଲ ପଦରୁ ପଦୋନ୍ନତି ଦିଆଯାଇ ସେନାରେ ବ୍ରିଗେଡିୟର କରାଯିବ।

AFT on Colonel Purohit Promotion: ଭାରତୀୟ ସେନା ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ ପଦନ୍ନୋତି ପାଇଁ ଅନୁମତି ଦେଇଛି। ଚାଙ୍କୁ ବ୍ରିଗେଡିୟର ପଦବୀରେ ପଦୋନ୍ନତି ପାଇଁ ଅନୁମତି ଦେଇଛି ସେନା। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ଏହି ନିଷ୍ପତ୍ତି ନିଆଯାଇଛି। ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ୍ (AFT) ବର୍ତ୍ତମାନ ତାଙ୍କ ଅବସର ଉପରେ ରୋକ ଲଗାଇଛନ୍ତି। ଯାହା ପରେ ସେ କର୍ଣ୍ଣେଲ ପଦରୁ ପଦୋନ୍ନତି ଦିଆଯାଇ ସେନାରେ ବ୍ରିଗେଡିୟର କରାଯିବ।

ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ଗତ ମାର୍ଚ୍ଚ ୩୧ ତାରିଖରେ ସେନାରୁ ଅବସର ନେଇଥାନ୍ତେ। ହେଲେ ପଦୋନ୍ନତି ଏବଂ ସମ୍ବନ୍ଧିତ ସେବା ସୁବିଧା ପ୍ରଦାନ ମିଳିନଥିବାରୁ ସେ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ୍ ର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ନୋଟିସ୍ ଜାରି କରିଥିଲେ। ସେ ଆଣିଥିବା ଆଇନଗତ ଅଭିଯୋଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ତାଙ୍କ ଅବସରକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଆର୍ମୀ ଟ୍ରିବ୍ୟୁନାଲ୍।

ମାଲେଗାଓଁ ଘଟଣା ପାଇଁ ଅଟକିଗଲା ପଦୋନ୍ନତି

ମହାରାଷ୍ଟ୍ରରେ ହୋଇଥିବା ବହୁ ଚର୍ଚ୍ଚିତ ୨୦୦୮ ମାଲେଗାଓଁ ବୋମା ବିସ୍ଫୋରଣ ମାମଲା କାରଣରୁ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ପଦୋନ୍ନତି ଅଟକି ଯାଇଥିଲା। ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ୍ ରେ ଦାଖଲ ହୋଇଥିବା ଆବେଦନରେ କର୍ଣ୍ଣେଲ ଯୁକ୍ତି ଦର୍ଶାଇଥିଲେ ଯେ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ଦୀର୍ଘ ସମୟ ଧରି ଚାଲିଥିବା ବିଚାର ତାଙ୍କ କ୍ୟାରିୟର ଉନ୍ନତିରେ ବାଧା ପହଞ୍ଚାଇଥିଲା। ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ତାଙ୍କୁ ସେନା ପଦାନୁକ୍ରମ ମଧ୍ୟରେ ସମୟୋଚିତ ପଦୋନ୍ନତି ପାଇଁ ଏକ ଉପଯୁକ୍ତ ସୁଯୋଗରୁ ବଞ୍ଚିତ କରାଯାଇଥିଲା।

ମାଲେଗାଓଁ ମାମଲା କ’ଣ ଥିଲା?

ଗତ ବର୍ଷ ଜୁଲାଇ ୩୧ ତାରିଖରେ ମୁମ୍ବାଇ ସ୍ଥିତ ଏନଆଇଏ (NIA) ସ୍ୱତନ୍ତ୍ର କୋର୍ଟ ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ମାମଲାର ରାୟ ଶୁଣାଇଲା ବେଳେ କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଅଭିଯୋଗକାରୀ ପକ୍ଷ ସେମାନଙ୍କର ଅଭିଯୋଗ ପ୍ରମାଣିତ କରିବାରେ ବିଫଳ ହୋଇଥିଲେ। ପ୍ରାରମ୍ଭରେ ଏହି ମାମଲାରେ ୧୧ ଜଣଙ୍କ ବିରୋଧରେ ଅଭିଯୋଗ ଦାଏର ହୋଇଥିଲା। ଶେଷରେ କେବଳ ୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶା ଯାଇଥିଲା।

ପୁରୋହିତଙ୍କ ସହିତ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଉଛନ୍ତି ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, ମେଜର (ଅବସରପ୍ରାପ୍ତ) ରମେଶ ଉପାଧ୍ୟାୟ, ସୁଧାକର ଚତୁର୍ବେଦୀ, ଅଜୟ ରାହିରକର, ସୁଧାଙ୍କର ଧର ଦ୍ୱିବେଦୀ (ଶଙ୍କରାଚାର୍ଯ୍ୟ) ଏବଂ ସମୀର କୁଲକର୍ଣ୍ଣି।

ସେନା ବ୍ରିଗେଡିୟର ପଦ ପାଇଁ ଯୋଗ୍ୟ ବିବେଚିତ କର୍ଣ୍ଣେଲ ପୁରୋହିତ
ସୂତ୍ରରୁ ମିଳିଥିବା ଖବର ଅନୁସାରେ ପୁରୋହିତଙ୍କ ସେବା ରେକର୍ଡ ଏବଂ ସମସ୍ତ ପ୍ରାସଙ୍ଗିକ ଦିଗ ସମୀକ୍ଷା କରିବା ପରେ, ସେନା ତାଙ୍କୁ ବ୍ରିଗେଡିୟର ପଦରେଲ ପଦନ୍ନୋତି ଦେବାକୁ ନିଷ୍ପତ୍ତି ନେଇଛି। ତାଙ୍କ ପଦୋନ୍ନତି ସମ୍ପର୍କରେ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଏବେ ବିଚାରାଧିନ ରହିଛି। ଏହି ନିଷ୍ପତ୍ତିକୁ ଭାରତୀୟ ସେନାରେ ପଦୋନ୍ନତି ପ୍ରକ୍ରିୟା ଏବଂ ନ୍ୟାୟିକ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଭାବରେ ଦେଖାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Colonel Shrikant Purohit to Get Promotion; AFT Halts Retirement | Argus News