Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ ମାନଙ୍କର କମର୍ସିଆଲଏଲ୍‌ପିଜି କୋଟା ୫୦% ରୁ ୭୦%କୁ ବଢିଲା, ଶ୍ରମ କୈନ୍ଦ୍ରିକ ଶିଳ୍ପକୁ ମିଳିବ ପ୍ରାଥମିକତା

National

LPG Quota / ରାଜ୍ୟ ମାନଙ୍କର କମର୍ସିଆଲଏଲ୍‌ପିଜି କୋଟା ୫୦% ରୁ ୭୦%କୁ ବଢିଲା, ଶ୍ରମ କୈନ୍ଦ୍ରିକ ଶିଳ୍ପକୁ ମିଳିବ ପ୍ରାଥମିକତା

Bikash Mohanty
Browse all articles by Bikash Mohanty
·2 months ago·2 min read
ରାଜ୍ୟ ମାନଙ୍କର କମର୍ସିଆଲଏଲ୍‌ପିଜି କୋଟା ୫୦% ରୁ ୭୦%କୁ ବଢିଲା, ଶ୍ରମ କୈନ୍ଦ୍ରିକ ଶିଳ୍ପକୁ ମିଳିବ ପ୍ରାଥମିକତା
Commercial LPG

Key Points

ରାଜ୍ୟ ମାନଙ୍କର କମର୍ସିଆଲ ଏଲ୍‌ପିଜି କୋଟା ବଢିଲା
୫୦% ରୁ ୭୦%କୁ ବଢିଲା ଏଲ୍‌ପିଜି କୋଟା
ଶ୍ରମଭିଭିକ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯିବ

ନୂଆଦିଲ୍ଲୀ,୨୮/୦୩: ରାଜ୍ୟଗୁଡ଼ିକୁ ପୁଣି ଥରେ ଏଲ୍‌ପିଜି ଯୋଗାଣ ବଢ଼ାଇବାର ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଦେଶରେ ଜାରି ରହିଥିବା ଗ୍ୟାସ୍ ସଂକଟ ମଧ୍ୟରେ  କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଆବଣ୍ଟନ ଅର୍ଥାତ କୋଟାକୁ ୫୦% କୁ ବଢ଼ାଇ ୭୦% କରିଛନ୍ତି। ଏହାଦ୍ଵାରା ସବୁଠାରୁ ଅଧିକ ଫାଇଦା ଉକ୍ତ ଉଦ୍ୟୋଗଗୁଡ଼ିକୁ ମିଳିବ, ଯେଉଁମାନେ ଏଲ୍‌ପିଜି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଷ୍ଟିଲ୍, ଅଟୋମୋବାଇଲ ବୟନ ଶିଳ୍ପ ଏବଂ କେମିକାଲ ଭଳି ଅଧିକ ଶ୍ରମଭିଭିକ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ରସରକାର ସଷ୍ଟ କରିଛନ୍ତି।

ଏଲ୍‌ପିଜି ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ କରିବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସଚିବ ଡ. ନୀରଜ ମିତ୍ତଲ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କୋଟା ବୃଦ୍ଧି କଥା ଜଣାଇଛନ୍ତି। ବାଣିଜ୍ୟିକ ଏବଂ ଶିଳ୍ପ ବ୍ୟବହାର ପାଇଁ ଯୋଗାଣ ବୃଦ୍ଧି ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଆଦେଶ ମୁତାବକ, ଶ୍ରମ କୈନ୍ଦ୍ରିକ ଶିଳ୍ପ ଏବଂ ଅନ୍ୟ ଉଦ୍ୟୋଗକୁ ସହାୟତା କରୁଥିବା ଶିଳ୍ପଗୁଡ଼ିକୁ ଏଲ୍‌ପିଜି ଯୋଗାଣ ନେଇ ପ୍ରାଥମିକତା ଦିଆଯିବ। ଏଥିରେ ଇସ୍ପାତ, ଅଟୋମୋବାଇଲ, ବୟନ, କେମିକାଲ, ପ୍ଲାଷ୍ଟିକ ଭଳି ଶିଳ୍ପ ସାମିଲ ରହିଛି। ବଦ୍ଧିତ କୋଟା ସହ ସରକାର ଏକ ସର୍ତ୍ତ ରଖିଛନ୍ତି। ୨୦% ଏଲ୍‌ପିଜି ଫାଇଦା ଉଠାଇବା ଲାଗି କମର୍ସିଆଲ ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ରାହକଙ୍କୁ ତେଲ କମ୍ପାନିଙ୍କ ନିକଟରେ ପଞ୍ଜୀକରଣ କରିବାକୁ ହେବ। ସେହିଭଳି ନିଜ ସହରର ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁଶନ କମ୍ପାନିଙ୍କ ନିକଟରେ ପିଏନ୍‌ଜି ସଂଯୋଗ ଲାଗି ଆବେଦନ କରିବାକୁ ହେବ। ଶିଳ୍ପ ଏଲ୍‌ପିଜି ନିର୍ଭରଶୀଳତା ପରିବର୍ତ୍ତେ ଧୀରେ ଧୀରେ ପିଏନ୍‌ଜି ଗ୍ରହଣ କରୁବୋଲି ସରକାର ଚାହୁଁଛନ୍ତି ।

ସରକାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ପିଏନ୍‌ଜି ଦ୍ଵାରା ଆବଶ୍ୟ କତା ପୂରଣ ହେଉ ନ ଥିବା ଶିଳ୍ପ ଗୁଡ଼ିକୁ ପି ପିଏଜି ଆବେଦନ ସର୍ଭରୁ ବାହାରେ ରଖାଯାଇଛି। ଏଭଳି ଶିଳ୍ପ ବିନା କୌଣସି ସର୍ଭରେ ବଦ୍ଧିତ ଏଲ୍ପିଜି କୋଟା ସୁ ବିଧା ନେଇପାରିବେ। ଦେ ଦେଶର ମୋଟ ଏଲ୍‌ପିଜି ଚାହିଦା ୩୩.୧୫ ୧୫ ନିୟୁତ ରହିଛି। ଦେଶରେ ରହିଛନ୍ତି ୩୩.୨ କୋଟି ଏଲ୍ ପିଜି ଗ୍ରାହକ। ଦେଶର ସେ ମୋଟ ଏଲ୍‌ପିଜି ଚାହି ଦାରେ ମଧ୍ୟପ୍ରାଚ୍ୟର ଅଂଶ ୮୫%ରୁ ୫%ରୁ ୯୦% ରହିଛି। କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ଅପିଲ୍‌ରେ କହିଛନ୍ତି ଯେ, ୧୦% ରିଫର୍ମ ଭିତ୍ତିକ ଆବଣ୍ଟନର ଆବ ଲାଭ ତ୍ବରିତ ଉଠାଣ ହେଉ। ଅଦ୍ୟାବଧୂ ୨୭ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଅଣଘରୋଇ ଏଲ୍‌ପିଜି ଲାଗି ଆଦେଶ ଜାରି କରିଛନ୍ତି। ଯେଉଁ ରାଜ୍ୟ ଏଭଳି କରିନାହାନ୍ତି ତୈଳ ବିପଣନ କମ୍ପାନି ଗୁଡ଼ିକ ସିଧା ସିଲିଣ୍ଡର ଜାରି କରିପାରିବେ। ଏହା ପୂର୍ବରୁ ୨୧ ମାର୍ଚ୍ଚରେ ସରକାର ୨୦% ଅତିରିକ୍ତ ଗ୍ୟାସ ଯୋଗାଣ ନେଇ ଅନୁମତି ପ୍ରଦାନ କରିଥିଲେ।

ଏଥିସହ ପଢ଼ନ୍ତୁ: ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Commercial LPG Quota Rises | Commercial LPG Quota Rises to 70% for Labor-Intensive Industries | Argus News