|
logo
Live
Argus News App
GET APP

Argus News - ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

Odisha

LPG Crisis / ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

Bikash Mohanty
Browse all articles by Bikash Mohanty
·6 days ago·2 min read
ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା
supply ministers Meeting

Key Points

ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଓଡ଼ିଶା ସମେତ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ ହେବେ ସାମିଲ
ଗ୍ୟାସ୍ ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାର ତତ୍ପରତା
ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ବୈଠକ
ନୁଆଦିଲ୍ଲୀ,୨୮/୦୩: ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ସାମିଲ ହେବେ ଓଡ଼ିଶା ସମେତ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ । ଦେଶରେ ଦେଖାଦେଇଥିବା ଗ୍ୟାସ୍ ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଆଲୋଚନାରେ ସାମିଲ ହେବେ।

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ବିପଦକୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭର୍ଚୁଆଲ୍ ବୈଠକରେ ଆଲୋଚନା କରିଥିଲେ। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ପିଏମ୍ ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ। "ଆମ ସମସ୍ତଙ୍କୁ ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ ପଡ଼ିବ ।" ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ସଂକଟକୁ ନେଇ ଦେଶରେ ଲକଡାଉନ୍ ଲାଗୁ ହେବ ନାହିଁ ।

କିଛିଦିନ ତଳେ ସଂସଦକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ମଧ୍ୟପ୍ରାଚ୍ୟ ସଂକଟ ଭାରତ ପାଇଁ ଚିନ୍ତାର କାରଣ ସାଜିପାରେ । କେନ୍ଦ୍ର ସରକାର ସମସ୍ତ ପ୍ରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । କନ୍ତୁ ଗ୍ରାଉଣ୍ଡରେ ଏହି ଯୋଜନାର ସଫଳ ରୂପାୟନ ଭାର ରାଜ୍ୟମାନଙ୍କର କାନ୍ଧରେ ରହିଛି ।" ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ୍ କରିଛନ୍ତି ଯେ ସମସ୍ତ ରାଜ୍ୟ ଏଭଳି ବ୍ୟବସ୍ଥା କରନ୍ତୁ । ଯେଭଳି ସାଧାରଣ ଜନତାଙ୍କୁ ଆବଶ୍ୟକୀୟ ସାମଗ୍ରୀ ପାଇବାରେ କୌଣସି ଅସୁବିଧା ନ ହେବ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶ ଯେତେବେଳେ ସଂକଟରେ ଥାଏ ସେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଗୋଟିଏ ପରିବାର ବାବେ ଏକାଠି ଲଢ଼ିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନର ସ୍ଥିତିକୁ ୬ ବର୍ଷ ତଳେ ଆସିଥିବା ମହାମାରୀ କୋରନା ସହ କରିଛନ୍ତି । ସେ କହିଛନ୍ତି, ଯେଭଳି କୋଭିଡ୍ ସମୟରେ କେନ୍ଦ୍ର ଓ ରାଜ୍ୟ ଟିମ୍ ଇଣ୍ଡିଆ ହୋଇ କାମ କରିଥିଲେ । ଆଜି ସେଭଳି ସାହାସ, ଧୈର୍ଯ୍ୟ ଓ ଶକ୍ତିର ଆବଶ୍ୟକତା ରହିଛି ।

ଆପଣମାନଙ୍କ ମନେ ଥିବା ମାର୍ଚ୍ଚ ୨୦୨୦ରେ ଯେତେବେଳେ ସମଗ୍ର ଦୁନଆର ଗତି ଧିର ହୋଇ ଯାଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଲଗାତାର ବୈଠକ ଜାରି ରଖିଥିଲେ । ମାର୍ଚ୍ଚ ୨୦ରେ ହୋଇଥିଲା ପ୍ରଥମ ବୈଠକ । ଯାହାର ଠିକ୍ ୪ ଦିନ ପରେ ଦେଶରେ ୩ ସପ୍ତାହ ଲାଗି ଲକଡାଉନ୍ ଲାଗୁ କରାଯାଇଥିଲା । ସେହି ସମୟରେ ଏକାଧିକଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଟେଷ୍ଟିଂ, ଟ୍ରାକିଂ ଓ ଚିକିତ୍ସାକୁ ନେଇ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: LPG ବିତରଣ ସହଜ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG Crisis: ଗ୍ୟାସ୍ ସଙ୍କଟ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା | Argus News