Narendra Modi / GST ସଂସ୍କାର ଲୋକଙ୍କ ଜୀବନକୁ ଉନ୍ନତ କରିବ: ପ୍ରଧାନମନ୍ତ୍ରୀ

Key Points
GST ଉପରେ ବଡ଼ ଫୈସଲା ପରେ ପ୍ରଧାନମନ୍ତ୍ରୀଙ୍କ `X' ପୋଷ୍ଟ । କହିଲେ, GST ସଂସ୍କାର ଲୋକଙ୍କ ଜୀବନକୁ ଉନ୍ନତ କରିବ।
ବୁଧବାର ଜିଏସଟି କାଉନସିଲର ୫୬ ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ସାଧାରଣ ଲୋକଙ୍କ ସହିତ ବ୍ୟବସାୟୀମାନଙ୍କୁ ମଧ୍ୟ ସିଧାସଳଖ ଆଶ୍ୱସ୍ତି ଦେବ । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏବେ କେବଳ ଦୁଇଟି ଜିଏସଟି ସ୍ଲାବ୍ ରହିବ, ୫% ଏବଂ ୧୮% । ଅର୍ଥାତ୍ ୧୨% ଏବଂ ୨୮% ସ୍ଲାବ୍ ଉଚ୍ଛେଦ କରାଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସହିତ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଶସ୍ତା ହେବ ଏବଂ ଜୀବନ ରକ୍ଷାକାରୀ ଔଷଧକୁ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରାଯାଇଛି।
GST ଉପରେ ଏହି ବଡ଼ ଫୈସଲା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ଦିବସରେ GSTରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଉଦ୍ଦେଶ୍ୟରେ କହିଥିଲି । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ସହଜ ଜୀବନଯାପନକୁ ଗୁରୁତ୍ଵ ଦେଉଛନ୍ତି । ଅର୍ଥନୀତିକୁ ସୁଦୃଢ଼ କରିବାକୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନେଇ GST ବୈଠକରେ ସହମତି ପ୍ରକାଶ ପାଇଛି । ସାଧାରଣ ଲୋକ, ଚାଷୀ, MSME, ମଧ୍ୟବିତ୍ତ, ମହିଳା ଓ ଯୁବକ ସୁଫଳ ପାଇବେ । ଏହି ବ୍ୟାପକ ସଂସ୍କାର ନାଗରିକଙ୍କ ଜୀବନକୁ ଉନ୍ନତ କରିବ । ସମସ୍ତଙ୍କ ପାଇଁ ବ୍ୟବସାୟ କରିବାର ସହଜ ବାଟ ଫିଟିବ । ବିଶେଷକରି କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ ବୋଲି ମୋଦି କହିଛନ୍ତି ।
During my Independence Day Speech, I had spoken about our intention to bring the Next-Generation reforms in GST.
— Narendra Modi (@narendramodi) September 3, 2025
The Union Government had prepared a detailed proposal for broad-based GST rate rationalisation and process reforms, aimed at ease of living for the common man and…
📱 Get Argus News App
✨ସେହିପରି GST ଉପରେ ବଡ଼ ଫୈସଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
An early diwali bonanza for the nation as promised in the Independence Day address.
— Dharmendra Pradhan (@dpradhanbjp) September 3, 2025
Grateful to Hon’ble PM Shri @narendramodi ji and FM Smt. @nsitharaman ji for the next-gen GST reforms. The process reforms and rate rationalisation will reinvigorate key economic sectors and… pic.twitter.com/bfXSf12EBT
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ୱାଧୀନତା ଦିବସ ଅଭିଭାଷଣରେ ନିଜ ପ୍ରତିଶ୍ରୁତି ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଦେଶକୁ ଦୀପାବଳି ପୂର୍ବରୁ ବଡ଼ ଭେଟି । ପରବର୍ତ୍ତୀ ପିଢ଼ିର GST ସଂସ୍କାର ପାଇଁ କୃତଜ୍ଞତା ଜଣାଉଛି । ଏହା ପ୍ରମୁଖ ଅର୍ଥନୈତିକ କ୍ଷେତ୍ରଗୁଡ଼ିକୁ ପୁନର୍ଜୀବିତ କରିବ । ଅର୍ଥନୈତିକ ଅଭିବୃଦ୍ଧି, ସହଜ ଜୀବନଯାପନର ଏକ ନୂଆ ଯୁଗର ସୂତ୍ରପାତ କରିବ । କୃଷିଠାରୁ ଉଦ୍ୟୋଗ ପର୍ଯ୍ୟନ୍ତ, ପରିବାର ଠାରୁ ବ୍ୟବସାୟ ପର୍ଯ୍ୟନ୍ତ ଆଶ୍ଵସ୍ତି ଆଣିଦେବ । ପ୍ରତ୍ୟେକ ବର୍ଗ, ବିଶେଷକରି ମଧ୍ୟବିତ୍ତ ବର୍ଗ ପାଇଁ ଆଶ୍ୱସ୍ତି ଓ ଆନନ୍ଦ ଆଣିଦେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
Related Topics
Explore more stories