Congress Infighting / କଂଗ୍ରେସରେ ବିବାଦ,ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ ତେଜିଲା
·1 hour ago·2 min read

Key Points
କେରଳ କଂଗ୍ରେସରେ ବିବାଦ
ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ ତେଜିଲା
ବସିଲା ବୈଠକ, ହେଲେ ହେଲାନି ସମାଧାନ
ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ ତେଜିଲା
ବସିଲା ବୈଠକ, ହେଲେ ହେଲାନି ସମାଧାନ
ନୂଆଦିଲ୍ଲୀ, ୧୧/୫: କେରଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଚରମ ସୀମାରେ ପହଞ୍ଚିଛି।କେରଳ କଂଗ୍ରେସରେ ଏବେ ବିବାଦ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ଭିତରେ ଚାଲିଛି ଯୋରଦାର ଲଢେଇ। ଏହି ସଙ୍କଟର ସମାଧାନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ଏକ ତିନି ଘଣ୍ଟିଆ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକରେ ତିନି ପ୍ରମୁଖ ଦାବିଦାର ଭି.ଡି. ସତୀଶନ, କେ.ସି. ବେଣୁଗୋପାଳ ଏବଂ ରମେଶ ଚେନ୍ନିଥାଲାଙ୍କ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ ।
ବରିଷ୍ଠ ନେତା ରାହୁଲ ଗାନ୍ଧୀ କେରଳ କଂଗ୍ରେସର ଏହି ଗୋଷ୍ଠୀ କନ୍ଦଳକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ସେ ଚେତାଇ ଦେଇଛନ୍ତି ଯେ, ୟୁଡିଏଫ୍ର ଏହି ବଡ଼ ବିଜୟକୁ ୟକୁ ଆଭ୍ୟନ୍ତରୀଣ କଳହ ଗୌଣ କରିଦେଉଛି। ସର୍ବସାଧାରଣରେ ଚାପ କୌଶଳ ଆଦୌ ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିବା ସହ ବେଣୁଗୋପାଳ ହିଁ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ପସନ୍ଦ ବୋଲି ସଙ୍କେତ ଦେଇଛନ୍ତି ।
ପଢନ୍ତୁ ଏହି ଖବର: ପ୍ରଥମ କ୍ୟାବିନେଟ୍ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ୬ ବଡ଼ ନିଷ୍ପତ୍ତି; ୪୫ ଦିନରେ BSFକୁ ମିଳିବ ଜମି
ବୈଠକରେ କେ.ସି ବେଣୁଗୋପାଳ ନିଜ ପକ୍ଷ ରଖି କହିଥିଲେ ଯେ, କଂଗ୍ରେସ ବିଧାୟକ ଦଳର ୬୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ତାଙ୍କ ସହ ରହିଛି। ଅନ୍ୟପଟେ ରମେଶ ଚେନ୍ନିଥାଲା ନିଜର ବରିଷ୍ଠତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ। ଭି.ଡି. ସତୀଶନ ୟୁଡିଏଫ୍ ସହଯୋଗୀ ଦଳ ଏବଂ ଜନମତ ତାଙ୍କ ସପକ୍ଷରେ ଥିବା ଦର୍ଶାଇଥିଲେ । ଏପରିକି ସୂଚନା ଅନୁସାରେ, ସତୀଶନ ହାଇକମାଣ୍ଡଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ନମିଳେ, ତେବେ ସେ ଅନ୍ୟ କୌଣସି ପଦବି ଗ୍ରହଣ କରିବେ ନାହିଁ । ଏହି ବିବାଦ ବଢ଼ୁଥିବା ଦେଖି ତିନି ନେତା ସର୍ବସାଧାରଣରେ ବିରୋଧ ପ୍ରଦର୍ଶନ ନକରିବାକୁ ନିଜ ସମର୍ଥକମାନଙ୍କୁ ନିବେଦନ କରିବାକୁ ସହମତ ହୋଇଛନ୍ତି। ଭିଡି. ସତୀଶନ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ଫ୍ଲେକ୍ସ ବୋର୍ଡ ଓ ବ୍ୟାନର ହଟାଇବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଆଇସିସି ସାଧାରଣ ସମ୍ପାଦକ ତଥା କେରଳ ପ୍ରଭାରୀ ଦୀପା ଦାସମୁନସୀ କହିଛନ୍ତି ଯେ, ବାବଦରେ ଦରେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତ ନିଆଯିବ। କର୍ମୀମାନଙ୍କ ଏଭଳି ଆଚରଣକୁ ସେ ନିନ୍ଦା କରିବା ସହ ଏହା କଂଗ୍ରେସ ସଂସ୍କୃତିର ବିରୋଧୀ ବୋଲି କହିଛନ୍ତି । ଏହି ବୈଠକରେ ଏଆଇସିସି ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମୁକୁଲ ୱାସନିକ ମଧ୍ୟ ଉପସ୍ଥିତ ଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories