Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଥମ କ୍ୟାବିନେଟ୍‌ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ୬ ବଡ଼ ନିଷ୍ପତ୍ତି; ୪୫ ଦିନରେ BSFକୁ ମିଳିବ ଜମି

National

Suvendu Adhikari / ପ୍ରଥମ କ୍ୟାବିନେଟ୍‌ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ୬ ବଡ଼ ନିଷ୍ପତ୍ତି; ୪୫ ଦିନରେ BSFକୁ ମିଳିବ ଜମି

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ପ୍ରଥମ କ୍ୟାବିନେଟ୍‌ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କ ୬ ବଡ଼ ନିଷ୍ପତ୍ତି; ୪୫ ଦିନରେ BSFକୁ ମିଳିବ ଜମି
Big changes begin in West Bengal

Key Points

  • ପ୍ରଥମ କ୍ୟାବିନେଟ୍ ବୈଠକରେ ଶୁଭେନ୍ଦୁଙ୍କ ୬ ବଡ଼ ନିଷ୍ପତ୍ତି
  • ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଓ ଚଗ ଜନ ଆରୋଗ୍ୟ ଯୋଜନା
  • ସିଲ୍ ହେବ ଭାରତ-ବାଂଲାଦେଶ ସୀମା, ଲାଗିବ ତାରବାଡ଼
  • ସୁରକ୍ଷା ପାଇଁ ସୀମାନ୍ତ ଅଞ୍ଚଳରେ ଜମି BSFକୁ ହସ୍ତାନ୍ତର
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ୍ ବୈଠକ । ୬ଟି ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ପ୍ରଥମ କ୍ୟାବିନେଟ୍ ବୈଠକରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସହ ୪୫ ଦିନରେ BSFକୁ ଜମି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

ପ୍ରଥମ କ୍ୟାବିନେଟ୍ ବୈଠକ ଅବସରରେ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ହିଂସା-ମୁକ୍ତ ଓ ସଫଳ ନିର୍ବାଚନ ପାଇଁ ସମସ୍ତ ମତଦାତା ଓ ନିର୍ବାଚନ ଆୟୋଗଙ୍କୁ କ୍ୟାବିନେଟ୍ କୃତଜ୍ଞତା ଜ୍ଞାପନ କରିଛି ।

ଏଥିସହ ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀ PA ହତ୍ୟା ମାମଲା; ୟୁପି-ବିହାରରୁ ହିଷ୍ଟ୍ରିସିଟର ସମେତ ୩ ଗିରଫ 

୩୨୧ ସହିଦ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କ୍ୟାବିନେଟ୍ ବୈଠକରେ ବିଜେପି ସରକାର ଗଠନ ପାଇଁ ବଳିଦାନ ଦେଇଥିବା ୩୨୧ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କହିଛନ୍ତି, "ଆମେ ସହିଦ ପରିବାରଙ୍କୁ ନ୍ୟାୟ ଦେବୁ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । କୌଣସି ବି ପରିସ୍ଥିତିରେ ଏମାନଙ୍କୁ ନ୍ୟାୟ ମିଳିବ ।"

BSFକୁ ଜମି ଆବଣ୍ଟନ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ରାଷ୍ଟ୍ରୀୟ ସୁରକ୍ଷା ଓ ସୀମାବର୍ତ୍ତୀ ଅଞ୍ଚଳରେ ଜନସଂଖ୍ୟାକୁ ଧ୍ୟାନରେ ରଖି BSFକୁ ବର୍ଡର ଫେନ୍ସିଂ ଲାଗି ଜମି ଦେବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି କାମ ୪୫ ଦିନ ଭିତରେ ସମ୍ପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।"

ଆୟୁଷ୍ମାନ ଭାରତ ଲାଗୁ

ନିର୍ବାଚନ ପ୍ରଚାର ବେଳେ ବିଜେପି ପଶ୍ଚିମବଙ୍ଗରେ କ୍ଷମତାକୁ ଆସିଲେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ରାଜ୍ୟବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଯୋଜନା 'ଆୟୁଷ୍ମାନ ଭାରତ'ରେ ସାମିଲ୍ ହେବ ।" ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ଲାଗୁ କରାଯିବ ।

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରୀୟ ଟ୍ରେନିଂ

ମମତା ବାନାର୍ଜୀଙ୍କ ସରକାରରେ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରୀୟ ତାଲିମ୍ ଓ ମୁତୟନରୁ ବଞ୍ଚିତ କରାଯାଉଥିଲା । ଏବେ ବିଜେପି ସରକାର ତାହାକୁ ଅନୁମତି ଦେଇଛନ୍ତି । ଏଥିସହ ପଶ୍ଚିମବଙ୍ଗରେ ଏବେ ସୁଦ୍ଧା ଲାଗୁ ହୋଇ ନଥିବା ଭାରତୀୟ ନ୍ୟାୟ ସଂହିତା (BSN) ଆଜିଠୁ ଲାଗୁ କରାଯାଇଛି । ଏବେ ସମସ୍ତ ନୂଆ ମାମଲା ନୂଆ ଆଇନ୍‌ ଅନୁସାରେ ରୁଜୁ କରାଯିବ ।

ଏଥିସହ ପଢ଼ନ୍ତୁ: କାହିଁକି ବାହା ହୋଇନାହାନ୍ତି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ? କହିଲେ କାରଣ 

ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ୨୦୧୫ରୁ ରାଜ୍ୟରେ କୌଣସି ନିଯୁକ୍ତି ହୋଇ ନାହିଁ । ଶୁଭେନ୍ଦୁଙ୍କ ଦାବି ଅନୁସାରେ, ନୂଆ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରାଯିବ । ଏହା ନୂଆ ବଙ୍ଗଳାର ନିର୍ଦ୍ଧାରଣ କରିବ ।

ନୂଆ ହେଲ୍ପଲାଇନ୍, ୩୦ ଦିନରେ ସମାଧାନ

ସେହିଭଳି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନୂଆ ବ୍ୟବସ୍ଥାର ଆରମ୍ଭ କରିଛନ୍ତି ଶୁଭେନ୍ଦୁ ସରକାର । ଏଥିପାଇଁ ୧୧୦୦ ନମ୍ବର ସହ ସହଯୋଗ ପୋର୍ଟାଲ୍ ଆରମ୍ଭ କରାଯାଇଛି । ଏଥିରେ ଅଭିଯୋଗର ୩୦ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସରକାର ଦାବି କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suvendu Adhikari Takes 6 Big Decisions in First Cabinet Meeting | Argus News | Argus News