Videos
|
National

Case Against Congress MLA / କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି! ମାଇକ୍ ଫିଙ୍ଗିଲେ ବିଧାୟକ, ରୁଜୁ ହେଲା ମାମଲା।

Bikash Mohanty
Browse all articles by Bikash Mohanty
·24 mins ago·1 min read
କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି! ମାଇକ୍ ଫିଙ୍ଗିଲେ ବିଧାୟକ, ରୁଜୁ ହେଲା ମାମଲା।
Harish Singh Dhami

Key Points

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି
ମାଇକ୍ ଫିଙ୍ଗିଲେ ବିଧାୟକ
ମାମଲା ରୁଜୁ କଲା ପୋଲିସ୍
ଉତ୍ତରାଖଣ୍ଡର କଂଗ୍ରେସ ବିଧାୟକ ହରିଶ ସିଂ ଧାମି 
ପିଥୌରାଗଡ଼: କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି। ଲୋକଙ୍କ ଉପରେ ଫୋପାଡିଲେ ମାଇକ୍। ଆମେ କହୁଛୁ ଉତ୍ତରାଖଣ୍ଡର କଂଗ୍ରେସ ବିଧାୟକ ହରିଶ ସିଂ ଧାମିଙ୍କ କଥା। ଉତ୍ତରାଖଣ୍ଡର ପିଥୌରାଗଡ଼ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଉତ୍ତେଜିତ ହୋଇଥ ସିଧା ସିଧା ଲୋକଙ୍କ ଉପରକୁ ଫୋପାଡିଲେ ମାଇକ। ଏହି ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ କଂଗ୍ରେସ ବିଧାୟକ ହରିଶ ସିଂହ ଧାମିଙ୍କ ସମେତ ଛଅ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ପିଥୌରାଗଡ଼ ଏସପି ଅକ୍ଷୟ ପ୍ରହଲ୍ଲାଦ କୋଣ୍ଡେ କହିଛନ୍ତି ଯେ, ଜୌଲଜିବି କୋତୱାଲି ପୋଲିସ ଆଇପିସିର ଧାରା ୧୨୧(୧), ୧୩୨, ୧୯୧(୨), ୩୨୪(୩), ଏବଂ ୩୫୨ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେ କହିଛନ୍ତି ଯେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ପ୍ରମାଣ ଆଧାରରେ ଆହୁରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପଢନ୍ତୁ ଏହି ଖବର: କିଛି ଶକ୍ତି ଭାରତକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି, ମୋହନ ଭାଗବତଙ୍କ ବଡ଼ ବୟାନ

ପିଥୌରାଗଡ଼ରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ ମେଳା ଉଦଘାଟନ କରିଥିଲେ ଏବଂ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ, ମେଳା କମିଟିର ଅଧ୍ୟକ୍ଷ ଏବଂ ଧାରଚୁଲା ବିଧାୟକ ହରିଶ ସିଂହ ଧାମି, ତାଙ୍କ ସମର୍ଥକ ରାମ ସିଂହ ରୋକାୟା, ସୌରଭ ମାର୍ଟୋଲିଆ, ନୃପ ସିଂହ, ମନୋହର ଟୋଲିଆ, ବିକ୍ରମ ଦାନୁ ଏବଂ ଅନ୍ୟମାନେ ସ୍ଲୋଗାନ ଦେବା ଏବଂ ଅପମାନଜନକ ଭାଷା ବ୍ୟବହାର କରିବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: