Videos
|
National

Mohan Bhagwat Big Statement / କିଛି ଶକ୍ତି ଭାରତକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି, ମୋହନ ଭାଗବତଙ୍କ ବଡ଼ ବୟାନ

Bikash Mohanty
Browse all articles by Bikash Mohanty
·58 mins ago·2 min read
କିଛି ଶକ୍ତି ଭାରତକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି, ମୋହନ ଭାଗବତଙ୍କ ବଡ଼ ବୟାନ
Mohan Bhagbat

Key Points

`ବ୍ରିଟିଶ ଢାଞ୍ଚାରେ ଦେଶକୁ ଭାଗ କରିବାକୁ ଉଦ୍ୟମ'
'ଭାଗ କର ଓ ଶାସନ କର' ନୀତି ଆପଣାଉଛନ୍ତି
ଛୋଟ ପରିଚୟକୁ ବଡ଼ କରି ଦେଖାଇ ଆଭ୍ୟନ୍ତରୀଣ ବିବାଦ ସୃଷ୍ଟି କରାଯାଉଛି
ଆରଏସଏସ ସରସଂଘ ଚାଳକ ମୋହନ ଭାଗବତଙ୍କ ଉଦବୋଧନ
ଯୋଧପୁର : ଭାରତକୁ ବିଭାଜିତ କରିବା ପାଇଁ ଉଦ୍ୟମ ଚାଲିଛି। ଛୋଟ ଛୋଟ ପରିଚୟକୁ ବଡ଼ କରି ଦେଖାଇବା ସହ ଲୋକଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଓ ସଂଘର୍ଷ ସୃଷ୍ଟି କରାଯାଉଛି। ବ୍ରିଟିଶ ଶାସନ ସମୟରେ ଆପଣାଯାଇଥିବା 'ଭାଗ କର ଓ ଶାସନ କର' ନୀତି ଭଳି ଏବେ ମଧ୍ୟ କିଛି ଶକ୍ତି ଏଭଳି ଉଦ୍ୟମ କରୁଥିବା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ।

ଯୋଧପୁର ପ୍ରାନ୍ତ ଆରଏସ୍‌ଏସ୍‌ ପକ୍ଷରୁ ଶିକରପୁରାସ୍ଥିତ ରାଜାରାମ ଆଶ୍ରମରେ ଆୟୋଜିତ 'ମାରୁ ନିନାଦ-୨୦୨୬' ଘୋଷ ଶିବିରକୁ ସମ୍ବୋଧିତ କରି ଭାଗବତ କହିଛନ୍ତି, ବର୍ତ୍ତମାନ ଭାରତ ସଠିକ୍ ଦିଗରେ ଆଗକୁ ବଢ଼ୁଛି। କିନ୍ତୁ ବିଶ୍ୱର କିଛି ଶକ୍ତି ଭାରତକୁ ଏକ ମହାନ ରାଷ୍ଟ୍ର ଭାବେ ଦେଖିବାକୁ ଚାହୁଁନାହାନ୍ତି। ଭାରତ ସମସ୍ତଙ୍କ ଆଶା ଓ ଆକାଂକ୍ଷାର ଭଣ୍ଡାର। କିନ୍ତୁ ବିଶ୍ୱର ସ୍ଥିତି ବେଶ୍ ବିଚିତ୍ର। ନିଜ ସ୍ୱାର୍ଥ ପାଇଁ କିଛି ଶକ୍ତି ଭାରତକୁ ମହାନ ହେବାକୁ ମଧ୍ୟ ଚାହୁଁନାହାନ୍ତି।

ପଢନ୍ତୁ ଏହି ଖବର: ଆଜିଠୁ ମୋଦିଙ୍କ ଦୁଇଦିନିଆ ଫିଲିପାଇନ୍ସ ଗସ୍ତ, ଆସିଆନ୍ ଓ ଇଷ୍ଟ ଏସିଆ ସମ୍ମିଳନୀରେ ହେବେ ସାମିଲ

ଭାରତ ଆଗକୁ ବଢ଼ୁଥିବା ବେଳେ ଛୋଟ ଛୋଟ ପରିଚୟକୁ ବଡ଼ କରି ଦେଖାଇ ଲୋକଙ୍କ ମଧ୍ୟରେ ବିଭାଜନ ଓ ସଂଘର୍ଷ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି। ଏହା ବ୍ରିଟିଶ ଶାସନ ସମୟର କୌଶଳ ସହ ସମାନ। ସମାଜକୁ ଏକଜୁଟ ରହିବାକୁ ଆହ୍ୱାନ ଦେଇ ଭାଗବତ କହିଛନ୍ତି, ସମସ୍ତେ ନିଜର ସ୍ୱାର୍ଥ, ସଂକୀର୍ଣ୍ଣ ମନୋଭାବ ଓ ଅହଂକାରକୁ ତ୍ୟାଗ କରିବା ଆବଶ୍ୟକ। ଧର୍ମ ଓ ରାଷ୍ଟ୍ରସେବାକୁ ଆଧାର କରି ଏକ ସଂଗଠିତ ଜୀବନଶୈଳୀ ଗଢ଼ି ତୋଳିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆରଏସ୍‌ଏସ୍‌ର ଘୋଷ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ କହିବା ସମୟରେ ଭାଗବତ ପ୍ରାଚୀନ ଭାରତୀୟ ପରମ୍ପରାରେ ଯୁଦ୍ଧକ୍ଷେତ୍ରର ସଙ୍ଗୀତର ଇତିହାସ ଉଲ୍ଲେଖ କରିଥିଲେ। ଭଗବଦ୍ ଗୀତାରେ ବର୍ଣ୍ଣିତ ପାଞ୍ଚଜନ୍ୟ ଓ ଦେବଦତ୍ତ ଭଳି ପବିତ୍ର ଶଙ୍ଖନାଦର ଉଦାହରଣ ଦେଇ ସେ ଏହି ପରମ୍ପରାର ପ୍ରାଚୀନତା ବିଷୟରେ କହିଥିଲେ। ...