Renuka Chowdhury Dog Incident / କୁକୁରକୁ ନେଇ ସଂସଦ ଆସିଲେ କଂଗ୍ରେସ ସାଂସଦ, ବିରୋଧ କଲା ବିଜେପି
·9 months ago·2 min read

Key Points
ଶୀତ ଅଧିବେଶନର ପ୍ରଥମ ଦିନରେ ବିବାଦରେ କଂଗ୍ରେସ ସାଂସଦ
କୁକୁର ଆଣି ଫସିଗଲେ ରେଣୁକା ଚୌଧୁରୀ
ବିରୋଧ କଲା ବିଜେପି
କୁକୁର ଆଣି ଫସିଗଲେ ରେଣୁକା ଚୌଧୁରୀ
ବିରୋଧ କଲା ବିଜେପି
ଡିସେମ୍ବର ୧ରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଆଉ ପ୍ରଥମ ଦିନରେ ହିଁ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଏକ ବିବାଦରେ ଫସି ଯାଇଛନ୍ତି । ସେ ସଂସଦରେ କୌଣସି ବୟାନ ଦେଇ ନୁହେଁ ବରଂ ସଂସଦକୁ କୁକୁରକୁ ଆଣି ବିବାଦରେ ଫସିଛନ୍ତି ।
ସୂଚନା ଅନୁସାରେ, ଆଜିଠୁ ଆରମ୍ଭ ହୋଇଛି ସସଦର ଶୀତ ଅଧିବେଶନ । ଆଉ ପ୍ରଥମ ଦିନରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ତାଙ୍କ ପୋଷା କୁକୁର ସହ ସଂସଦରେ ପହଞ୍ଚିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ବିଜେପି ଏହାକୁ ସଂସଦର ମର୍ଯ୍ୟାଦାର ଉଲ୍ଲଂଘନ ବୋଲି କହି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।
ଯେତେବେଳେ ଗଣମାଧ୍ୟମ ରେଣୁକା ଚୌଧୁରୀଙ୍କୁ ଏହି ଘଟଣା ବିଷୟରେ ପ୍ରଶ୍ନ କରିଥିଲେ, ସେ ପାଲଟା ଜବାବ ଦେଇ କହିଥିଲେ ଯେ ଏହି ଘଟଣାକୁ ଅଯଥାରେ ବିବାଦକୁ ଅଣାଯାଉଛି । ସେ କହିଛନ୍ତି, ଏଥିରେ କ'ଣ ସମସ୍ୟା ଅଛି । ଯଦି ଏକ ମୂକ ପଶୁ ଭିତରକୁ ପଶିଯାଏ ତେବେ ଏଥିରେ ବଡ଼ କଥା କ'ଣ ? ଏହା ଛୋଟ ପଶୁଟିଏ ଏବଂ ଏହା କାମୁଡ଼ିବ ନାହିଁ । ରେଣୁକାଙ୍କ ଏହି ବୟାନ ବିବାଦକୁ ଆହୁରି ବଢ଼ାଇ ଦେଇଛି ।
ବିଜେପି ସାଂସଦ ଜଗଦମ୍ବିକା ପାଲ ଏହି ମାମଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରେଣୁକା ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବିଜେପି ସାଂସଦ କହିଛନ୍ତି ଯେ ଯଦି ଜଣେ ସାଂସଦଙ୍କୁ କିଛି ବିଶେଷ ଅଧିକାର ପ୍ରଦାନ କରାଯାଏ, ତେବେ ତାହାର ଅପବ୍ୟବହାର କରାଯିବା ଉଚିତ୍ ନୁହେଁ ।
ସେ କହିଛନ୍ତି, "ଏହି ଗୃହ ଜାତୀୟ ନୀତି ବିଷୟରେ ଆଲୋଚନା କରିବାର ସ୍ଥାନ... ସେଠାକୁ ତାଙ୍କ କୁକୁରକୁ ଆଣିବା ଏବଂ ପରେ ଏହାକୁ ନେଇ ବିବାଦୀୟ ବୟାନ ଦେଶକୁ ଲଜ୍ଜିତ କରୁଛି । ସେ ଏଭଳି ଘଟଣାକୁ ଗଣତନ୍ତ୍ର ପ୍ରତି ଆଘାତ ଏବଂ ସଂସଦ ପ୍ରତି ଅପମାନ ବୋଲି କହିଛନ୍ତି । ଏହା ସହ କଂଗ୍ରେସ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଶୀତକାଳୀନ ଅଧିବେଶନ କେବଳ ଏକ ରୀତିନୀତି ନୁହେଁ, ଏହା ଗଣତନ୍ତ୍ରକୁ ବଞ୍ଚାଇଛି । ସଂସଦରେ ବିରୋଧୀ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ଉଚିତ୍ । ସଂସଦ ଡ୍ରାମା ଓ ହଙ୍ଗାମାର ଜାଗା ନୁହେଁ, ଡ୍ରାମା ପାଇଁ ଅନେକ ଜାଗା ଅଛି । ଯେଉଁମାନେ ନାଟକ କରିବାକୁ ଚାହାଁନ୍ତି ସେମାନେ ଏହା କରିପାରିବେ । ସଂସଦରେ ନାକାରାତ୍ମକ ବିଚାରଧାରା ଆସିବା ଉଚିତ୍ ନୁହେଁ ।
ସଂସଦରେ ନୂତନ ସଦସ୍ୟଙ୍କୁ ସୁଯୋଗ ଦିଅନ୍ତୁ । ପରାଜୟର ଭୟ ବିତର୍କର କ୍ଷେତ୍ର ନହେବା ଉଚିତ୍ । ଶୀତକାଳୀନ ଅଧିବେଶନ ଭାରତ ଗଣତନ୍ତ୍ରକୁ ବଞ୍ଚାଇଛି । ଜନପ୍ରତିନିଧି ଭାବରେ, ଆମେ ଭବିଷ୍ୟତ ବିଷୟରେ ଚିନ୍ତା କରିବା । ଏଠି ନାରାବାଜି ନୁହେଁ ନୀତି ଏବଂ ଦେଶ ଗଠନରେ ସକରାତ୍ମକ ଭୂମିକା ନେବା ଆବଶ୍ୟକ ବୋଲି ସଂସଦର ଶୀତ ଅଧିବେଶନ ଅବସରରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Topics
Explore more stories