Dharmendra Pradhan Target Congress / ରାହୁଲ ଗାନ୍ଧି ଦାୟିତ୍ବବୋଧର ନୁହେଁ, ଅରାଜକତାର ପଥ ବାଛିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ
·7 months ago·2 min read

Key Points
ସଂସଦକୁ ଅଚଳ କରିବାକୁ କଂଗ୍ରେସ କରୁଛି ମସୁଧା
ରାହୁଲ ଗାନ୍ଧି ଦାୟିତ୍ବବୋଧର ନୁହେଁ, ଅରାଜକତାର ପଥ ବାଛିଛନ୍ତି
ସୋସିଆଲ ମିଡିଆରେ ସେୟାର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ସଂସଦକୁ ଅଚଳ କରିବାକୁ କଂଗ୍ରେସ କରୁଛି ମସୁଧା । ସଂସଦକୁ ବାଧାପ୍ରାପ୍ତ କରିବା ପାଇଁ ପ୍ରତିଦିନ ନୂଆ ନୂଆ ବାହାନା ଖୋଜିବା ଏବେ କଂଗ୍ରେସର କାର୍ଯ୍ୟଶୈଳୀ ନୁହେଁ, ବରଂ ଏହା ତାର ପରିଚୟ ପାଲଟିଗଲାଣି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ପ୍ରତି ଅଧିବେଶନରେ ଗୋଟିଏ ସ୍କ୍ରିପ୍ଟର ପୁନରାବୃତ୍ତି ହେଉଛି - ହଟ୍ଟଗୋଳ, ପାଟିତୁଣ୍ଡ, ମିଥ୍ୟା ଏବଂ ଗଣତାନ୍ତ୍ରିକ ମର୍ଯ୍ୟାଦାର ସୁନିୟୋଜିତ ଉଲ୍ଲଂଘନ। ବିରୋଧୀ ଦଳ ନେତା ହୋଇ ମଧ୍ୟ ରାହୁଲ ଗାନ୍ଧୀ ଦାୟିତ୍ୱବୋଧର ନୁହେଁ, ବରଂ ଅରାଜକତାର ପଥ ବାଛିଛନ୍ତି। ମିଛ କୁହ ଏବଂ ବାରମ୍ବାର କୁହ - ଏହି ରାଜନୀତି ଏବେ ତାଙ୍କର ଅଭ୍ୟାସ ନୁହେଁ, ବରଂ ତାଙ୍କର ରାଜନୈତିକ ପରିଚୟ, ଯାହା ତାଙ୍କୁ ଭାରତୀୟ ରାଜନୀତିରେ ଅବିଶ୍ୱସନୀୟତାର ପ୍ରତୀକ ଭାବେ ଛିଡ଼ା କରିଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସମ୍ବିଧାନ, ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା, ସଂସଦୀୟ ପ୍ରଣାଳୀ ଏବଂ ଜନତାଙ୍କ ମତାଧିକାର ଉପରେ ବିଶ୍ୱାସ ନାହିଁ। ବୈଚାରିକ ଭାବେ ଶୂନ୍ୟ କଂଗ୍ରେସ ଏକ ଯୋଜନାବଦ୍ଧ ଭାବେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରୁଛି।
ଜରୁରୀକାଳୀନ ପରିସ୍ଥିତି ମାନସିକତା ରଖୁଥିବା ଲୋକମାନେ ଭାରତର ପ୍ରଗତିକୁ ଘୃଣା କରନ୍ତି ଏବଂ 'Dead Economy' କହି ଦେଶକୁ ଅପମାନିତ କରନ୍ତି। ‘ବୟାନ ବାହାଦୂର’ ରାହୁଲ ଗାନ୍ଧୀ ସାମନ୍ତବାଦୀ ଚିନ୍ତାଧାରା ଏବଂ ରାଜନୈତିକ ହତାଶା ମଧ୍ୟରେ ମିଥ୍ୟା ପ୍ରଚାର କରନ୍ତି ଏବଂ ପ୍ରତିଥର ଧରାପଡ଼ି ଯାଆନ୍ତି। ସେ ଏହା ସ୍ପଷ୍ଟ ଭାବେ ବୁଝିବା ଉଚିତ ଯେ 'ସଂସଦ' କଂଗ୍ରେସର ବ୍ୟକ୍ତିଗତ ସ୍ୱାର୍ଥ ସାଧନର ମଞ୍ଚ ନୁହେଁ, ବରଂ ଦେଶହିତ ପାଇଁ ଆଲୋଚନାର ଏକ ପବିତ୍ର ମଞ୍ଚ।
ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବା ପାଇଁ ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭାରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିଥିଲେ । ରାହୁଲ ଗାନ୍ଧୀ ଦେଶ ବିରୋଧୀ ଶକ୍ତିଙ୍କ ସହଯୋଗରେ ଦେଶକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଦୁବେ ଅଭିଯୋଗ କରିଛନ୍ତି। ରାହୁଲଙ୍କ ସଂସଦୀୟ ସଦସ୍ୟତା ରଦ୍ଦ କରିବା ସହ ତାଙ୍କୁ ଆଜୀବନ ନିର୍ବାଚନ ଲଢ଼ିବାରୁ ବାରଣ କରାଯାଉ ବୋଲି ଦୁବେ କହିଛନ୍ତି । ରାହୁଲ ଜର୍ଜ ସୋରସ୍ଙ୍କ ଭଳି ଭାରତ ବିରୋଧୀ ଶକ୍ତିମାନଙ୍କ ସହଯୋଗରେ ଅନର୍ଥ ସୃଷ୍ଟି କରୁଛନ୍ତି ବୋଲି ଦୁବେ ଅଭିଯୋଗ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ସାଂସଦ ପଦ ହରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ଏକ ମାନହାନି ମାମଲାରେ ୨୦୨୩ରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିଲେ ।
ଏଥିସହ ପଢ଼ନ୍ତୁ: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି; ସାଂସଦ, ବିଧାୟକଙ୍କୁ ଦିଆଗଲା ସ୍ୱତନ୍ତ୍ର ଟ୍ୟାକ୍ସ

Related Topics
Explore more stories