Odisha Politics / ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି; ସାଂସଦ, ବିଧାୟକଙ୍କୁ ଦିଆଗଲା ସ୍ୱତନ୍ତ୍ର ଟ୍ୟାକ୍ସ
·2 months ago·2 min read

Key Points
ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବାକୁ ମାଷ୍ଟର ପ୍ଲାନ କରୁଛି ବିଜେପି । ପଞ୍ଚାୟତ ଦଖଲ ପାଇଁ ସଂସଦୀୟୱାରୀ ସମୀକ୍ଷା ଆରମ୍ଭ କରିଛି ଦଳ ।
ଭୁବନେଶ୍ଵର: ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବାକୁ ମାଷ୍ଟର ପ୍ଲାନ କରୁଛି ବିଜେପି । ପଞ୍ଚାୟତ ଦଖଲ ପାଇଁ ସଂସଦୀୟୱାରୀ ସମୀକ୍ଷା ଆରମ୍ଭ କରିଛି ଦଳ । ବ୍ରହ୍ମପୁର, ଆସ୍କା, ଜଗତସିଂପୁର, ଯାଜପୁର, ସଂସଦୀୟ କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ବୈଠକରେ ବିଧାୟକ ଏବଂ ସାଂସଦଙ୍କ ମଧ୍ୟରେ ସମନ୍ଵୟ, ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ସଭାପତି ।
ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବାକୁ ମାଷ୍ଟର ପ୍ଲାନ କରୁଛି ବିଜେପି । ପଞ୍ଚାୟତ ଦଖଲ ପାଇଁ ସଂସଦୀୟୱାରୀ ସମୀକ୍ଷା ଆରମ୍ଭ କରିଛି ଦଳ । ବ୍ରହ୍ମପୁର, ଆସ୍କା, ଜଗତସିଂପୁର, ଯାଜପୁର, ସଂସଦୀୟ କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ବୈଠକରେ ବିଧାୟକ ଏବଂ ସାଂସଦଙ୍କ ମଧ୍ୟରେ ସମନ୍ୱୟ, ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ସଭାପତି । ବାକିଥିବା ସାଂଗଠନିକ କାର୍ଯ୍ୟକ୍ରମ କେମିତି ଆଗକୁ ବଢିବ ସେନେଇ ବି ଆଲୋଚନା କରଯାଇଛି ।
ଏଥିସହ ପଢ଼ନ୍ତୁ: ସୁନା-ରୁପାକୁ ନେଇ କାହିଁକି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?
ପର୍ଯ୍ୟାୟ କ୍ରମେ ସମସ୍ତ ସଂସଦୀୟ କ୍ଷେତ୍ରୱାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ସେପଟେ ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତରେ ମଧ୍ୟ ଲୋକେ ବିଜେପିକୁ ଆଶୀର୍ବାଦ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବୁଥ୍ ସ୍ତରରେ କର୍ମୀ ମାନେ ପରିଶ୍ରମ କରୁଛନ୍ତି । ଯେଉଁଠି ଦୋଷ ଦୁର୍ବଳତା ଅଛି ତାକୁ ଦୂର କରିବୁ । ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମନମୋହନ ସାମଲ ।
ବିଜେପି ଭଳି ବିଜେଡି ମଧ୍ୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ଯାଉଛି ଦଳ । ଫେବ୍ରୁଆରୀ ୨ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିବା ବିଜେଡି ୧୭ ପର୍ଯ୍ୟନ୍ତ ତାର ଆନ୍ଦୋଳନ ଜାରି ରଖିବ । ସେହିପରି କଂଗ୍ରେସ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଅଧ୍ୟକ୍ଷ ଓ ସରପଞ୍ଚ, ସମିତିସଭ୍ୟ ସମସ୍ତେ ଜିତିବେ ବୋଲି ଦମ୍ଭ ଦେଖାଇଛି ।
ଏଥିସହ ପଢ଼ନ୍ତୁ: ପାରାଙ୍କୁ ଦାନା ଖୁଆଇବା ପଡିଲା ମହଙ୍ଗା କହିଲେ...
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଚ୍ୟାଲେଞ୍ଜ ହେବ ପୌର ନିର୍ବାଚନ । ନୂଆ ଘୋଷଣା ହୋଇଥିବା ୨୪ଟି ଏନଏସି ଓ ୮ଟି ମ୍ୟୁନିସିପାଲିଟିରେ ଜୁନ୍ ମାସରେ ନିର୍ବାଚନ ହେବ । କୁହାଯାଉଛି ଏହି ନିର୍ବାଚନ ପଞ୍ଚାୟତ ପୂର୍ବରୁ ତିନି ଦଳ ପାଇଁ ଏସିଡ ଟେଷ୍ଟ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories