ରିଲିଜ୍ ହେଲା କଂଗ୍ରେସର ପ୍ରାର୍ଥୀ ତାଲିକା, ୱାଏନାଡ଼ରୁ ଲଢ଼ିବେ ରାହୁଲ ଗାନ୍ଧୀ

ଅର୍ଗସ ବ୍ୟୁରୋ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏବେ ସବୁ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ କଂଗ୍ରେସ ଆଜି ତାର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ରିଲିଜ୍ କରିଛି । ୭ଟି ରାଜ୍ୟର ୩୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଜାତୀୟ କଂଗ୍ରେସ । ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ନାଗାଲାଣ୍ଡ ଏବଂ ସିକ୍କିମରେ କଂଗ୍ରେସର ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଘୋଷଣା ହୋଇଥିବା ମୋଟ ୩୬ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣ କେରଳରୁ, ୬ ଜଣ ଲେଖାଏଁ କର୍ଣ୍ଣାଟକ ଏବଂ ଛତିଶଗଡରୁ ୪ ଜଣ ତେଲେଙ୍ଗାନାରୁ । ମେଘାଳୟର ଦୁଇଟି ଏବଂ ନାଗାଲାଣ୍ଡ ଏବଂ ସିକ୍କିମରୁ ଗୋଟିଏ ଲେଖାଏଁ ପ୍ରାର୍ଥୀ ଘୋଷଣା ହୋଇଛି । ତେଲେଙ୍ଗାନାରୁ ଘୋଷଣା ହୋଇଥିବା ୪ଜଣଙ୍କ ପ୍ରାର୍ଥୀଙ୍କ ନାମ ମଧ୍ୟରୁ ଗୋଟିଏ ଆସନରେ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଚେତନା ଲୋକସଭା ଆସନରୁ ପି. ସୁନୀତା ମହେନ୍ଦ୍ର ରେଡ୍ଡୀ ପ୍ରତିଦ୍ୱନ୍ଦ୍ୱିତା କରିବେ ।