Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bରୁ ବିଡି, Bରୁ ବିହାର...ବିଜେପି ସରକାରକୁ ଟାର୍ଗେଟ କରି ଫସିଗଲା କଂଗ୍ରେସ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
Bରୁ ବିଡି, Bରୁ ବିହାର...ବିଜେପି ସରକାରକୁ ଟାର୍ଗେଟ କରି ଫସିଗଲା କଂଗ୍ରେସ

Key Points

ବିହାର ଓ ବିଡି ପାଇଁ ଫସିଗଲା କଂଗ୍ରେସ । କଂଗ୍ରେସକୁ ଟାର୍ଗେକ କଲା ବିଜେପି । 

'ବିହାର' ଓ 'ବିଡି' ପୋଷ୍ଟକୁ ନେଇ ରାଜନୈତିକ ଝଡ଼ । କଂଗ୍ରେସର କେରଳ ୟୁନିଟ୍ GST ସଂସ୍କାରକୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ ସେୟାର କରିଛି । ଯାହାକୁ ନେଇ ବିହାରରେ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ ପକ୍ଷରୁ କରାଯାଇଥିବର ପୋଷ୍ଟରେ ବିଡି ଏବଂ ବିହାରକୁ 'B' ସହିତ ଯୋଡ଼ି ତାଚ୍ଛଲ୍ୟ କରାଯାଇଥିଲା । ଯାହାକୁ BJP ଏବଂ JDU ବିହାରର ଅପମାନ ବୋଲି କହିଛନ୍ତି । ତେବେ ଏହି ବିବାଦ ଏବେ ଆଗକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଏକ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି ।


କେରଳ କଂଗ୍ରେସ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ `X'ରେ ଏକ ଫଟୋ ସେୟାର କରାଯାଇଥିଲା । ଏଥିରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଏବଂ ବିଡି ଉପରେ ଲାଗୁ ହୋଇଥିବା GSTର ତୁଳନା କରାଯାଇଛି । କୁହାଯାଇଛି ଯେ ତମାଖୁ ଉପରେ GST ବର୍ତ୍ତମାନର ୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସିଗାରେଟ୍ ଏବଂ ସିଗାର୍ ଉପରେ ଟିକସ ସମାନ ଭାବରେ ବୃଦ୍ଧି କରାଯାଇଛି । କିନ୍ତୁ ବିଡ଼ି ଉପରେ GST ହ୍ରାସ କରାଯାଇଛି। ପୂର୍ବରୁ ବିଡ଼ି ଉପରେ ୨୮ ପ୍ରତିଶତ GST ଥିଲା, ଯାହାକୁ ଏବେ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । 'ବିଡି ଏବଂ ବିହାର' ଉଭୟ 'B' ରୁ ଆରମ୍ଭ ହୁଏ, ଏବେ ଏହାକୁ ସିନ୍ ବା ହାନୀକାରକ ବୋଲି ଆଉ ବିବେଚନା କରାଯାଇପାରିବ ନାହିଁ । ଯଦିଓ କେରଳ କଂଗ୍ରେସ ପକ୍ଷରୁ ଏହି ପୋଷ୍ଟକୁ ହଟାଇ ଦିଆଯାଇଛି, କିନ୍ତୁ ବିଜେପି ଓ ଜେଡିୟୁ ଏହାକୁ ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ।


ବିହାରର ଉପମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ସମ୍ରାଟ ଚୌଧୁରୀ ଏହାକୁ "ସମଗ୍ର ବିହାର ପାଇଁ ଅପମାନ" ବୋଲି କହିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ବାରମ୍ବାର ତା'ର ସଂକୀର୍ଣ୍ଣ ମନୋଭାବ ପ୍ରଦର୍ଶନ କରୁଛି । ଜେଡିୟୁ ନେତା ସଞ୍ଜୟ କୁମାର ଝା ମଧ୍ୟ ଏହାକୁ ନେଇ ଏକ କଡ଼ା ମନ୍ତବ୍ୟ ରଖିଛନ୍ତି । ସେ ଏକ ପୋଷ୍ଟରେ ଲେଖିଛନ୍ତି: "ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ B ର ଅର୍ଥ କେବଳ ବିଡ଼ି ନୁହେଁ, ଏହାର ଅର୍ଥ ବୁଦ୍ଧିମତ୍ତା ମଧ୍ୟ, ଯାହା ଆପଣଙ୍କ ପାଖରେ ନାହିଁ ! B ର ଅର୍ଥ ବଜେଟ୍ ମଧ୍ୟ, ଯେଉଁଥିରେ ବିହାରକୁ ବିଶେଷ ସହାୟତା ମିଳିଲେ ଆପଣ ବିରକ୍ତ ଅନୁଭବ କରନ୍ତି । କଂଗ୍ରେସ କେବଳ ବିହାରୀମାନଙ୍କୁ ନୁହେଁ ବରଂ ଦେଶର ଗୌରବମୟ ଐତିହ୍ୟକୁ ମଧ୍ୟ ଉପହାସ କରିଛି ବୋଲି ଜେଡିୟୁ ନେତା ସଞ୍ଜୟ ଝା କହିଛନ୍ତି । ସେହିପରି ସଞ୍ଜୟ ଝା ଚେତାବନୀ ଦେଇଛନ୍ତି ଯେ ବିହାରର ଲୋକମାନେ ନଭେମ୍ବର-ଡିସେମ୍ବର 2025 ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସକୁ ଯଥାର୍ଥ ଜବାବ ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ସେହିପରି ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ମଧ୍ୟ କଂଗ୍ରେସର "ବିହାର ବିରୋଧୀ ମାନସିକତା" ଉପରେ ଟାର୍ଗେଟ କରି କହିଛନ୍ତି, "ଯଦି B ବିଡ଼ି ଏବଂ ବିହାର ପାଇଁ ଅଟେ, ତେବେ C କଂଗ୍ରେସ ଏବଂ ଦୁର୍ନୀତି ପାଇଁ ଅଟେ ।" ସେପଟେ ସୋସିଆଲ ମିଡିଆରୁ ଏହି ପୋଷ୍ଟ ହଟାଇବା ପରେ, କଂଗ୍ରେସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ ।

Sponsored
Congress Kerala Post Linking Bihar with Bidi Sparks Political Storm, BJP-JDU Slam Insult | Argus News