ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଉପହାର

ଅର୍ଗସ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମାତୃ ଶକ୍ତିଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୧୦୦ ଟଙ୍କା କମାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦ୍ଵାରା ଦେଶର ନାରୀ ଶକ୍ତିଙ୍କ ଜୀବନ ସହଜ ହେବା ସହ କୋଟି କୋଟି ପରିବାରଙ୍କର ଆର୍ଥିକ ବୋଝ ମଧ୍ୟ ହ୍ରାସ ପାଇବ । ଆଉ ଏହି ପଦକ୍ଷେପ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ । ଯାହା କି ସମ୍ପୂର୍ଣ୍ଣ ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ବୋଲି ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି । ତେବେ ଏଲପିଜି ଗ୍ୟାସ ଦର ହ୍ରାସ ହେବା ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହାସହ ଉଜ୍ଜ୍ଵଳା ଗ୍ୟାସ ଯୋଜନାରେ ମଧ୍ୟ ୩୧ ମାର୍ଚ୍ଚ ୨୦୨୫ ଟଙ୍କା ପର୍ଯ୍ୟନ୍ତ ୩୦୦ ଟଙ୍କାର ସବସିଡି ଜାରି ରଖିବେ କେନ୍ଦ୍ର ସରକାର । ତେବେ ମୋଦି ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତିକୁ ଦେଶ ସାରା ସ୍ଵାଗତ କରିଛନ୍ତି ମହିଳା । ପିଏମ ମୋଦିଙ୍କ ଫୋକସରେ ମହିଳାଙ୍କ ବିକାଶ । ସମ୍ମାନ, ସଶକ୍ତିକରଣ ଓ ଉଜ୍ଵଳ ଭବିଷ୍ୟତ ସହ ମହିଳାଙ୍କ ସାମର୍ଥ୍ୟ ବୃଦ୍ଧି ଦିଗରେ ଏହା ମୋଦିଙ୍କ ଗ୍ୟାରେଣ୍ଟିର ବଡ ପ୍ରମାଣ । ଉଜ୍ଜ୍ଵଳା ଯୋଜନା ମାଧ୍ୟମରେ ଦେଶର ଘରେ ଘରେ ପହଞ୍ଚିଛି ଗ୍ୟାସ୍ ସିଲିଣ୍ଡର୍ । ହର ଘର ଶୌଚାଳୟ ଯୋଜନା ମହିଳାଙ୍କ ସମ୍ମାନ ବୃଦ୍ଧି କରିଛି । ଗରିବୀ ଦେଖି ବଢିଥିବା ମୋଦିଙ୍କ ଅତୀତ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଅଧିକ ପଢନ୍ତୁ : ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ
ସାରା ବିଶ୍ଵରେ ପାଳନ ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ । ତେବେ ଗତ ୧୦ ବର୍ଷରେ ଦେଶରେ ମହିଳାଙ୍କୁ ମିଳିଛି ସୁରକ୍ଷା, ସମ୍ମାନ ଓ ସ୍ଵାବଲମ୍ବନର ମୋଦି ଗ୍ୟାରେଣ୍ଟି । ଉଜ୍ଵଳା ଯୋଜନା, ସ୍ଵଚ୍ଛ ଭାରତ ମିଶନରେ ଘରେ ଘରେ ଶୌଚାଳୟ ନିର୍ମାଣ, ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ, ଜଳ ଜୀବନ ମିଶନରେ ଘରେ ଘରେ ଟ୍ୟାପ ପାଣି, ଜନଧନ ଯୋଜନାରେ ବ୍ୟାଙ୍କ ଖାତା, ଏସଏଚଜିଙ୍କୁ ନେଇ ଲକ୍ଷ ପତି ଦିଦି, ଡ୍ରୋନ ଦିଦି ତିଆରି କରିବାଠୁ ଆରମ୍ଭ କରି ମହିଳାଙ୍କ ସ୍ଵାସ୍ଥ୍ୟ ଦୃଷ୍ଟିରୁ ପୋଷଣ ଭଳି ଯୋଜନା କରିଛନ୍ତି ମୋଦି ସରକାର ।