Videos
|
National

Amit Shah on Dharmendra Pradhan / ଧର୍ମେନ୍ଦ୍ରଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ; କହିଲେ, ବିଜେପି କର୍ମୀଙ୍କ ପାଇଁ ପଦବୀଠୁ ଦେଶ ବଡ଼

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଧର୍ମେନ୍ଦ୍ରଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ; କହିଲେ, ବିଜେପି କର୍ମୀଙ୍କ ପାଇଁ ପଦବୀଠୁ ଦେଶ ବଡ଼
Amit Shah

Key Points

ଧର୍ମେନ୍ଦ୍ରଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ
ସୋସିଆଲ ମିଡିଆରେ ଯୁବପିଢ଼ିଙ୍କୁ ସମ୍ବୋଧନ କରି ଲେଖିଲେ ପୋଷ୍ଟ
ବିଜେପି କର୍ମୀଙ୍କ ପାଇଁ ପଦବୀଠୁ ଦେଶ ବଡ଼
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋସିଆଲ ମିଡିଆରେ ଦେଶର ଯୁବପିଢ଼ିଙ୍କୁ ସମ୍ବୋଧନ କରି ପୋଷ୍ଟ ଲେଖିଲେ କେନ୍ଦ୍ର ଗୃହମନ୍ତ୍ରୀ । ବିଜେପି କର୍ମୀଙ୍କ ପାଇଁ ପଦବୀଠୁ ଦେଶ ବଡ଼ । ଦେଶର ଯୁବପିଢ଼ି, ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ସର୍ବୋପରି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନଙ୍କ ଇସ୍ତଫା ଏହାର ପ୍ରମାଣ ବୋଲି ଉଲ୍ଲେଖ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।


ମୋଦି ସରକାର ଦେଶର ଯୁବକମାନଙ୍କ ଭାବନାକୁ ସମ୍ମାନ ଜଣାଇବା ସହ ପେପର୍ ଲିକ୍ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକୀୟ ସଂସ୍କାର ପାଇଁ ପ୍ରତିଶ୍ରୁତିବଦ୍ଧ । ନିଆଯାଇଥିବା ଦୃଢ଼ ପଦକ୍ଷେପ ଦ୍ୱାରା ନିଟ୍ ପରୀକ୍ଷାରେ ସଫଳ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିବ ବେଳେ ଆଶା କରାଯାଉଛି ।

ନିଜର କାର୍ଯ୍ୟକାଳ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟାନ୍ୱୟନ, ମାତୃଭାଷାରେ ପରୀକ୍ଷା ବ୍ୟବସ୍ଥା, ପିଏମ ଶ୍ରୀ ବିଦ୍ୟାଳୟର ସମ୍ପ୍ରସାରଣ ଏବଂ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ତାଙ୍କର ଏହି ନିଷ୍ଠା ଓ ତ୍ୟାଗ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ଆହୁରି ମଜଭୁତ କରିଛି ବୋଲି ଉଲ୍ଲେଖ କରିଛନ୍ତି ଶାହ ।

ସେପଟେ ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ ଲେଖିଛନ୍ତି, ପଦତ୍ୟାଗର ନିଷ୍ପତ୍ତି ଆମ ସଭିଙ୍କୁ ଗଭୀରଭାବେ ଭାବବିହ୍ଵଳ କରିଛି, ଯେଉଁମାନେ ଆପଣଙ୍କ ସଂଘର୍ଷମୟ ଯାତ୍ରାକୁ ଅତି ନିକଟରୁ ଦେଖିଛନ୍ତି, ଆପଣଙ୍କଠାରୁ ପ୍ରେରଣା ନେଇଛନ୍ତି ଓ ଆପଣଙ୍କୁ ସମ୍ମାନ କରିଛନ୍ତି ।

ସମଗ୍ର ଦେଶ ଜାଣିଛି କି ଆପଣ କେବେ ଉତ୍ତରଦାୟିତ୍ୱରୁ ମୁହଁ ଫେରାଇନାହାଁନ୍ତି । ପରିସ୍ଥିତି ପାଇଁ ଆପଣ ଦାୟୀ ନଥିଲେ ମଧ୍ୟ, ଆପଣ ବାହାନା ବଦଳରେ ଉତ୍ତରଦାୟିତ୍ୱକୁ ବାଛିଲେ ଏବଂ ନିଜ ପଦଠାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅଧିକ ଗୁରୁତ୍ୱ ଦେଲେ । ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରୀକ୍ଷା ପ୍ରକ୍ରିୟାକୁ ପୁନଃ ସୁବ୍ୟବସ୍ଥିତ କରିବା ଏବଂ ପ୍ରକୃତ NEET ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ବିଶ୍ୱାସ ଫେରାଇ ଆଣିବା ପାଇଁ ଆପଣ ନିଷ୍ଠାର ସହ କାମ କରିଛନ୍ତି ଏବଂ ସଫଳ ମଧ୍ୟ ହୋଇଛନ୍ତି ।
ଦେଶ ପାଇଁ ଆପଣଙ୍କ ଅବଦାନକୁ କୌଣସି ଗୋଟିଏ ବିବାଦ ପ୍ରଭାବିତ କରିପାରିବ ନାହିଁ । ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ କୋଟି କୋଟି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିବାଠାରୁ ଆରମ୍ଭ କରି ଐତିହାସିକ ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନରେ ଆପଣଙ୍କ ନେତୃତ୍ୱକୁ ଦେଶ ସଦା ସ୍ମରଣ କରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored