Virtual Wedding Reception / ବିମାନ ବାତିଲ୍ ପାଇଁ... ନିଜ ରିସେପସନ୍ରେ ଅନଲାଇନ୍ରେ ସାମିଲ୍ ହେଲେ ବର, କନ୍ୟା
·7 months ago·2 min read

Key Points
ଇଣ୍ଡିଗୋର ବିମାନ ଉଡ଼ାଣ ବିଳମ୍ବ ଓ ବାତିଲ୍ ଭିତରେ ଏଭଳି ନିଆରା ଏବଂ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ନବ ବିବାହିତ ଦମ୍ପତି ଭୁବନେଶ୍ଵରରେ ରହି କର୍ଣ୍ଣାଟକର ହୁବାଳିରେ ହୋଇଥିବା ନିଜ ରିସେପସନ୍ ପାର୍ଟିରେ ଭର୍ଚୁଆଲ୍ରେ ସାମିଲ୍ ହୋଇଛନ୍ତି ।
ବେଙ୍ଗାଳୁରୁ: ଭୁବନେଶ୍ଵରରେ ବାହା ହେଲେ, ଭୋଜି ଦେବାକୁ ବେଙ୍ଗାଳୁରୁ ଯାଉଥିଲେ । ବାହାଘର ପୂର୍ବରୁ ବେଙ୍ଗାଳୁରୁରେ ରିସେପସନ୍ ପାର୍ଟି ପାଇଁ ସରିଥିଲା ସବୁ ପ୍ରସ୍ତୁତି । ହୋଟେଲ୍ ବୁକିଂରୁ ନେଇ ଖାଦ୍ୟ ମେନ୍ୟୁ ପର୍ଯ୍ୟନ୍ତ ସବୁ ଠିକ୍ ହୋଇ ଅଗ୍ରୀମ ଦିଆ ସରିଥିଲା ।
ଯୋଜନା ଅନୁସାରେ, ଭୁବନେଶ୍ଵରରେ ବାହା ଘରେ ପରେ ବେଙ୍ଗାଳୁରୁ ଯିବାକୁ ବାହିରଥିଲେ ନବ ବିବାହିତ ଦମ୍ପତି । ହେଲେ ଇଣ୍ଡିଗୋ ବିମାନ ବାତିଲ୍ ପାଇଁ ବେଙ୍ଗାଳୁରୁ ଯାଇପାରିଲେନି । ସେପଟେ ରିସପେସନ୍ ପାର୍ଟି ପାଇଁ ସବୁ ଯୋଗାଡ଼ ସରିଥିବାରୁ ଶେଷରେ ବର, କନ୍ୟା ଅନଲାଇନ୍ରେ ଭିଡିଓ କଲ୍ ଯୋଗେ ସାମିଲ୍ ହେଲେ ।
ଏଥିସହ ପଢ଼ନ୍ତୁ: ଶୀଘ୍ର ଟଳିବ ଇଣ୍ଡିଗୋ ସଂକଟ ! ପାଇଲଟ୍ଙ୍କ ସାପ୍ତାହିକ ବିଶ୍ରାମ ନିର୍ଦ୍ଦେଶ ପ୍ରତ୍ୟାହାର
ଇଣ୍ଡିଗୋର ବିମାନ ଉଡ଼ାଣ ବିଳମ୍ବ ଓ ବାତିଲ୍ ଭିତରେ ଏଭଳି ନିଆରା ଏବଂ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ନବ ବିବାହିତ ଦମ୍ପତି ଭୁବନେଶ୍ଵରରେ ରହି କର୍ଣ୍ଣାଟକର ହୁବାଳିରେ ହୋଇଥିବା ନିଜ ରିସେପସନ୍ ପାର୍ଟିରେ ଭର୍ଚୁଆଲ୍ରେ ସାମିଲ୍ ହୋଇଛନ୍ତି । ଏବେ ଏହାକୁ ନେଇ ସମସ୍ତେ ବେଶ୍ ଚର୍ଚ୍ଚା କରୁଛନ୍ତି ।
ସୂଚନା ଅନୁସାରେ, ନଭେମ୍ବର ୨୩ରେ ଭୁବନେଶ୍ଵରର ସଂଗ୍ରାମ ଦାସଙ୍କ ସହ କର୍ଣ୍ଣାଟକ ହୁବାଳିର ମେଧା କେ. ଶୀରସାଗରଙ୍କ ବିବାହ ଓଡ଼ିଶାରେ ହୋଇଥିଲା । ପେଶାରେ ଉଭୟ ସଫ୍ଟୱେର ଇଞ୍ଜିନିୟର, ବେଙ୍ଗାଳୁରୁରେ କାମ କରନ୍ତି । ତେଣୁ ହୁବାଳି ସ୍ଥିତ ଗୁଜରାଟ ଭବନରେ ରିସେପସନ୍ ପାର୍ଟି ଦେବାକୁ ସମସ୍ତ ପ୍ରସ୍ତୁତି ସାରିଥିଲେ ।
ଡିସେମ୍ବର ୩ ତାରିଖ ବୁଧବାର ହୁବାଳିରେ ରିସେପସନ୍ ପାର୍ଟିରେ ଯୋଗ ଦେବାକୁ ନବ ଦମ୍ପତି ଭୁବନେଶ୍ଵରରୁ ୨ ତାରିଖରେ ବେଙ୍ଗାଳୁରୁ ବାହାରିଥିଲେ । ସେଠାରୁ ହୁବାଳି ଯାଇଥାନ୍ତେ । କିନ୍ତୁ ଇଣ୍ଡିଗୋ ବିମାନ ବିଳମ୍ବ ପାଇଁ ସେମାନେ ମଙ୍ଗଳବାରରୁ ବୁଧବାର ପର୍ଯ୍ୟନ୍ତ ଅପେକ୍ଷା କଲେ । କିନ୍ତୁ ବିଳମ୍ବ ଥିବା ବିମାନ ବୁଧବାର ବାତିଲ୍ ହୋଇଗଲା ।
ନବ ଦମ୍ପତିଙ୍କ ସହ ପରିବାର ଓ ବନ୍ଧୁ ବର୍ଗ ମଧ୍ୟ ଇଣ୍ଡିଗୋ ବିମାନରେ ଟିକେଟ୍ କରି ବେଙ୍ଗାଳୁରୁ ଯାଇ ନ ପାରି ଭୁବନେଶ୍ଵରରେ ରହିଗଲେ । ଅନ୍ୟପଟେ ହୁବାଳିରେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅତିଥିଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା । ତେଣୁ ଭୁବନେଶ୍ଵରରେ ବର, କନ୍ୟା ସୁସଜ୍ଜିତ ହୋଇ ବସିବା ଅନଲାଇନ୍ରେ ରିସେପସନ୍ରେ ଯୋଡ଼ି ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବେ ଭାରତ-ଋଷ; ପାକିସ୍ତାନ ପାଇଁ ବଡ଼ ବାର୍ତ୍ତା
ହୁବାଳିରେ ରିସେପସନ୍କୁ ଆସିଥିବା ଅତିଥି ବରକନ୍ୟାଙ୍କୁ ବଡ଼ ଏଲ୍ଡି ପରଦାରେ ଦେଖିବା ସହ ଭୋଜିର ମଜ୍ଜା ନେଇଥିଲେ । ଯାହାକୁ ନେଇ କନ୍ୟାଙ୍କ ମାଆ କହିଛନ୍ତି, "ମଙ୍ଗଳବାର ବିମାନ ବିଳମ୍ବ ପରେ ବୁଧବାରକୁ ଆଶା ରଖିଥିଲୁ । ହେଲେ ଭୋର୍ ୪ଟାରେ ହଠାତ୍ ବିମାନ ବାତିଲ୍ ହେବାରୁ ଆମ ହାତରେ କିଛି ନଥିଲା ।"
ସେ ଆହୁରି କହିଛନ୍ତି, "ଆମେ ବହୁତ ଦୁଃଖିତ ଥିଲୁ, କାରଣ ଶତାଧିକ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରିଥିଲୁ । ଶେଷ ସମୟରେ ରିସେପସନକୁ ବନ୍ଦ କରିବା ସମ୍ଭବ ନଥିଲା । ତେଣୁ ବର, କନ୍ୟା ସଜ ହୋଇ ଭୁବନେଶ୍ଵରରେ ବସି ଅନଲାଇନ୍ରେ ସାମିଲ୍ ହେଲେ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories