Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଡି ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କଲେ ହାଇକୋର୍ଟ

Jitendra Dash
Browse all articles by Jitendra Dash
·2 years ago·1 min read
ଇଡି ଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କଲେ ହାଇକୋର୍ଟ

ଅର୍ଗସ ବ୍ୟୁରୋ : ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି (ବୁଧବାର) ଦିଲ୍ଲୀ ହାଇକୋର୍ଟରେ ଶୁଣାଣି କରିଛନ୍ତି । ସୂଚନା ଅନୁସାରେ, ଇଡି ବର୍ତ୍ତମାନ କେଜ୍ରିୱାଲଙ୍କୁ ନିଜ ହେପାଜତ ନେବା ପାଇଁ ଦାବି ମଧ୍ୟ କରଛି । ଏଥି ସହିତ, କେଜ୍ରିୱାଲଙ୍କ ହେପାଜତ ଅବଧିକୁ ବୃଦ୍ଧି କରିବାକୁ ଇଡି ଦିଲ୍ଲୀ ହାଇକୋର୍ଟରେ ଅବେଦନ ମଧ୍ୟ କରିବ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଇଥିଲେ । ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିଲେ । ତାଙ୍କ ଗିରଫ ଓ ରିମାଣ୍ଡ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କେଜ୍ରିୱାଲ ତାଙ୍କ ଆବେଦନରେ ଯୁକ୍ତି କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାର୍ଚ୍ଚ ୨୪ ସୁଦ୍ଧା ଏହି ପିଟିସନରେ ଶୁଣାଣି ପାଇଁ ଦାବି କରାଯାଇଥିଲା । ତେବେ ହୋଲି ଛୁଟି କାରଣରୁ କୋର୍ଟ ଏହାର ତୁରନ୍ତ ଶୁଣାଣି ପାଇଁ ତୁରନ୍ତ ମନା କରିଦେଇଥିଲେ । କେଜ୍ରିୱାଲ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରିକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଶୁଣାଣି ପୂର୍ବରୁ ତାଙ୍କ ପିଟିସନ ପ୍ରତ୍ୟାହାର କରି ନେଇଥିଲେ । କାରଣ ଏହା କୁହାଯାଉଛି ଯେ, ଆଉ କିଛି ଦିନ ରିମାଣ୍ଡରେ ନେଇ ପଚରାଉଚରା ଜେରା କରିବ ଇଡ଼ି । ଏହା ପରେ ଇଡି ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଆବେଦନ ମଧ୍ୟ କରିପାରେ ।

Sponsored
Court warns against lawyers' stir over Arvind Kejriwal's arrest | Argus News