Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Vice President Election: ଆଜି ଉପରାଷ୍ଟ୍ରପତି ନିର୍ବାଚନ, ଭୋଟିଂରୁ ବିରତ ରହିବ ବିଜେଡି

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
Vice President Election: ଆଜି ଉପରାଷ୍ଟ୍ରପତି ନିର୍ବାଚନ, ଭୋଟିଂରୁ ବିରତ ରହିବ ବିଜେଡି

Key Points

ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ଭୋଟ୍ ଦେବେ।


ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଭାରତର ୧୭ ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ କରାଯିବ । ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସି.ପି. ରାଧାକୃଷ୍ଣନ ଏବଂ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ହେଉଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ଭୋଟ୍ ଦେବେ ।


ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେବା ପୂର୍ବରୁ, ସମସ୍ତ NDA ସାଂସଦ ସକାଳ ୯ଟା ୩୦ରେ ଏକ ବୈଠକରେ ଯୋଗଦେବେ । କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର ସାଂସଦମାନଙ୍କୁ ଆତିଥ୍ୟ ଦେବେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ବିଳମ୍ବିତ ରାତି କିମ୍ବା ବୁଧବାର ସକାଳ ସୁଦ୍ଧା ଫଳାଫଳ ଘୋଷଣା ହେବାର ଆଶା କରାଯାଉଛି ।


ସମ୍ବିଧାନର ଧାରା ୬୬ ଅନୁସାରେ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ମୋଟ୍ ୭୮୮ ଇଲେକ୍ଟୋରାଲ କଲେଜ ଭୋଟ୍ ମଧ୍ୟରୁ ଏବେ ୬ ଜଣ ସାଂସଦଙ୍କ ପଦ ଖାଲି ରହିଛି । ତେଣୁ ୭୮୨ ଜଣ ସଦସ୍ୟ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ । ସେପଟେ ଭୋଟିଂରୁ ବିରତ ରହିବାକୁ ଘୋଷଣା କରିଛନ୍ତି ବିଜେଡି ଓ ଭାରତୀୟ ରାଷ୍ଟ୍ର ସମିତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ଓ ସାଂସଦମାନଙ୍କ ସହ ଆଲୋଚନା ପରେ ଭୋଟିଂରୁ ବିରତି ରହିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vice Presidential Election Today: BJD to Abstain from Voting | Argus News